ଏସିଆନ୍ ବକ୍ସିଂ ଚାମ୍ପିଅନଶିପ୍: ସ୍ୱର୍ଣ୍ଣ ଜିତିଲେ ଅମିତ୍ ଓ ପୂଜା

ବ୍ୟାଙ୍ଗକକ୍: ଭାରତୀୟ ବକ୍ସର୍ ଅମିତ୍ ଫାଙ୍ଗାଲ୍ (୫୨ କେଜି) ନିଜର ଦମଦାର ପ୍ରଦର୍ଶନ ଜାରି ରଖି ଚଳିତ ଏସିଆନ୍ ଚାମ୍ପିଅନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ପୂଜା ରାନୀ (୮୧ କେଜି) ମଧ୍ୟ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଏଥିସହ ଚଳିତ ଇଭେଣ୍ଟରେ ଭାରତ ମୋଟ ୧୩ (ଦୁଇ ସ୍ୱର୍ଣ୍ଣ, ୪ ରୌପ୍ୟ, ୭ ବ୍ରୋଞ୍ଜ) ପଦକ ଜିତି ଅଭିଯାନ ଶେଷ କରିଛି। ଚଳିତ ବର୍ଷ ଅମିତ ଏଠାରେ ନିଜର କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ […]

amit

amit

Hemant Lenka
  • Published: Friday, 26 April 2019
  • Updated: 26 April 2019, 04:59 PM IST

Sports

Latest News

ବ୍ୟାଙ୍ଗକକ୍: ଭାରତୀୟ ବକ୍ସର୍ ଅମିତ୍ ଫାଙ୍ଗାଲ୍ (୫୨ କେଜି) ନିଜର ଦମଦାର ପ୍ରଦର୍ଶନ ଜାରି ରଖି ଚଳିତ ଏସିଆନ୍ ଚାମ୍ପିଅନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ପୂଜା ରାନୀ (୮୧ କେଜି) ମଧ୍ୟ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଏଥିସହ ଚଳିତ ଇଭେଣ୍ଟରେ ଭାରତ ମୋଟ ୧୩ (ଦୁଇ ସ୍ୱର୍ଣ୍ଣ, ୪ ରୌପ୍ୟ, ୭ ବ୍ରୋଞ୍ଜ) ପଦକ ଜିତି ଅଭିଯାନ ଶେଷ କରିଛି।

ଚଳିତ ବର୍ଷ ଅମିତ ଏଠାରେ ନିଜର କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ଫେବୃଆରୀରେ ବୁଲଗେରିଆରେ ଆୟୋଜିତ ଷ୍ଟ୍ରାଞ୍ଜା ମେମୋରିଆଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗତବର୍ଷ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅମିତ୍ ଆଜି ଫାଇନାଲରେ କୋରିଆର କିମ୍ ଇଙ୍କୟୁଙ୍କୁ ଏକତରଫା ନିଷ୍ପତ୍ତିରେ ପରାସ୍ତ କରିଛନ୍ତି।

ଚଳିତ ବର୍ଷ ୪୯ରୁ ୫୨ କେଜି ଓଜନ ବର୍ଗକୁ ସ୍ଥାନାନ୍ତର ହେବା ପରେ ଏହା ତାଙ୍କର ପ୍ରଥମ ଟୁର୍ଣ୍ଣାମେଣ୍ଟ ଥିଲା। ଅମିତ୍ ଫାଇନାଲ୍ ମୁକାବିଲାରେ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ତାଙ୍କର ଏହି ରଣନୀତି ମଧ୍ୟ କାର୍ଯ୍ୟକାରୀ ହୋଇଥିଲା ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଖରେ ଏହାର କୌଣସି ଜବାବ ନଥିଲା।

ଭାରତୀୟ ବକ୍ସର ଜଣକ କୋରିଆ ବକ୍ସରଙ୍କୁ ଅନେକଥର ରିଙ୍ଗ୍ କୋଣକୁ ଠେଲିଥିଲେ ଏବଂ ନିଜର ମଜଭୁତ୍ ଡିଫେନ୍ସ ଦ୍ୱାରା ନିଜକୁ ଆକ୍ରମଣରୁ ମଧ୍ୟ ରକ୍ଷା କରିଥିଲେ। ଅନ୍ୟପକ୍ଷରେ କିମଙ୍କ ପାଖରେ ଅମିତଙ୍କ ପଞ୍ଚର କୌଣସି ଜବାବ ନଥିଲା।

୨୦୧୨ରେ ଏଠାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ବକ୍ସର ପୂଜା ଫାଇନାଲରେ ଚାଇନାର ୱାଙ୍ଗ୍ ଲିନାଙ୍କୁ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ପୂଜା ୨୦୧୪ରେ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

ତେବେ ଜାତୀୟ ଚାମ୍ପିଅନ୍ ଦୀପକ ସିଂହ (୪୯ କେଜି), କବିନ୍ଦର ସିଂହ ବିଷ୍ଟ (୫୬ କେଜି) ଓ ଆଶିଷ କୁମାର (୭୫ କେଜି) ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ଜାତୀୟ ଚାମ୍ପିଅନ୍ ସିମରନଜିତ୍ କୌର୍ (୬୪ କେଜି) ମଧ୍ୟ ରୌପ୍ୟ ପଦକ ଜିତି ଅଭିଯାନ ଶେଷ କରିଛନ୍ତି। ଦୀପକ ଫାଇନାଲରେ ଉଜବେକିସ୍ତାନର ନୋଡିର୍ଜନ୍ ମିର୍ଜାମୋଡୋଭଙ୍କଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।

ଏହା ପୂର୍ବରୁ ଭାରତର ଷ୍ଟାର୍ ବକ୍ସର୍ ଶିବ ଥାପା (୬୦ କେଜି), ଆଶିଷ (୬୯ କେଜି) ଓ ସତୀଶ କୁମାର (+୯୧ କେଜି) ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos