ଭାରତ ବନାମ ଅଷ୍ଟ୍ରେଲିଆ: ଫୋକସରେ ଏହି ୩ ଲଢ଼େଇ

ଲଣ୍ଡନ: ୫ଥରର ବିଶ୍ୱ ଚାମ୍ପିୟନ ତଥା ଚଳିତ ବିଶ୍ୱକପ୍‌ରେ ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଆସନ୍ତାକାଲି ଭାରତ ଭେଟିବ। ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ମ୍ୟାଚ୍‌ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ନିକଟରେ ଅଷ୍ଟ୍ରେଲିଆ ଭାରତ ଆସି ଟିମ୍‌ ଇଣ୍ଡିଆକୁ ଦିନିକିଆ ସିରିଜ୍‌ରେ ପରାସ୍ତ କରିଥିଲା। ଏବେ ଟିମ୍‌ ଇଣ୍ଡିଆ ଏହାର ବଦଲା ନେବା ମୁଡ୍‌ରେ ରହିଛି। ୨୦୧୧ରେ ଭାରତ ଟିମ୍‌ ଅଷ୍ଟ୍ରେଲିଆକୁ ସେମି-ଫାଇନାଲ୍‌ରେ ପ୍ରବେଶ କରିବାକୁ ଦେଇ […]

w

w

Hemant Lenka
  • Published: Saturday, 08 June 2019
  • Updated: 08 June 2019, 04:04 PM IST

Sports

Latest News

ଲଣ୍ଡନ: ୫ଥରର ବିଶ୍ୱ ଚାମ୍ପିୟନ ତଥା ଚଳିତ ବିଶ୍ୱକପ୍‌ରେ ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଆସନ୍ତାକାଲି ଭାରତ ଭେଟିବ। ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ମ୍ୟାଚ୍‌ ଉପରେ ସମଗ୍ର ବିଶ୍ୱର ନଜର ରହିଛି।

ନିକଟରେ ଅଷ୍ଟ୍ରେଲିଆ ଭାରତ ଆସି ଟିମ୍‌ ଇଣ୍ଡିଆକୁ ଦିନିକିଆ ସିରିଜ୍‌ରେ ପରାସ୍ତ କରିଥିଲା। ଏବେ ଟିମ୍‌ ଇଣ୍ଡିଆ ଏହାର ବଦଲା ନେବା ମୁଡ୍‌ରେ ରହିଛି। ୨୦୧୧ରେ ଭାରତ ଟିମ୍‌ ଅଷ୍ଟ୍ରେଲିଆକୁ ସେମି-ଫାଇନାଲ୍‌ରେ ପ୍ରବେଶ କରିବାକୁ ଦେଇ ନଥିଲା। କିନ୍ତୁ ଅଷ୍ଟ୍ରେଲିଆ ୨୦୧୫ରେ ଭାରତକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା ଏବଂ ବିଶ୍ୱବିଜେତା ହୋଇଥିଲା।

ତେବେ ଆସନ୍ତାକାଲି ୩ଟି ଲଢ଼େଇ ଉପରେ ସମସ୍ତଙ୍କ ନଜର ରହିବ, ଆସନ୍ତୁ ଜାଣିବା ସେ ସବୁ କ’ଣ

୧: ବିରାଟ୍‌ ବନାମ ମିଚେଲ୍‌ ଷ୍ଟାର୍କ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବେ ଦିନିକିଆ ଓ ଟେଷ୍ଟ ବ୍ୟାଟିଂ ରା଼ଙ୍କିଙ୍ଗରେ ୧ ନଂ ସ୍ଥାନରେ ରହିଛନ୍ତି। ସେହିପରି ମିଚେଲ ଷ୍ଟାର୍କ ଜବରଦସ୍ତ ଫର୍ମରେ ରହିଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଷ୍ଟାର୍କ ୫ଟି ୱିକେଟ୍‌ ଦଖଲ କରିଥିଲେ। ବିରାଟ୍‌ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ମାତ୍ର ୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ଆଭରେଜ୍‌ ୫୩ ରହିଛି। ଷ୍ଟାର୍କ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ସ୍କ୍ୱାଡର ପ୍ରମୁଖ ବୋଲର। ତେଣୁ ବିରାଟ୍‌ ଏବଂ ଷ୍ଟାର୍କଙ୍କ ମଧ୍ୟରେ ଲଢ଼େଇ ଉପରେ ସମସ୍ତଙ୍କ ନଜର।

୨: ୱାର୍ଣ୍ଣର ବନାମ ବୁମ୍ରା: ବଲ୍‌ ବିକୃତ କରିବା ଘଟଣାରେ ବାସନ୍ଦ ହେବାର ଗୋଟିଏ ବର୍ଷ ପରେ ଡେଭିଡ୍‌ ୱାର୍ଣ୍ଣର ଅନ୍ତର୍ଜାତୀୟ କ୍ରିକେଟ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। ସେ ଆଫ୍‌ଗାନିସ୍ତାନ ବିପକ୍ଷରେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଦ୍ରୁତ ବୋଲରଙ୍କ ମୁକାବିଲା କରିବାରେ ୱାର୍ଣ୍ଣର ବେଶ ମାହିର। ଅନ୍ୟପକ୍ଷରେ ବୁମ୍ରା ବିଶ୍ୱର ୧ ନଂ ବୋଲର। ସେ ୫୦ ମ୍ୟାଚ୍‌ରେ ୮୭ଟି ୱିକେଟ୍‌ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ବୁମ୍ରା ଆରମ୍ଭରୁ ବେଶ ଶାଣିତ ବୋଲିଂ କରିଥିଲେ। ତେଣୁ ଆସନ୍ତାକାଲି ବୁମ୍ରା ଓ ୱାର୍ଣ୍ଣରଙ୍କ ଲଢ଼େଇ ବେଶ ରୋଚକ ହେବ ବୋଲି କୁହାଯାଉଛି।

୩: ଆଡାମ ଜାମ୍ଫା ବନାମ ଚହଲ-କୁଲଦୀପ: ଅଷ୍ଟ୍ରେଲିଆ ପାଖରେ ଏକମାତ୍ର ଲେଗ ସ୍ପିନର ଭାବେ ଆଡାମ ଜାମ୍ଫା ରହିଛନ୍ତି। ଭାରତ ବିପକ୍ଷରେ ସ୍ପିନ ବୋଲିଂ ଦାୟିତ୍ୱ ତାଙ୍କ ଉପରେ ରହିବ। ୨୦୧୬ରେ ଡେବ୍ୟୁ କରିଥିବା ଜାମ୍ଫା ହାସଲ କରିଥିବା ୬୪ଟି ଦିନିକିଆ ୱିକେଟ୍‌ ମଧ୍ୟରୁ ୧୫ଟି ଭାରତ ବିପକ୍ଷରେ ପାଇଛନ୍ତି। ଗୁଗଲି ଓ ଷ୍ଟ୍ରେଟ୍‌ ବଲ୍‌ରେ ସେ ପ୍ରତିପକ୍ଷଙ୍କୁ ମାତ ଦେଇଛନ୍ତି। ଅନ୍ୟପକ୍ଷରେ ଭାରତ ପାଖରେ ଚହଲ ଓ କୁଲଦୀପ ରହିଛନ୍ତି। ଉଭୟ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ୫ଟି ୱିକେଟ୍‌ ନେଇଥିଲେ। ଚହଲ ୪ଟି ୱିକେଟ୍‌ ପାଇଥିବା ବେଳେ କୁଲଦୀପ ଗୋଟିଏ ୱିକେଟ୍‌ ଦଖଲ କରିଥିଲେ। ଭାରତର ସ୍ପିନ୍‌ ବାହିନୀ ସମ୍ଭାଳିବା ଦାୟିତ୍ୱ ଏହି ଦୁଇ ଖେଳାଳିଙ୍କ ଉପରେ। ଏମାନେ ହିଁ ମିଡିଲ୍ ଓଭର୍‌ ଗୁଡ଼ିକରେ ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ବାନ୍ଧି ରଖିପାରିବେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story