ସୟଦ ମୁସ୍ତାକ ଅଲୀ ଟ୍ରଫି: ଡିଫେଣ୍ଡିଂ ଚାମ୍ପିୟନକୁ ହରାଇ ସେମିରେ ପଞ୍ଜାବ
ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିୟନ କର୍ଣ୍ଣାଟକାକୁ ୯ ୱିକେଟରେ ହରାଇ ଚଳିତ ବର୍ଷ ସୟଦ ମୁସ୍ତାକ ଅଲୀ ଟ୍ରଫିର ସେମି ଫାଇନାଲରେ ପ୍ରବେଶ କରିଛି ପଞ୍ଜାବ। ଅହମଦାବାଦର ମୋଟେରା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଉଥିଲା। ପ୍ରଥମେ ବ୍ୟାଟିଂ କରି କର୍ଣ୍ଣାଟକା ମାତ୍ର ୧୭.୨ ଓଭରରେ ୮୭ ରନ୍ କରି ଅଲଆଉଟ ହୋଇଯାଇଥିଲା। ଏହି ଟାର୍ଗେଟକୁ ପଞ୍ଜାବ ୧ ୱିକେଟ ହରାଇ ହାସଲ କରି ନେଇଛି।
ପଞ୍ଜାବ ଅଧିନାୟକ ମନଦୀପ ସିଂହ ଟସ୍ ଜିତି କର୍ଣ୍ଣାଟକାକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲେ। କିନ୍ତୁ ମ୍ୟାଚ୍ର ୩ୟ ଓଭର୍ରେ ସନ୍ଦୀପ ଶର୍ମା କର୍ଣ୍ଣାଟକା ଅଧିନାୟକ କରୁଣ ନାୟର ୧୨ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାର ପରବର୍ତ୍ତୀ ଓଭର୍ରେ ସିର୍ଦ୍ଧାଥ କୌଲ ଡବଲ ଝଟକା ଦେଇ ପ୍ରଥମେ ଦେବଦତ୍ତ ପାଡ୍ଡିକଲ(୧୨) ଓ ପବନ ଦେଶପାଣ୍ଡେ(୦)ଙ୍କୁ ଆଉଟ କରିଥିଲେ। ୱିକେଟ କିପର ଶରତ ବିଆର ମାତ୍ର ୨ ରନ୍ କରିଥିବା ବେଳେ ଅର୍ଶଦୀପ ସିଂହଙ୍କ ଶିକାର ବନିଥିଲେ।
ଅନିରୁଦ୍ଧ ଯୋଶୀ(୨୫) ଓ ଶ୍ରେୟସ ଗୋପାଲ(୧୩) ୫ମ ୱିକେଟ ହରାଇ ୨୫ ରନ୍ ଯୋଡ଼ିଥିଲେ। ହେଲେ ରମଣଦୀପ ସିଂହ ୧୩ ରନ୍ କରିଥିବା ଗୋପାଲଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗି ଦେଇଥିଲେ। ଲେଗ ସ୍ପିନର ମୟଙ୍କ ମାର୍କଣ୍ଡେ ସବୁଠାରୁ ଭଲ ଖେଳୁଥିବା ଯୋଶୀଙ୍କୁ ଆଉଟ କରି କର୍ଣ୍ଣାଟକାର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଶେଷରେ କର୍ଣ୍ଣାଟକା କେବଳ ୮୭ ରନ୍ କରିବାକୁ ସକ୍ଷମ ହୋଇଥିଲା।
Punjab march into the semifinals! 👌👌
The Mandeep Singh-led unit put up a fine show and beat Karnataka by nine wickets at the Motera Stadium in the #QF1 of the #SyedMushtaqAliT20. 👍👍 #KARvPUN
Scorecard 👉 https://t.co/pOwe3Zwyuo pic.twitter.com/Yt3Cns6S7b
— BCCI Domestic (@BCCIdomestic) January 26, 2021
୮୮ ରନ୍ର ଟାର୍ଗେଟ ପିଛା କରୁଥିବା ପଞ୍ଜାବ ପ୍ରଥମ ଓଭର୍ରେ ଅଭିଷେକ ଶର୍ମାଙ୍କୁ ହରାଇଥିଲା। ହେଲେ ଅଧିନାୟକ ମନଦୀପ ସିଂହ ଓ ପ୍ରବଶିମରନ ସିଂହ କାଉଣ୍ଟର ଆଟାକ କରି ପଞ୍ଜାବର ବିଜୟକୁ ସୁନିଶ୍ଚିତ କରିଥିଲେ। ଶିମରନ ୩୭ ବଲରେ ୩ ଛକା ଓ ୨ ଚୌକା ବଳରେ ୪୯ ଓ ମନଦୀପ ୩୫ ବଲରେ ୩୩ ରନ୍ କରି ଶେଷ ଯାଏ ଅପରାଜିତ ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।