ବକ୍ସିଂ ବିଶ୍ୱକପରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଅମିତ

ବର୍ଲିନ: ବିନା ଲଢ଼େଇରେ ଭାରତ ପାଇଁ ବକ୍ସିଂ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅମିତ ପଙ୍ଘଲ। ସେ ଜର୍ମାନୀରେ ଚାଲିଥିବା ବିଶ୍ୱକପ ବକ୍ସିଂର ୫୨ କେଜି ବର୍ଗରେ ଫାଇନାଲକୁ ଯାଇଥିଲେ। ତେବେ ଫାଇନାଲ ମୁକାବିଲାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଆହତ କାରଣରୁ ମଇଦାନକୁ ନ ଓହ୍ଲାଇବାରୁ ରେଫରୀ ଅମିତଙ୍କୁ ବିଜୟୀ ଘୋଷଣା କରିଛନ୍ତି।

ତେବେ ୯୧ କେଜି ବର୍ଗରେ ଫାଇନାଲକୁ ଯାଇଥିବା ଭାରତର ଭେଟରାନ ବକ୍ସର ସତୀଶ କୁମାର ରୌପ୍ୟ ପଦରେ ସନ୍ତୁଷ୍ଟ ହୋଇଛନ୍ତି। ସେ ଆହତ ସମସ୍ୟା ଯୋଗୁ ଫାଇନାଲ ବାଉଟ୍‌ ଖେଳି ନଥିଲେ। ଏହି କାରଣରୁ ତାଙ୍କୁ ରୌପ୍ୟ ପଦକ ମିଳିଛି।

ବିଶ୍ୱକପ ଫାଇନାରେ ଅମିତଙ୍କ ମୁକାବିଲା ଜର୍ମାନୀର ଅର୍ଗିଷ୍ଟି ଟେରରେରିୟାନଙ୍କ ସହ ଥିଲା। ତେବେ ଶେଷ ମୁହୂର୍ତ୍ତରେ ମ୍ୟାଚ୍‌ ଖେଳିବାକୁ ମନା କରିଦେଇଥିଲେ। ସେହିପରି ଗତକାଲି ଫ୍ରାନ୍ସର ଡାଜମିଲି ଡିନ ମୋଇନଡିଜ୍‌ଙ୍କୁ ହରାଇ ଫାଇନାରେ ପହଞ୍ଚିଥିବା ସତୀଶ ଆଜି ଜର୍ମାନୀର ନେଲେଭେଇ ତାଇଫାକଙ୍କୁ ଭେଟିବାର ଥିଲା।

ଅନ୍ୟପକ୍ଷରେ ୫୭ କେଜି ମହିଳା ବର୍ଗ ଫାଇନାରେ ଭାରତର ସାକ୍ଷୀ ଓ ମନୀଷା ପ୍ରବେଶ କରିଛନ୍ତି। ଉଭୟ ପରସ୍ପର ସହ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ତେବେ ଏସିଆନ ଗେମ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ପୂଜା ରାୟ ବିଶ୍ୱକପରେ ବି ବ୍ରୋଞ୍ଜ ଜିତିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।