ଆଫ୍‌ଗାନିସ୍ତାନ ୧୭୨ରେ ଅଲଆଉଟ୍‌, ଲଢ଼ିଲେ ହଶମତୁଲ୍ଲା

ଟାଉନଟନ୍‌: ‍ବର୍ଷା ବାଧାପ୍ରାପ୍ତ ବିଶ୍ୱକପ୍‌ର ୧୩ତମ ମ୍ୟାଚ୍‌ରେ ଆଫଗାନିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ମାତ୍ର ୪୧.୧ ଓଭର୍‌ରେ ୧୭୨ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ ୧୭୩ ରନ୍‌ର ଟାର୍ଗେଟ ମିଳିଛି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଅଲରାଉଣ୍ଡର ଜିମ୍ମି ନିଶମ ୫ଟି ୱିକେଟ୍‌ ଦଖଲ କରି ଆଫ୍‌ଗାନିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ପ୍ରମୁଖ କାରଣ ପାଲଟିଥିଲେ। ଭାରତୀୟ ସମୟ ସନ୍ଧ୍ୟା ୬ଟାରେ ଏହି ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଟସ୍‌ […]

saq

saq

Hemant Lenka
  • Published: Saturday, 08 June 2019
  • Updated: 08 June 2019, 10:07 PM IST

Sports

Latest News

ଟାଉନଟନ୍‌: ‍ବର୍ଷା ବାଧାପ୍ରାପ୍ତ ବିଶ୍ୱକପ୍‌ର ୧୩ତମ ମ୍ୟାଚ୍‌ରେ ଆଫଗାନିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ମାତ୍ର ୪୧.୧ ଓଭର୍‌ରେ ୧୭୨ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ ୧୭୩ ରନ୍‌ର ଟାର୍ଗେଟ ମିଳିଛି।
ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଅଲରାଉଣ୍ଡର ଜିମ୍ମି ନିଶମ ୫ଟି ୱିକେଟ୍‌ ଦଖଲ କରି ଆଫ୍‌ଗାନିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ପ୍ରମୁଖ କାରଣ ପାଲଟିଥିଲେ।

ଭାରତୀୟ ସମୟ ସନ୍ଧ୍ୟା ୬ଟାରେ ଏହି ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିମିସନ୍‌ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଆଫଗାନିସ୍ତାନ ସାମାନ୍ୟ ଭଲ ଆରମ୍ଭ କରିଥିଲା। ପ୍ରଥମ ଥର ଓପନିଂ କରୁଥିବା ନୁର ଅଲୀ ଜର୍ଦାନ ସାଥୀ ହଜରତ ଜଜାଇଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୦.୫ ଓଭର୍‌ରେ ୬୬ ରନ୍‌ରେ ପହଞ୍ଚାଇଥିଲେ।

ଏହି ସମୟରେ ୩୪ ରନ୍‌ କରିଥିବା ଜଜାଇ ବଡ଼ ଶଟ୍‌ ଖେଳିବା ଲୋକଭରେ ନିଶମଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଆଫ୍‌ଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ। ନିଶମ ପ୍ରଥମେ ରହମତ ଶାହ(୦), ଗୁଲାମଦିନ ନବି(୪), ମହମ୍ମଦ ନାବି(୯), ନଜିବୁଲ୍ଲା ଜର୍ଦାନ(୪)ଙ୍କୁ ଆଉଟ୍‌ କରି ଆଫ୍‌ଗାନିସ୍ତାନର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଭୁଶୁଡ଼ାଇ ଦେଇଥିଲେ।

ଲୁକି ଫରଗୁସନ ୩୧ ରନ୍‌ କରିଥିବା ନୁର ଅଲୀଙ୍କ ୱିକେଟ୍‌ ପାଇଥିଲେ। ଏହାପରେ ଇକରାମ ଅଲୀ ଖିଲି(୨)ଙ୍କ ୱିକେଟ୍‌ ଗ୍ରାଣ୍ଡହୋମ ନେଇଥିବା ବେଳେ ରଶିଦ୍‌ ଖାନ୍‌(୦) ଫରଗୁସନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅଫତାବ ଅସଲମ ୯ଟି ବଲ୍‌ରେ ୧୪ ରନ୍‌ କରିଥିବା ବେଳେ ତାଙ୍କୁ ଲକି ଫରଗୁସନ ଆଉଟ୍‌ କରିଦେଇ ଆଫ୍‌ଗାନିସ୍ତାନକୁ ୯ମ ଝଟ୍‌କା ଦେଇଥିଲେ।
ହଶମତୁଲ୍ଲା ଶାହିଦ ଗୋଟିଏ ପାଖରେ ଛିଡ଼ା ହୋଇଥିଲେ ହେଁ ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ ତାଙ୍କୁ ସହଯୋଗ କରି ନଥିଲେ। ସେ ୮୫ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ବ୍ୟାଟସ୍‌ମ୍ୟାନ୍‌ ଭାବେ ହଶମତୁଲ୍ଲା ୫୯ ରନ୍‌ କରି ଫରଗୁସନଙ୍କ ଶିକାର ହୋଇଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ନିଶମ ୫ଟି ୱିକେଟ୍‌ ନେଇଥିବା ବେଳେ ଫରଗୁସନ ୪ଟି ଓ ଗ୍ରାଣ୍ଡହୋମ ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story