ବାପା ହେଲେ ଅଜିଙ୍କ୍ୟ ରାହଣେ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ଉପଅଧିନାୟକ ଅଜିଙ୍କ୍ୟ ରାହଣେ ଆଜି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ରାଧିକା ଶନିବାର ସକାଳେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହଣେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ ଖେଳିବାରେ ବ୍ୟସ୍ତ ଥିବା ବେଳେ ତାଙ୍କ ପାଖରେ ଏ ସୁସମ୍ବାଦ ପହଞ୍ଚିଛି। ରାଧିକା ହେଉଛନ୍ତି ରାହଣେଙ୍କ ପିଲା ବେଳର ସାଙ୍ଗ। ୨୦୧୪ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଜି ବାପା ହୋଇଥିବା ରାହଣେଙ୍କୁ ହରଭଜନ ସିଂହ […]

cx

cx

Hemant Lenka
  • Published: Saturday, 05 October 2019
  • Updated: 05 October 2019, 09:44 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ଉପଅଧିନାୟକ ଅଜିଙ୍କ୍ୟ ରାହଣେ ଆଜି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ରାଧିକା ଶନିବାର ସକାଳେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହଣେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ ଖେଳିବାରେ ବ୍ୟସ୍ତ ଥିବା ବେଳେ ତାଙ୍କ ପାଖରେ ଏ ସୁସମ୍ବାଦ ପହଞ୍ଚିଛି।

ରାଧିକା ହେଉଛନ୍ତି ରାହଣେଙ୍କ ପିଲା ବେଳର ସାଙ୍ଗ। ୨୦୧୪ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଜି ବାପା ହୋଇଥିବା ରାହଣେଙ୍କୁ ହରଭଜନ ସିଂହ ହିଁ ପ୍ରଥମେ ଶୁଭେଚ୍ଛା ଜଣାଇଛନ୍ତି। ରାହଣେଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି, ହରଭଜନ ସିଂହ, ରୋହିତ ଶର୍ମା, ସୁରେଶ ରାଇନା ଓ ହନୁମା ବିହାରୀ ମଧ୍ୟ କନ୍ୟା ସନ୍ତାନର ବାପା ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos