ଆଫଗାନିସ୍ତାନ ୧୨୫ରେ ଅଲଆଉଟ୍‌

ଲଣ୍ଡନ: ବିଶ୍ୱକପ୍‌ର ୨୧ତମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହେଉଛନ୍ତି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଆଫ୍‌ଗାନିସ୍ତାନ ମାତ୍ର ୩୪.୧ ଓଭର୍‌ରେ ୧୨୫ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୨୬ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ‍ଫାଫ୍‌ ଡୁପ୍ଲେସିସି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୱିକେଟ୍‌ ପାଇଁ ଆଫ୍‌ଗାନିସ୍ତାନ ୩୯ ରନ୍‌ ଯୋଡ଼ିବା […]

uuuu

uuuu

Hemant Lenka
  • Published: Saturday, 15 June 2019
  • Updated: 15 June 2019, 10:29 PM IST

Sports

Latest News

ଲଣ୍ଡନ: ବିଶ୍ୱକପ୍‌ର ୨୧ତମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହେଉଛନ୍ତି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଆଫ୍‌ଗାନିସ୍ତାନ ମାତ୍ର ୩୪.୧ ଓଭର୍‌ରେ ୧୨୫ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୨୬ ରନ୍‌ର ଟାର୍ଗେଟ ମିଳିଛି।

ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ‍ଫାଫ୍‌ ଡୁପ୍ଲେସିସି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୱିକେଟ୍‌ ପାଇଁ ଆଫ୍‌ଗାନିସ୍ତାନ ୩୯ ରନ୍‌ ଯୋଡ଼ିବା ପରେ ଆରମ୍ଭ ହୋଇଥିଲା ବ୍ୟାଟିଂ ବିପର୍ଯ୍ୟୟ। ହଜରତ ଜଜାଇ ୨୨, ନୁର ଅଲୀ ଜର୍ଦ୍ଦାନ ୩୨ ଓ ଶେଷ ଭାଗରେ ରଶିଦ୍‌ ଖାନ୍‌ ୩୫ଙ୍କୁ ଛାଡ଼ି ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ଆଖି ଦୃଶିଆ ବ୍ୟାଟିଂ କରିପାରି ନଥିଲେ। ଆଫ୍‌ଗାନିସ୍ତାନର ୮ ଜଣ ବ୍ୟାଟସ୍ମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଇମ୍ରାନ୍‌ ତାହିର ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ କ୍ରିସ୍‌ ମୋରିସ ୩ଟି, ଆନ୍ଦେଲ ଫେଲକୁୱାୟୋ ୨ଟି ଏବଂ କାଗିସୋ ରବାଡା ଗୋଟିଏ ୱିକେଟ୍‌ ଦଖଲ କରିଛନ୍ତି।

ଦକ୍ଷିଣ ଆଫ୍ରିକା ଏଯାଏ ବିଶ୍ୱକ୍‌ପର ୪ଟି ମ୍ୟାଚ୍‌ରୁ ୩ଟିରେ ପରାସ୍ତ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos