ଆଶେସ ସିରିଜ୍‌: ଷ୍ଟାଡିୟମ ଉପରେ ଉଡ଼ିଲା ବିମାନ, ଲେଖା ହୋଇଥିଲା ଏମିତି କଥା

ଏଜବାଷ୍ଟନ୍‌: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ୍‌ଠାରେ ଆଶେସ ସରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯାଉଛି। ମ୍ୟାଚ୍‌ର ୨ୟ ଦିବସରେ ଖେଳ ଚାଲିଥିବା ବେଳେ ଷ୍ଟାଡିୟମ ଉପରେ ଏକ ବିମାନ ଉଡ଼ିଥିଲା। ଏଥିରେ ଇଂଲିଶ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ବିଶ୍ୱକପ୍‌ ପ୍ରଦର୍ଶନକୁ ପ୍ରଶଂସା କରି ଏକ ବ୍ୟାନ୍‌ର ଲାଗିଥିଲା। ଏହି ବ୍ୟାନ୍‌ରଟି ଇଂଲଣ୍ଡର ବାର୍ମି ଆର୍ମି ପକ୍ଷରୁ ବିମାନରେ ଲଗା ଯାଇଥିଲା। ଏଥିରେ ‘Arise, Sir Ben Stokes – Barmy Army’ ବୋଲି ଲେଖାଯାଇଥିଲା। ବିଶ୍ୱକପ ଫାଇନାଲରେ […]

hjh

hjh

Hemant Lenka
  • Published: Saturday, 03 August 2019
  • Updated: 03 August 2019, 06:08 PM IST

Sports

Latest News

ଏଜବାଷ୍ଟନ୍‌: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ୍‌ଠାରେ ଆଶେସ ସରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯାଉଛି। ମ୍ୟାଚ୍‌ର ୨ୟ ଦିବସରେ ଖେଳ ଚାଲିଥିବା ବେଳେ ଷ୍ଟାଡିୟମ ଉପରେ ଏକ ବିମାନ ଉଡ଼ିଥିଲା।

ଏଥିରେ ଇଂଲିଶ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ବିଶ୍ୱକପ୍‌ ପ୍ରଦର୍ଶନକୁ ପ୍ରଶଂସା କରି ଏକ ବ୍ୟାନ୍‌ର ଲାଗିଥିଲା। ଏହି ବ୍ୟାନ୍‌ରଟି ଇଂଲଣ୍ଡର ବାର୍ମି ଆର୍ମି ପକ୍ଷରୁ ବିମାନରେ ଲଗା ଯାଇଥିଲା। ଏଥିରେ ‘Arise, Sir Ben Stokes – Barmy Army’ ବୋଲି ଲେଖାଯାଇଥିଲା।

ବିଶ୍ୱକପ ଫାଇନାଲରେ ଷ୍ଟୋକ୍ସ ଅପରାଜିତ ୮୪ ରନ୍‌ର ଇନିଂସ ଖେଳିଥିଲେ। ଫଳରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚ୍‌ଟି ସୁପର୍ ଓଭରକୁ ଯାଇଥିଲା। ସୁପର ଓଭର୍‌ରେ ମଧ୍ୟ ଷ୍ଟୋକ୍ସଙ୍କ ବ୍ୟାଟିଂ କରି ଇଂଲଣ୍ଡକୁ ପ୍ରଥମଥର ପାଇଁ ବିଶ୍ୱ ବିଜେତା କରାଇଥିଲେ। ଷ୍ଟୋକ୍ସଙ୍କ ଏହି ପ୍ରଦର୍ଶନକୁ ପ୍ରଶଂସା କରିବା ପାଇଁ ବାର୍ମି ଆର୍ମି ପକ୍ଷରୁ ଏଭଳି ପ୍ରୟାସ କରାଯାଇଥିଲା।

ଏହାପୂର୍ବରୁ ବିଶ୍ୱକପ ବେଳେ ମ୍ୟାଚ୍‌ ଚାଲିଥିବା ବେଳେ ଦୁଇଥର ରାଜନୀତିକ ବାର୍ତ୍ତା ଲେଖାଥିବା ବିମାନ ଷ୍ଟାଡିୟମ ଉପରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos