ଡୋପ୍‌ ଟେଷ୍ଟରେ ସଞ୍ଜିବନୀ ଫେଲ, ୨ ବର୍ଷ ବ୍ୟାନ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଲଙ୍ଗ ଜମ୍ପର ସଞ୍ଜିବନୀ ଯାଦବ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଏହି କାରଣରୁ ଅନ୍ତର୍ଜାତୀୟ ଆଥଲେଟିକ୍ସ ଫେଡେରସନର ‘ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟି’(ଏଆଇୟୁ) ତାଙ୍କୁ ୨ ବର୍ଷ ପାଇଁ ବ୍ୟାନ କରିଛି।

ଏସିଆନ ଚାମ୍ପିୟନଶିପ୍‌ରେ ୨ଥର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସଞ୍ଜିବନୀଙ୍କ ଉପରେ ଏହି କଟକଣା ପିଛିଲା ଭାବେ ୨୦୧୮ ଜୁନ୍‌ ୨୯ରୁ ୨ ବର୍ଷ ପାଇଁ ବଳବତ୍ତର ରହିବ।

ନାଶିକରେ ଜନ୍ମିତ ସଞ୍ଜିବନୀ ପ୍ରଥମ ଥର ପାଇଁ ଅସିଦ୍ଧ ଘୋଷଣା ହୋଇଥିବା ଔଷଧ ସେବନ କରିଥିବାରୁ ତାଙ୍କୁ ସର୍ବନିମ୍ନ ୨ ବର୍ଷ ପାଇଁ ଦଣ୍ଡବିଧାନ କରାଯାଇଛି।