ପରାଜୟ ଦୁଃଖରୁ ବାହାରି ପାରି ନାହାନ୍ତି ମିଆଁଦାଦା: ଅନୁରାଗ ଠାକୁର

ନୂଆଦିଲ୍ଲୀ: ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଡେଇଁ ଭାରତୀୟ ସେନାର ସର୍ଜିକାଲ ଅପରେସନ୍ ପରେ ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦା ଦେଇଥିବା ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ବିସିସିଆଇ ସଭାପତି ଅନୁରାଗ ଠାକୁର। ସେ କହିଛନ୍ତି,“ଜାଭେଦ ମିଆଁଦାଦା  ପରାଜୟର ଦୁଃଖରୁ ବାହାରି ପାରି ନାହାନ୍ତି। କାରଣ ଉଭୟ ଯୁଦ୍ଧଭୂମିରେ ଓ କ୍ରିକେଟ୍ ପଡ଼ିଆରେ ପାକିସ୍ତାନ ଭାରତଠାରୁ ପରାଜିତ ହୋଇଛି।” ସର୍ଜିକାଲ ଅପରେସନ୍ ପରେ ମିଆଁଦାଦା କହିଥିଲେ ଯେ ଭାରତ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି। […]

zaved-miandad

zaved-miandad

Rakesh Mallick
  • Published: Tuesday, 04 October 2016
  • Updated: 04 October 2016, 04:32 PM IST

ନୂଆଦିଲ୍ଲୀ: ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଡେଇଁ ଭାରତୀୟ ସେନାର ସର୍ଜିକାଲ ଅପରେସନ୍ ପରେ ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦା ଦେଇଥିବା ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ବିସିସିଆଇ ସଭାପତି ଅନୁରାଗ ଠାକୁର। ସେ କହିଛନ୍ତି,“ଜାଭେଦ ମିଆଁଦାଦା  ପରାଜୟର ଦୁଃଖରୁ ବାହାରି ପାରି ନାହାନ୍ତି। କାରଣ ଉଭୟ ଯୁଦ୍ଧଭୂମିରେ ଓ କ୍ରିକେଟ୍ ପଡ଼ିଆରେ ପାକିସ୍ତାନ ଭାରତଠାରୁ ପରାଜିତ ହୋଇଛି।”

ସର୍ଜିକାଲ ଅପରେସନ୍ ପରେ ମିଆଁଦାଦା କହିଥିଲେ ଯେ ଭାରତ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି।

ଠାକୁର କହିଛନ୍ତି,“୧୯୬୫, ୧୯୭୧ ଓ କାର୍ଗିଲ ଯୁଦ୍ଧରେ ଭାରତଠାରୁ ପାକିସ୍ତାନ ହାରି ଯାଇଥିଲା। ସେହି ଦୁଃଖ ଏବେବି ପାକିସ୍ତାନକୁ ଗୋଡ଼ାଉଛି। ସେହିପରି କ୍ରିକେଟ୍ ବିଶ୍ୱ କପ୍‌ର ଇତିହାସରେ ପାକିସ୍ତାନ କେବେ ବି ଭାରତକୁ ପରାଜିତ କରିପାରି ନ ଥିବାରୁ ମିଆଁଦାଦା ଦୁଃଖିତ ଅଛନ୍ତି। ସୁଯୋଗ ମିଳିଲେ ଯୁଦ୍ଧଭୂମି ହେଉ ଅବା କ୍ରିକେଟ୍ ପଡ଼ିଆ ହେଉ ଭାରତ ପୁଣି ପାକିସ୍ତାନକୁ ଧୂଳି ଚଟେଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos