ବିଶ୍ୱକପ୍‌ରେ ୩ ଜଣ ଅଧିନାୟକଙ୍କ ଉପରେ ରହିବ ନଜର: ଆଲାନ୍‌ ବର୍ଡର

ମେଲବର୍ଣ୍ଣ: କ୍ରିକେଟ୍‌ ଜଗତର କିମ୍ବଦନ୍ତୀ ଖେଳାଳି ଆଲାନ୍‌ ବର୍ଡର ଆସନ୍ତା ବିଶ୍ୱକପ୍‌ ପାଇଁ ନିଜ ପସନ୍ଦର ୩ ଜଣ ଅଧିନାୟକ ବାଛିଛନ୍ତି। ସେ କହିଛନ୍ତି, ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି, ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ ଓ ଇଂଲଣ୍ଡ ଅଧିନାୟକ ଇଆନ୍‌ ମୋର୍ଗାନ ବିଶ୍ୱକପ୍‌ରେ କେମିତି ଖେଳୁଛନ୍ତି, ତା’ ଉପରେ ସାରା ବିଶ୍ୱର ନଜର ରହିବ। ୧୯୮୭ରେ ଅଷ୍ଟ୍ରେଲିଆ ପାଇଁ ବିଶ୍ୱକପ୍‌ ଜିତିଥିବା ବର୍ଡର କହିଛନ୍ତି, “କୋହଲିଙ୍କ ଆକ୍ରମଣାତ୍ମକ ସ୍ଵଭାଵ ଓ ତାଙ୍କ ଅଧିନାୟକତ୍ୱର ଶୈଳୀ […]

s

s

Hemant Lenka
  • Published: Saturday, 25 May 2019
  • Updated: 25 May 2019, 03:40 PM IST

ମେଲବର୍ଣ୍ଣ: କ୍ରିକେଟ୍‌ ଜଗତର କିମ୍ବଦନ୍ତୀ ଖେଳାଳି ଆଲାନ୍‌ ବର୍ଡର ଆସନ୍ତା ବିଶ୍ୱକପ୍‌ ପାଇଁ ନିଜ ପସନ୍ଦର ୩ ଜଣ ଅଧିନାୟକ ବାଛିଛନ୍ତି। ସେ କହିଛନ୍ତି, ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି, ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ ଓ ଇଂଲଣ୍ଡ ଅଧିନାୟକ ଇଆନ୍‌ ମୋର୍ଗାନ ବିଶ୍ୱକପ୍‌ରେ କେମିତି ଖେଳୁଛନ୍ତି, ତା’ ଉପରେ ସାରା ବିଶ୍ୱର ନଜର ରହିବ।

୧୯୮୭ରେ ଅଷ୍ଟ୍ରେଲିଆ ପାଇଁ ବିଶ୍ୱକପ୍‌ ଜିତିଥିବା ବର୍ଡର କହିଛନ୍ତି, “କୋହଲିଙ୍କ ଆକ୍ରମଣାତ୍ମକ ସ୍ଵଭାଵ ଓ ତାଙ୍କ ଅଧିନାୟକତ୍ୱର ଶୈଳୀ ସଂପୂର୍ଣ୍ଣ ଭିନ୍ନ। ଏହି କାରଣରୁ ସେ ମୋର୍ଗାନ ଓ ଫିଞ୍ଚଙ୍କ ତୁଳନାରେ ଟିକିଏ ଅଲଗା। ଫିଞ୍ଚ ଓ ମୋର୍ଗାନଙ୍କ ଅଧିନାୟକତ୍ୱରେ ସମାନତା ଥିଲେ ହେଁ କୋହଲିଙ୍କ କ୍ୟାପ୍ଟେନଶିପ୍‌ ସଂପୂର୍ଣ୍ଣ ଭିନ୍ନ। ତେଣୁ ଏମାନେ ବିଶ୍ୱକପ୍‌ରେ କେମିତି ପ୍ରଦର୍ଶନ କରୁଛନ୍ତି, ସେକଥା ଦେଖିବା କଥା।”

ଏହି ୩ ଜଣଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବୋଲି ପ୍ରଶ୍ନ କରାଯିବାରୁ ବର୍ଡର କୌଣସି ସିଧାସଳଖ ଉତ୍ତର ଦେଇ ନଥିଲେ। ତଥାପି ସେ କହିଥିଲେ, ମୋର୍ଗାନଙ୍କ ଅଧିନାୟକତ୍ୱରେ ହିଁ ଇଂଲଣ୍ଡ ଆଜି ଦିନିକିଆ କ୍ରିକେଟ୍‌ରେ ସଫଳତାର ଶୀର୍ଷରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos