ଏଆଇଏଫଏଫ ହୋଇପାରେ ‘ଫୁଟ୍‌ବଲ ଇଣ୍ଡିଆ’

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେସନ (ଏଆଇଏଫଏଫ୍‌) ନିଜ ନାମ ପରିବର୍ତ୍ତନ କରିବାକୁ ବିଚାର କରୁଛି। ଏହା ହେଲେ ଏଆଇଏଫଏଫର ନାମ ‘ଫୁଟ୍‌ବଲ ଇଣ୍ଡିଆ’ ରଖାଯିବ। ଏନେଇ ଆଜି ଏଆଇଏଫଏଫ ସଭାପତି ପ୍ରଫୁଲ୍ଲ ପଟେଲ ସୂଚନା ଦେଇଛନ୍ତି। ଆଜି ‘ଇଣ୍ଡିଆନ ଓମେନ ଲିଗ୍‌’ (ଆଇଡବ୍ଲ୍ୟୁଏଲ୍‌) ସମ୍ପର୍କରେ ସୂଚନା ଦେବା ବେଳେ ପଟେଲ ଏହା କହିଛନ୍ତି। ଭାରତରେ ପ୍ରଥମ କରି ଆଇଡବ୍ଲ୍ୟୁଏଲ୍‌ ଆରମ୍ଭ ହେବ। ୬ଟି ମିଟ୍‌କୁ ନେଇ ୨ ସପ୍ତାହ ପାଇଁ ଏହି ଲିଗ୍‌ ଚାଲିବ। ଆମ୍ବେଦକର […]

football-india

football-india

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 06:47 PM IST

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେସନ (ଏଆଇଏଫଏଫ୍‌) ନିଜ ନାମ ପରିବର୍ତ୍ତନ କରିବାକୁ ବିଚାର କରୁଛି। ଏହା ହେଲେ ଏଆଇଏଫଏଫର ନାମ ‘ଫୁଟ୍‌ବଲ ଇଣ୍ଡିଆ’ ରଖାଯିବ। ଏନେଇ ଆଜି ଏଆଇଏଫଏଫ ସଭାପତି ପ୍ରଫୁଲ୍ଲ ପଟେଲ ସୂଚନା ଦେଇଛନ୍ତି।

ଆଜି ‘ଇଣ୍ଡିଆନ ଓମେନ ଲିଗ୍‌’ (ଆଇଡବ୍ଲ୍ୟୁଏଲ୍‌) ସମ୍ପର୍କରେ ସୂଚନା ଦେବା ବେଳେ ପଟେଲ ଏହା କହିଛନ୍ତି। ଭାରତରେ ପ୍ରଥମ କରି ଆଇଡବ୍ଲ୍ୟୁଏଲ୍‌ ଆରମ୍ଭ ହେବ। ୬ଟି ମିଟ୍‌କୁ ନେଇ ୨ ସପ୍ତାହ ପାଇଁ ଏହି ଲିଗ୍‌ ଚାଲିବ। ଆମ୍ବେଦକର ଷ୍ଟାଡିୟମରେ ଆସନ୍ତା ୨୮ ତାରିଖରୁ ଏହି ଲିଗ୍‌ ଆରମ୍ଭ ହେବ।

ଆଇଡବ୍ଲ୍ୟୁଏଲ୍‌ ଭାରତରେ ମହିଳା ଫୁଟ୍‌ବଲ ଖେଳାଳିଙ୍କ ପାଇଁ ନୂଆ ଯୁଗ ସୃଷ୍ଟି କରିବ ବୋଲି ପଟେଲ କହିଛନ୍ତି।

ଆଇଡବ୍ଲ୍ୟୁଏଲ୍‌ର ୬ ନୂଆ ଟିମ୍‌ ହେଲେ ଏଫ୍‌ସି ଅଲଖପୁରା (ହରିୟାନା), ଜେପ୍ପିୟର ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲଜି ଏଫ୍‌ସି (ପଣ୍ଡିଚେରୀ), ଆଇଜୋଲ ଏଫସି (ମିଜୋରାମ), ଏଫ୍‌ସି ପୁନେ ସିଟି (ମହାରାଷ୍ଟ୍ର), ରାଇଜିଂ ଷ୍ଟୁଡେଣ୍ଟ କ୍ଲବ (ଓଡ଼ିଶା) ଏବଂ ଇଷ୍ଟର୍ଣ୍ଣ ସ୍ପୋଟିଂ ୟୁନିୟ (ମଣିପୁର)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos