ବିରାଟ୍‌ କୋହଲିଙ୍କ ରେକର୍ଡ ଭାଙ୍ଗି ପାରିଲେନି ଆମଲା

ଏଜବାଷ୍ଟନ୍‌: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ କ୍ରିକେଟର ହାସିମ ଆମଲା ଆଜି ଦିନିକିଆ କ୍ରିକେଟରେ ୮ ହଜାର ରନ୍‌ ପୂରଣ କରିଛନ୍ତି। ତେବେ ସେ ବିରାଟ୍‌ କୋହଲିଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି। ସେ ବିଶ୍ୱର ଦ୍ୱିତୀୟ  ଦ୍ରୁତତମ ଖେଳାଳି ଭାବେ ୮ ହଜାର ରନ୍‌ କ୍ଲବରେ ସାମିଲ ହୋଇଛନ୍ତି। ଆମଲା ୧୭୬ଟି ଇନିଂସ୍‌ରେ ୮ ହଜାର ରନ୍‌ କରିଥିବା ବେଳେ ବିରାଟ୍‌ ମାତ୍ର ୧୭୫ଟି ଇନିଂସ୍‌ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ […]

op

op

Hemant Lenka
  • Published: Wednesday, 19 June 2019
  • Updated: 19 June 2019, 08:45 PM IST

Sports

Latest News

ଏଜବାଷ୍ଟନ୍‌: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ କ୍ରିକେଟର ହାସିମ ଆମଲା ଆଜି ଦିନିକିଆ କ୍ରିକେଟରେ ୮ ହଜାର ରନ୍‌ ପୂରଣ କରିଛନ୍ତି। ତେବେ ସେ ବିରାଟ୍‌ କୋହଲିଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି। ସେ ବିଶ୍ୱର ଦ୍ୱିତୀୟ  ଦ୍ରୁତତମ ଖେଳାଳି ଭାବେ ୮ ହଜାର ରନ୍‌ କ୍ଲବରେ ସାମିଲ ହୋଇଛନ୍ତି।

ଆମଲା ୧୭୬ଟି ଇନିଂସ୍‌ରେ ୮ ହଜାର ରନ୍‌ କରିଥିବା ବେଳେ ବିରାଟ୍‌ ମାତ୍ର ୧୭୫ଟି ଇନିଂସ୍‌ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଆମଲା ୫୫ ରନ୍‌ର ଇନିଂସ୍‌ ଖେଳିବା ପରେ ଏହି କୀର୍ତ୍ତିମାନ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି।

ଆଜିର ମ୍ୟାଚ୍‌ ପୂର୍ବରୁ ଆମଲା ମାତ୍ର ୮ ହଜାରରୁ ୨୪ ରନ୍‌ ଦୂରରେ ଥିଲେ। ଗତ ମ୍ୟାଚ୍‌ରେ ଆମଲା ବିରାଟଙ୍କ ସମକକ୍ଷ ହୋଇପାରି ଥାଆନ୍ତେ। ମାତ୍ର ଆଫ୍‌ଗାନିସ୍ତାନ ୧୨୬ ରନ୍‌ କରିଥିବାରୁ ବେଶ ସହଜରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌କୁ ଜିତି ନେଇଥିଲା। ଆମଲା ଶେଷ ଯାଏ ୪୧ ରନ୍‌ କରି ନଟଆଉଟ୍‌ ରହିଥିଲେ।
ଆମଲା ଦକ୍ଷିଣ ଆଫ୍ରିକାର ୪ର୍ଥ ଖେଳାଳି ଭାବେ ୮ ହଜାର ରନ୍‌ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ପୂର୍ବରୁ ହର୍ଷଲ ଗିବ୍ସ, ଜ୍ୟାକ୍‌ କାଲିସ୍‌ ଓ ଏବି ଡିଭିଲିୟର୍ସ ଦିନିକିଆରେ ୮ ହଜାର ରନ୍‌ କରିଥିଲେ। ଆମଲା ୨୦୦୦, ୩୦୦୦, ୪୦୦୦, ୫୦୦୦, ୬୦୦୦ ଓ ୭୦୦୦ ରନ୍‌ କରିବାରେ ବିଶ୍ୱର ଦ୍ରୁତତମ ଖେଳାଳି ହେବାର ରେକର୍ଡ କରିଥିଲେ। କିନ୍ତୁ ୮ ହଜାର ରନ୍‌ କରିବାରେ ସେ ବିରାଟ୍‌ଙ୍କ ପଛରେ ପଡ଼ି ଯାଇଛନ୍ତି। ବିରାଟ ୯ ହଜାର, ୧୦ ହଜାର ଓ ୧୧ ହଜାର ରନ୍‌ ସଂଗ୍ରହ କରିବାରେ ବିଶ୍ୱର ଦ୍ରୁତତମ ଖେଳାଳି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos