ଆଜି ବାଜିବ ରିଓ ଅଲିମ୍ପିକ୍ସ ବିଗୁଲ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ରିଓ ଅଲିମ୍ପିକ୍ସ-୨୦୧୬। ଏଥିପାଇଁ ବ୍ରାଜିଲ୍‌ର ରିଓ ଡିଜେନେରିଓ ସହର ଚଳଚଞ୍ଚଳ ହୋଇପଡ଼ିଛି। ଉଦ୍‌ଘାଟନୀ ଉତ୍ସବରେ ଅଲିମ୍ପିକ୍ସ ବିଗୁଲ ବାଜିବା ପରେ ମେଡାଲ ପାଇଁ ଭାରତ ସମେତ ୨୦୭ ଦେଶର ୧୧ ହଜାର ଖେଳାଳିଙ୍କ ମଧ୍ୟରେ ହେବ ଜୋରଦାର ଲଢେଇ। କ୍ରୀଡ଼ାଗ୍ରାମରେ ସବୁ ଦେଶର ଖେଳାଳି ପହଞ୍ଚି ଗଲେଣି। ବିଶ୍ୱର ସର୍ବ ବୃହତ କ୍ରୀଡ଼ା ମହୋତ୍ସବକୁ ଭାରତ ଅନ୍ୟ ସଂସ୍କରଣ ତୁଳନାରେ ସବୁଠାରୁ ବଡ଼ ଦଳ ପଠାଇଛି। ତେଣୁ ଏଥିର ସେମାନଙ୍କଠାରୁ ଦେଶ […]

olympics

olympics

Rakesh Mallick
  • Published: Friday, 05 August 2016
  • Updated: 05 August 2016, 08:53 AM IST

Sports

Latest News

olympicsଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ରିଓ ଅଲିମ୍ପିକ୍ସ-୨୦୧୬। ଏଥିପାଇଁ ବ୍ରାଜିଲ୍‌ର ରିଓ ଡିଜେନେରିଓ ସହର ଚଳଚଞ୍ଚଳ ହୋଇପଡ଼ିଛି। ଉଦ୍‌ଘାଟନୀ ଉତ୍ସବରେ ଅଲିମ୍ପିକ୍ସ ବିଗୁଲ ବାଜିବା ପରେ ମେଡାଲ ପାଇଁ ଭାରତ ସମେତ ୨୦୭ ଦେଶର ୧୧ ହଜାର ଖେଳାଳିଙ୍କ ମଧ୍ୟରେ ହେବ ଜୋରଦାର ଲଢେଇ। କ୍ରୀଡ଼ାଗ୍ରାମରେ ସବୁ ଦେଶର ଖେଳାଳି ପହଞ୍ଚି ଗଲେଣି।

ବିଶ୍ୱର ସର୍ବ ବୃହତ କ୍ରୀଡ଼ା ମହୋତ୍ସବକୁ ଭାରତ ଅନ୍ୟ ସଂସ୍କରଣ ତୁଳନାରେ ସବୁଠାରୁ ବଡ଼ ଦଳ ପଠାଇଛି। ତେଣୁ ଏଥିର ସେମାନଙ୍କଠାରୁ ଦେଶ ଅଧିକ ପଦକ ଆଶା ରଖିଛି। ପ୍ରଥମଥର ପଦକ ସଂଖ୍ୟା ଦୁଇଅଙ୍କ ଟପିବ ବୋଲି ଦେଶବାସୀ ଆଶା ରଖିଛନ୍ତି।

ଫୁଟବଲ ଲିଜେଣ୍ଡ ପିଲେ ମାରାକାନା ଷ୍ଠାଡିୟମରେ ଅଲିମ୍ପିକ୍ସ ଜ୍ୟୋତି ଜଳାଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ।

ଭାରତୀୟ ସମୟ ଶନିବାର ସକାଳ ସାଢେ ୪ଟାରୁ ଏହା ଆରମ୍ଭ ହେବ। ୩ ଘଣ୍ଟା ଧରି ଉଦ୍‌ଘାଟନୀ ଉତ୍ସବ ଚାଲିବ। ଗ୍ରୀସ୍‌ ନେଶନ ପ୍ୟାରେଡରେ ପ୍ରଥମେ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିବ। ୯୫ତମ ସ୍ଥାନରେ ଭାରତୀୟ ଖେଳାଳି ଷ୍ଟାଡିୟମକୁ ପ୍ରବେଶ କରିବେ। ଅଭିନବ ବିନ୍ଦ୍ରା ଭାରତର ଫ୍ଲାଗ ବିୟରର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos