କଳିଙ୍ଗରୁ ଭାରତକୁ ଟୋକିଓ ଟିକେଟ୍‌, ରୁଷକୁ ୭-୧ରେ ହରାଇଲା ପୁରୁଷ ହକି ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଇତିହାସ ସୃଷ୍ଟି କରିଛନ୍ତି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅଲିମ୍ପିକ କ୍ୱାଲିଫାୟର ମ୍ୟାଚରେ ଦମଦାର ବିଜୟ ସହ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ୨୦୨୦ ଟୋକିଓ ଟିକେଟ୍‌ ହାସଲ କରିଛନ୍ତି। ଆଜି ସନ୍ଧ୍ୟାର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧-୪ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ହେଁ ଗତକାଲିର ବିଜୟ ଗୋଲ ବ୍ୟବଧାନ ଦୃଷ୍ଟିରୁ ରାନୀ […]

ax

ax

Hemant Lenka
  • Published: Saturday, 02 November 2019
  • Updated: 02 November 2019, 10:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଇତିହାସ ସୃଷ୍ଟି କରିଛନ୍ତି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅଲିମ୍ପିକ କ୍ୱାଲିଫାୟର ମ୍ୟାଚରେ ଦମଦାର ବିଜୟ ସହ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ୨୦୨୦ ଟୋକିଓ ଟିକେଟ୍‌ ହାସଲ କରିଛନ୍ତି।

ଆଜି ସନ୍ଧ୍ୟାର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧-୪ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ହେଁ ଗତକାଲିର ବିଜୟ ଗୋଲ ବ୍ୟବଧାନ ଦୃଷ୍ଟିରୁ ରାନୀ ରାମପଲଙ୍କ ଟିମ୍‌ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛି। ଦୁଇଟି ଯାକ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୬ଟି ଗୋଲ କରିଥିବା ବେଳେ ଆମେରିକା ୫ଟି ଗୋଲ ସ୍କୋର କରିଛି।

ଦ୍ୱିତୀୟ ମ୍ୟାଚ୍‌ରେ କିନ୍ତୁ ପୁରୁଷ ହକି ଦଳ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଗତକାଲି ରୁଷଠାରୁ କଷ୍ଟେମଷ୍ଟେ ଜିତିଥିବା ଭାରତୀୟ ଦଳ ଆଜି ଏକପାଖିଆ ଭାବେ ଏହି ଦଳକୁ ପରାସ୍ତ କରି ଟୋକିଓ ଟିକେଟ୍‌ ହାସଲ କରିଛନ୍ତି। ଭାରତ ୨୧ ଥର ପାଇଁ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛି। କେବଳ ୨୦୦୮ ବେଜିଂ ଅଲିମ୍ପିକ୍ସକୁ ଦଳ ଯୋଗ୍ୟତା ଅର୍ଜନ କରି ପାରି ନଥିଲା।

ରୁଷକୁ ମନପ୍ରୀତ ସିଂହଙ୍କ ଭାରତୀୟ ଟିମ୍‌ ୭-୧ ଗୋଲରେ ପରାସ୍ତ କରିଛି। ମ୍ୟାଚ୍‌ର ଶେଷ ଗୋଲ ଓଡ଼ିଶାର ଅମିତ ରୋହିଦାସ ଦେଇଛନ୍ତି। ଅମିତ ଗୋଲ କରିବା କ୍ଷଣି କଳିଙ୍ଗ ଷ୍ଟାଡିୟମ ଖୁସିରେ ଫାଟି ପଡ଼ିଥିଲା।

ଭାରତ ପକ୍ଷରୁ ଆକାଶଦୀପ ସିଂହ  (୨୩ ମିନିଟ୍‌ ଓ ୨୯ ମିନିଟ) ଓ ରୂପିନ୍ଦରପାଲ ସିଂହ (୪୮ ଓ ୫୯ତମ ମିନିଟ୍‌) ଦୁଇଟି ଲେଖାଏ ଗୋଲ ସ୍କୋର କରିଥିବା ବେଳେ ଆଜି ନିଜ ଅନ୍ତର୍ଜାତୀୟ କ୍ୟାରିୟର ୧୦୦ତମ ମ୍ୟାଚ୍‌ ଖେଳୁଥିବା ଲଳିତ ଉପାଧ୍ୟାୟ(୧୭ ମିନିଟ୍) ଓ ନୀଳକଣ୍ଠ ଶର୍ମା(୪୭ ମିନିଟ୍)  ଗୋଟିଏ ଲେଖାଏ ସ୍କୋର କରିଛନ୍ତି। ରୁଷ ପକ୍ଷରୁ ଆଲେକ୍ସ ସୋବୋଲେଭେସ୍କି ଏକମାତ୍ର ଗୋଲ ସ୍କୋର କରିଥିଲେ।

ଗତକାଲି ଭାରତ ୪-୨ ଗୋଲରେ ରୁଷକୁ ପରାସ୍ତ କରିଥିଲା। ଦୁଇଟି ଯାକ ମ୍ୟାଚ୍‌ର ମୋଟ ଗୋଲକୁ ଦେଖିଲେ ଭାରତ ୧୧ ଓ ରୁଷ ୩ଟି ଗୋଲ ସ୍କୋର କରିଛି।
ମ୍ୟାଚ୍‌ ଆରମ୍ଭରୁ ରୁଷ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ମ୍ୟାଚ୍‌ର ୨୨ତମ ସେକେଣ୍ଡରେ ଆଲେକ୍ସ ଭାରତୀୟ ରକ୍ଷଣ ଭାଗକୁ ମାତ୍‌ ଦେଇ ପ୍ରଥମ ଫିଲ୍ଡ୍‌ ଗୋଲ ସ୍କୋର କରିଥିଲେ।

ଏହା ଦେଖି ଭାରତୀୟ ଖେଳାଳିଙ୍କ ସମେତ ପୂରା କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଜଳକା ହୋଇଯାଇଥିଲେ। ତେବେ ଏହାପରେ ଭାରତ ତା’ର ରଣନୀତି ପରିବର୍ତ୍ତନ କରିଥିଲା। ଘନଘନ ଆକ୍ରମଣ ସାଙ୍ଗକୁ ରୁଷକୁ କମବ୍ୟାକ୍‌ କରିବାର କୌଣସି ସୁଯୋଗ ଦେଇ ନଥିଲା।

ମ୍ୟାଚ୍‌ର ୭ମ ମିନିଟ୍‌ରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଏହାକୁ ଦଳ ଗୋଲରେ ପରିଣତ କରିପାରି ନଥିଲା। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ସ୍ଥିତି ଭାରତ ୦-୧ରେ ପଛୁଆ ରହିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରେ ଭାରତ ୩ଟି ଗୋଲ ସ୍କୋର କରି ହାଫ ଟାଇମ୍‌ ସୁଦ୍ଧା ସ୍ଥିତି ୩-୧ କରି ଦେଇଥିଲା।

ତୃତୀୟ କ୍ୱାର୍ଟରରେ ଉଭୟ ଦଳ ପରସ୍ପରକୁ ଗୋଲ ଦେବା ପାଇଁ ଜୋରଦାର ଉଦ୍ୟମ କରିଥିଲେ। ହେଲେ କେହି ବି ଏଥିରେ ସଫଳତା ପାଇ ନଥିଲେ। ୩୩ ତମ ମିନିଟ୍ରେ ସିମରନଜିତ ଚମତ୍କାର ଢଙ୍ଗରେ ରୁଷର ଡି ’ ମଧ୍ୟରେ ମନଦୀପକୁ ବଲ ପାସ୍‌ ଦେଇଥିଲେ ହେଁ ସେ ଏହାକୁ ନିଜ ନିୟନ୍ତ୍ରଣରେ ରଖି ପାରି ନଥିଲେ। ଏହି କ୍ୱାର୍ଟରଟି ଗୋଲ ଶୂନ୍ୟ ରହିଥିଲା।

୪ର୍ଥ କ୍ୱାର୍ଟରରେ ଭାରତ ନିଜ ଆକ୍ରମଣକୁ ଆହୁରି ଜୋରଦାର କରିଥିଲା। ୪୭ତମ ମିନିଟ୍‌ରେ ଭାରତ ପକ୍ଷରୁ ନୀଳକଣ୍ଠ ଶର୍ମା ଫିଲ୍ଡ ଗୋଲ କରି ସ୍ଥିତିକୁ ୪-୧ କରିଦେଇଥିଲେ। ଏହାର ଗୋଟିଏ ମିନିଟ୍‌ ପରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ କର୍ଣ୍ଣର ସ୍ପେଶାଲିଷ୍ଟ ରୂପିନ୍ଦର ପାଲ ସିଂହ ଗୋଲରେ ପରିଣତ କରି ଦେଇଥିଲେ।

ସେହିପରି ୫୩ତମ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ତେବେ ଏହାକୁ ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂହ ଗୋଲରେ ପରିଣତ କରିପାରି ନଥିଲେ। ସ୍ଥିତି ୫-୧ରେ ରହିଥିଲା। ୫୯ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ରୂପିନ୍ଦର ପାଲ ସିଂହ ଗୋଲରେ ପରିଣତ କରି ସ୍ଥିତି ୬-୧ରେ ପହଞ୍ଚାଇ ଦେଇଥିଲା। ମ୍ୟାଚ୍‌ର ଶେଷ ମିନିଟ୍‌ରେ ଭାରତକୁ ପୁଣି ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଓଡ଼ିଆ ତାରକା ଅମିତ ରୋହିଦାସ ଗୋଲରେ ପରିଣତ କରି ୭-୧ରେ ଭାରତକୁ ବିଜୟ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story