ଲୁଆନ୍ ଓପନ୍ କ୍ୱାର୍ଟରରେ ଅଙ୍କିତା

ନୂଆଦିଲ୍ଲୀ: ଭାରତର ଟପ୍ ସିଙ୍ଗଲ୍ସ ଖେଳାଳି ଅଙ୍କିତା ରାଇନା ଚାଇନାର ଲୁଆନଠାରେ ଚାଲିଥିବା ୬୦ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଆଇଟିଏଫ୍ ୱିମେନ୍ସ ଇଭେଣ୍ଟର କ୍ୱାର୍ଟର୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ୨୬ ବର୍ଷୀୟା ଅଙ୍କିତା ପ୍ରି-କ୍ୱାର୍ଟରଫାଇନାଲରେ ଚାଇନାର ୟୁଇ ୟୁଆନଙ୍କୁ ସିଧାସଳଖ ୬-୨, ୬-୩ ସେଟରେ ପରାସ୍ତ କରିଛନ୍ତି। ମ୍ୟାଚର ପ୍ରଥମ ସେଟକୁ ଏକତରଫା ଜିତିବା ପରେ ଅଙ୍କିତାଙ୍କୁ ଦ୍ୱିତୀୟ ରାଉଣ୍ଡରେ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲା। ମ୍ୟାଚ୍ ଜିତିବା ପରେ ଅଙ୍କିତା କହିଥିଲେ, ମୋ […]

ankita

ankita

Hemant Lenka
  • Published: Thursday, 09 May 2019
  • Updated: 09 May 2019, 06:35 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଟପ୍ ସିଙ୍ଗଲ୍ସ ଖେଳାଳି ଅଙ୍କିତା ରାଇନା ଚାଇନାର ଲୁଆନଠାରେ ଚାଲିଥିବା ୬୦ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଆଇଟିଏଫ୍ ୱିମେନ୍ସ ଇଭେଣ୍ଟର କ୍ୱାର୍ଟର୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ୨୬ ବର୍ଷୀୟା ଅଙ୍କିତା ପ୍ରି-କ୍ୱାର୍ଟରଫାଇନାଲରେ ଚାଇନାର ୟୁଇ ୟୁଆନଙ୍କୁ ସିଧାସଳଖ ୬-୨, ୬-୩ ସେଟରେ ପରାସ୍ତ କରିଛନ୍ତି। ମ୍ୟାଚର ପ୍ରଥମ ସେଟକୁ ଏକତରଫା ଜିତିବା ପରେ ଅଙ୍କିତାଙ୍କୁ ଦ୍ୱିତୀୟ ରାଉଣ୍ଡରେ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲା।

ମ୍ୟାଚ୍ ଜିତିବା ପରେ ଅଙ୍କିତା କହିଥିଲେ, ମୋ ପ୍ରତିଦ୍ୱନ୍ଦ୍ୱୀ ୟୁଆନ୍ ଆକ୍ରମଣାତ୍ମକ ଶଟ୍ ଖେଳିଥିଲେ, କିନ୍ତୁ ମୁଁ ସ୍ମାର୍ଟ ଖେଳିଥିଲି। ସ୍କୋର ଏକତରଫା ହୋଇଥିଲେ ହେଁ, ମ୍ୟାଚରେ ରୋମାଞ୍ଚ ଦେଖିବାକୁ ମିଳିଥିଲା। କ୍ୱାର୍ଟରରେ ମୁଁ ଏହାଠାରୁ ଅଧିକ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିବାକୁ ପ୍ରୟାସ କରିବି ବୋଲି ରାଇନା କହିଥିଲେ। କ୍ୱାର୍ଟରରେ ଅଙ୍କିତାଙ୍କ ସାମ୍ନା ହଂକଂର ୟୁଡିସ୍ ଚୋଙ୍ଗଙ୍କ ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos