ଇଂଲଣ୍ଡକୁ ବିଶ୍ୱକପ୍‌ରୁ ବିଦା କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ବର୍ମିଂହାମ: ଦିନିକିଆରେ ବିଶ୍ୱର ଏକ ନମ୍ବର ଟିମ୍‌ ଭାରତ ଆସନ୍ତାକାଲି ବିଶ୍ୱକପ୍‌ରେ ନଂ-୨ ଟିମ୍‌ ଇଂଲଣ୍ଡକୁ ଭେଟିବ। ଗୋଟିଏ ପଟେ ଟିମ୍‌ ଇଣ୍ଡିଆ ଚଳିତ ବିଶ୍ୱକପ୍‌ରେ ଏଯାଏ ଅପରାଜେୟ ରହିଥିବା ବେଳେ ଇଂଲଣ୍ଡ ସେମିଫାଇନାଲ୍‌ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ସଂଘର୍ଷ କରୁଛି। ଇଂଲଣ୍ଡକୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଯେମିତି ହେଲେ ବି ଜିତିବାକୁ ପଡ଼ିବ। କାରଣ ଦୁଇଟି ଯାକ ମ୍ୟାଚ୍‌ ଜିତିଲେ ହେଁ ଦଳ ସେମିଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିବ। ଏହି ଦୁଇ […]

q1

q1

Hemant Lenka
  • Published: Saturday, 29 June 2019
  • Updated: 29 June 2019, 05:41 PM IST

ବର୍ମିଂହାମ: ଦିନିକିଆରେ ବିଶ୍ୱର ଏକ ନମ୍ବର ଟିମ୍‌ ଭାରତ ଆସନ୍ତାକାଲି ବିଶ୍ୱକପ୍‌ରେ ନଂ-୨ ଟିମ୍‌ ଇଂଲଣ୍ଡକୁ ଭେଟିବ। ଗୋଟିଏ ପଟେ ଟିମ୍‌ ଇଣ୍ଡିଆ ଚଳିତ ବିଶ୍ୱକପ୍‌ରେ ଏଯାଏ ଅପରାଜେୟ ରହିଥିବା ବେଳେ ଇଂଲଣ୍ଡ ସେମିଫାଇନାଲ୍‌ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ସଂଘର୍ଷ କରୁଛି।

ଇଂଲଣ୍ଡକୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଯେମିତି ହେଲେ ବି ଜିତିବାକୁ ପଡ଼ିବ। କାରଣ ଦୁଇଟି ଯାକ ମ୍ୟାଚ୍‌ ଜିତିଲେ ହେଁ ଦଳ ସେମିଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିବ। ଏହି ଦୁଇ ମ୍ୟାଚ୍‌ରୁ ଗୋଟିଏ ବି ହାରିଗଲେ ଦଳର ବିଶ୍ୱକପ ଜିତିବା ସ୍ୱପ୍ନ ଚୁରମାର ହୋଇଯିବ।

ଅନ୍ୟପକ୍ଷେ ଭାରତ ଆସନ୍ତାକାଲିର ମ୍ୟାଚ୍‌ ଜିତି ସେମିଫାଇନାଲ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିବ। ଦଳ ୬ଟି ମ୍ୟାଚ୍‌ରୁ ୧୧ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଆସନ୍ତାକାଲିର ମ୍ୟାଚ୍‌ ଜିତିଲେ ଦଳ ସେମିଫାଇନାଲ୍‌ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଯିବ।

ରବିବାର ଭାରତୀୟ ସମୟ ଅପରାହ୍ନ ୩ଟାରେ ବର୍ମିଂହାମରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଉପରେ ଇଂଲଣ୍ଡ ଓ ଭାରତୀୟ ପ୍ରଶଂସକଙ୍କ ବ୍ୟତୀତ ପାକିସ୍ତାନ ଓ ବାଂଲାଦେଶର ନଜର ମଧ୍ୟ ରହିବ। କାରଣ, ଏହି ମ୍ୟାଚ୍‌ରେ ଭାରତର ବିଜୟ ବା ପରାଜୟ ଉଭୟ ଦଳଙ୍କ ସେମିଫାଇନାଲ ଭାଗ୍ୟ ନିର୍ଦ୍ଦାରଣ କରିବ।

ଭାରତ ଏଯାଏ ସବୁ ମ୍ୟାଚ୍‌ ଜିତିଥିଲେ ହେଁ ମଧ୍ୟକ୍ରମର ବିଫଳତା ଟିମ୍‌ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ପ୍ରଥମ ୩ଟି ମ୍ୟାଚ୍‌ରେ ଟପ୍‌ ଅର୍ଡର କମାଲ କରିଥିଲେ। ସ୍ଲଗ୍ ଓଭର୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ମହେନ୍ଦ୍ର ସିଂହ ଫିନିଶର ଭଳି କାମ କରିଥିଲେ। ହେଲେ ଭାରତର ମଧ୍ୟକ୍ରମର ବିଫଳତା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସାମ୍ନାକୁ ଆସିଥିଲା।

ଟପ୍‌ ଅର୍ଡର ଫେଲ ମାରିବା ପରେ ୪ ନଂରେ ଆସିଥିବା ବିଜୟ ଶଙ୍କର ସମସ୍ତଙ୍କୁ ନିରାଶ କରିଥିଲେ। ସେହିପରି ଧୋନି ଓ କେଦାର ଯାଦବଙ୍କ ଧିମା ବ୍ୟାଟିଂ ଦଳକୁ ଚିନ୍ତାରେ ପକାଇଥିଲା। ଏହି କାରଣରୁ ଦଳ ଆଫଗାନିସ୍ତାନ ମ୍ୟାଚ୍‌ରେ ମାତ୍ର ୨୨୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦଳ ୨୬୮ ରନ୍‌ କରିଥିଲା ସତ, ହେଲେ ବିଜୟ ଶଙ୍କର ଓ କେଦାର ଯାଦବ ବିଫଳ ହେବା ଏବଂ ଧୋନିଙ୍କ ମନ୍ଥର ବ୍ୟାଟିଂକୁ ନେଇ ମ୍ୟାନେଜମେଣ୍ଟ ଚିନ୍ତାରେ ରହିଛି।

କ୍ରିକେଟ ପଣ୍ଡିତଙ୍କ ମତରେ ୪ ନଂ ପାଇଁ ବିଜୟ ଶଙ୍କର ଅନ୍‌ଫିଟ୍‌। ଧୋନି ୪ ନଂରେ ଖେଳିବା ଦରକାର ବୋଲି ସେମାନେ ମତ ଦେଇଛନ୍ତି। ଆଉ କିଛି କ୍ରିକେଟ୍‌ ବିଶେଷଜ୍ଞଙ୍କ ମତରେ ରିଷଭ ପନ୍ତ କିମ୍ବା ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ୪ ନଂରେ ଖେଳାଇବା ଦରକାର। ଟିମ୍‌ ଇଣ୍ଡିଆରେ କୁଲଦୀପ ଯାଦବଙ୍କୁ ଛାଡ଼ି ଦେଲେ ବାମ ହାତରେ କେହି ବି ବ୍ୟାଟିଂ କରୁ ନାହାନ୍ତି। ତେଣୁ ବିଜୟ ଶଙ୍କରଙ୍କ ବଦଳରେ ପନ୍ତ ଆସିଲେ, ପ୍ରତିପକ୍ଷ ବାମ-ଡାହାଣ କମ୍ବିନେସନକୁ ନେଇ ନିଶ୍ଚିତ ଚିନ୍ତାରେ ପଡ଼ିବେ। ଭାରତ ବୋଲିଂ ବାହିନୀ ବେଶ ସନ୍ତୁଳିତ ରହିଛି।

ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତିରେ ମହମ୍ମଦ ଶାମି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ଓ ଯଶପ୍ରୀତ ବୁମ୍ରା ମଧ୍ୟ ନିଜର ଯାଦୁ ଦେଖାଇଛନ୍ତି। ଦୁଇ ସ୍ପିନର କୁଲ-ଚହଲ ଯୋଡ଼ି ଇଂଲଣ୍ଡ ଟିମ୍‌କୁ ଅଡ଼ୁଆରେ ପକାଇବା ନିଶ୍ଚିତ।

ଅନ୍ୟପକ୍ଷରେ, ବିଶ୍ୱକପ୍‌ ଆରମ୍ଭରୁ ଭଲ ପ୍ରଦର୍ଶନ କରୁଥିବା ଇଂଲଣ୍ଡ ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଠାରୁ ହାରି ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିବାର ଆଶଙ୍କା ରହିଛି। ବିଶ୍ୱକପ୍‌ ଆରମ୍ଭରୁ ଇଂଲଣ୍ଡ ହିଁ ଟ୍ରଫି ଜିତିବାର ପ୍ରବଳ ଦାବିଦାର ରହିଥିଲା। ହେଲେ ଏବେ ସ୍ଥିତି ପୂରା ଓଲଟି ଯାଇଛି। ଅବଶ୍ୟ ଆସନ୍ତାକାଲି ଆହତ ହୋଇଥିବା ଜେସନ ରୟ ଇଂଲଣ୍ଡ ପାଇଁ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ରୟ ବିଶ୍ୱକପରେ ଜବରଦସ୍ତ ଫର୍ମରେ ରହିଥିଲେ। ଆହତ ହେବା କାରଣରୁ ସେ ୩ଟି ମ୍ୟାଚ୍‌ ଖେଳି ନଥିଲେ। ଏଥିରୁ ଦୁଇଟି ମ୍ୟାଚ୍‌ରେ ଇଂଲଣ୍ଡ ପରାସ୍ତ ହୋଇଛି। ଦଳର ବେନ୍‌ ଷ୍ଟୋକ୍ସ ଓ ଜୋଶ ବଟଲରଙ୍କ ଭଳି ମ୍ୟାଚ୍‌ ୱିନର ଅଛନ୍ତି। ଦଳ ଯେକୌଣସି ଦଳକୁ ହରାଇବାର କ୍ଷମତା ରଖିଛି। ତେଣୁ କୁହାଯାଇପାରେ, ଆସନ୍ତକାଲି ମ୍ୟାଚ୍‌ରେ କାଣ୍ଟେ କି ଟକ୍କର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story