ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଟସ୍‌ ଜିଣି ବ୍ୟାଟିଂ କରୁଛି ଭାରତ

କାନପୁର: କାନପୁରର ଗ୍ରୀନ୍‌ପାର୍କରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସରିଜ୍‌ର ପ୍ରଥମ ମ୍ୟାଚ ଖେଳାଯାଉଛି। ସକାଳ ୯ଟା ୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ଜିଣି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହା ଭାରତର ୫୦୦ତମ ଟେଷ୍ଟ ମ୍ୟାଚ୍‌ ହୋଇଥିବାରୁ ଆୟୋଜକ ମାନେ ଉତ୍ସାହିତ ଅଛନ୍ତି। ଆଇସିସି ପକ୍ଷରୁ ଏନେଇ ବିସିସିଆଇକୁ ଶୁଭକାମନା ଜଣାଇଛି। ଆଜିର ମ୍ୟାଚ୍‌ ପାଇଁ ଉଭୟ ଦଳ ଗତକାଲି ଦୀର୍ଘ ସମୟ ଧରି ଅଭ୍ୟାସ କରିଥିଲେ। ଭାରତ […]

match

match

Rakesh Mallick
  • Published: Thursday, 22 September 2016
  • Updated: 22 September 2016, 11:50 AM IST

Sports

Latest News

କାନପୁର: କାନପୁରର ଗ୍ରୀନ୍‌ପାର୍କରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସରିଜ୍‌ର ପ୍ରଥମ ମ୍ୟାଚ ଖେଳାଯାଉଛି। ସକାଳ ୯ଟା ୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ଜିଣି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହା ଭାରତର ୫୦୦ତମ ଟେଷ୍ଟ ମ୍ୟାଚ୍‌ ହୋଇଥିବାରୁ ଆୟୋଜକ ମାନେ ଉତ୍ସାହିତ ଅଛନ୍ତି। ଆଇସିସି ପକ୍ଷରୁ ଏନେଇ ବିସିସିଆଇକୁ ଶୁଭକାମନା ଜଣାଇଛି।

ଆଜିର ମ୍ୟାଚ୍‌ ପାଇଁ ଉଭୟ ଦଳ ଗତକାଲି ଦୀର୍ଘ ସମୟ ଧରି ଅଭ୍ୟାସ କରିଥିଲେ। ଭାରତ ବ୍ୟାଟିଂ ଉପରେ ଧ୍ୟାନ ଦେଉଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ବୋଲିଂକୁ ପ୍ରାଧାନ୍ୟ ଦେବ ବୋଲି ଆଶା କରାଯାଉଛି।

ଘରୋଇ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ୍‌ ୫୧ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୧୭ଟି ଓ ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍‌ ଜିତିଛନ୍ତି। ୨୫ଟି ମ୍ୟାଚ୍‌ ଡ୍ର ରହିଛି।

ଭାରତରେ ଖେଳାଯାଇଥିବା ୩୦ଟି ମ୍ୟାଚ୍‌ରୁ ଭାରତ ୧୨ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୨ଟି ଜିତିଛି। ୧୬ଟି ମ୍ୟାଚ୍‌ ଡ୍ର ହୋଇଛି।

ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ୨୧ଟି ମ୍ୟାଚ୍‌ ମଧ୍ୟରୁ ଭାରତ ୫ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୭ଟି ଓ ୯ଟି ମ୍ୟାଚ୍‌ ଡ୍ର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos