ପୁଣି ଟିମ୍‌ ଇଣ୍ଡିଆକୁ ଫେରିବେ ରାୟୁଡୁ!

ନୂଆଦିଲ୍ଲୀ: ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଅମ୍ବାତି ରାୟୁଡୁ ଏବେ ୟୁ-ଟର୍ଣ୍ଣ ନେଇଛନ୍ତି। ଜୁଲାଇ ୩ରେ ଅବସର ଘୋଷଣା କରିଥିବା ରାୟୁଡୁ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବାକୁ ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ଅମ୍ବାତି ରାୟୁଡୁ ୨୦୨୦ ଆଇପିଏଲ୍‌ ସଂସ୍କରଣରେ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ସେ ଅନ୍ତର୍ଜାତୀୟ କ୍ରିକେଟକୁ ମଧ୍ୟ ଫେରିବାକୁ ଚାହୁଁଥିବା କହିଛନ୍ତି। ସେ କହିଛନ୍ତି, “ମୁଁ ନିଶ୍ଚିତ ଭାବେ ୨୦୨୦ରେ ଚେନ୍ନାଇ […]

wsd

wsd

Hemant Lenka
  • Published: Sunday, 25 August 2019
  • Updated: 25 August 2019, 05:34 PM IST

ନୂଆଦିଲ୍ଲୀ: ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଅମ୍ବାତି ରାୟୁଡୁ ଏବେ ୟୁ-ଟର୍ଣ୍ଣ ନେଇଛନ୍ତି। ଜୁଲାଇ ୩ରେ ଅବସର ଘୋଷଣା କରିଥିବା ରାୟୁଡୁ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବାକୁ ନିଜର ଆଗ୍ରହ ପ୍ରକାଶ କରିଛନ୍ତି।

ଏକ ସାକ୍ଷାତକାରରେ ଅମ୍ବାତି ରାୟୁଡୁ ୨୦୨୦ ଆଇପିଏଲ୍‌ ସଂସ୍କରଣରେ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ସେ ଅନ୍ତର୍ଜାତୀୟ କ୍ରିକେଟକୁ ମଧ୍ୟ ଫେରିବାକୁ ଚାହୁଁଥିବା କହିଛନ୍ତି।

ସେ କହିଛନ୍ତି, “ମୁଁ ନିଶ୍ଚିତ ଭାବେ ୨୦୨୦ରେ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଆଇପିଏଲ୍‌ ଖେଳିବି। ଏଥିସହ ମୁଁ ହ୍ୱାଇଟ୍‌ ବଲ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ଚାହିଁବି। ଏବେ ମୋର ପ୍ରଥମ ଲକ୍ଷ୍ୟ ହେଲା ମୋ ଫିଟନେଶକୁ ଠିକ୍‌ କରିବା।

ଚେନ୍ନାଇ ଏମିତି ଏକ ସ୍ଥାନ ଯେଉଁଠାରେ ସମସ୍ତଙ୍କୁ ସ୍ୱାଗତ କରାଯାଏ। ଟିଏନ୍‌ସିଏ ଲିଗ୍‌ରେ ମୁଁ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି। ମୁଁ ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ହେବାକୁ ବହୁତ ପରିଶ୍ରମ କରିଥିଲି।

କିନ୍ତୁ ଟିମ୍‌ରୁ ବାଦ୍‌ ପଡ଼ିବା ମୋତେ କଷ୍ଟ ଦେଇଥିଲା। ଏହି କାରଣ ପାଇଁ ଯେ ମୁଁ ଅବସର ଘୋଷଣା କରିଥିଲି ବୋଲି କହିବା ଠିକ୍ ନୁହେଁ। ଏବେ ସୁଯୋଗ ମିଳିଲେ ମୁଁ ନିଶ୍ଚିତ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିବି। କିଏ ଭାରତ ପାଇଁ ଖେଳିବାକୁ ମନା କରିବ?”

ରାୟୁଡୁଙ୍କ ଏଭଳି ବୟାନ ପରେ ସେ ଅବସର ସମ୍ପର୍କରେ ୟୁ-ଟର୍ଣ୍ଣ ନେଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos