ଦିନକ ପରେ ଐତିହାସିକ ବେଙ୍ଗାଲୁରୁ ଟେଷ୍ଟ: ଏକାଦଶ ଦଳ ଭାବେ ଟେଷ୍ଟରେ ପଦାର୍ପଣ କରିବ ଆଫଗାନିସ୍ତାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ ଐତିହାସିକ ବେଙ୍ଗାଲୁରୁ ଟେଷ୍ଟ। ବିଶ୍ୱର ଏକାଦଶ ଦଳ ଭାବେ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିବ ଆଫଗାନିସ୍ତାନ। ଟେଷ୍ଟ ମାନ୍ୟତା ମଳିବା ପରେ ଭାରତ ବିରୋଧରେ ପ୍ରଥମ ମ୍ୟାଚ ଖେଳିବ ଆଫଗାନିସ୍ତାନ। ଭାରତୀୟ ଦଳକୁ ମାତ୍ ଦେବାକୁ ଆଫଗାନିସ୍ତାନ ସ୍ପିନର ସମ୍ପୂର୍ଣ୍ଣ ପ୍ରସ୍ତୁତ।

ସେପଟେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ମଇଦାନକୁ ଓହ୍ଲାଇବ। ଦଳର ମଙ୍ଗ ଧରିବେ ରାହାଣେ। ରାହାଣେଙ୍କ ନେତୃତ୍ୱରେ ନୂତନ ରଣକୌଶଳ ସହ ଦଳ ପଡ଼ିଆକୁ ଓହ୍ଲାଇବ। ବେଙ୍ଗାଲୁରରେ ଆଫଗାନିସ୍ତାନ ଟିମ ପହଞ୍ଚି ଜୋରଦାର ଅଭ୍ୟାସ ଆରମ୍ଭ ଜାରି ରଖିଛି। ଆଫଗାନିସ୍ତାନ ଦଳରେ ଘାତକ ସ୍ପିନର ରସିଦ ଖାନ ଏକାକି ମ୍ୟାଚ୍‌ର ମୋଡ଼ ବଦଳାଇଦେବାର କ୍ଷମତା ରଖିଛନ୍ତି। ତେଣୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌, ରସିଦ ଖାନଙ୍କୁ ସତର୍କତା ସହ ଖେଳିବେ।