ଗାଭାସ୍କରଙ୍କ ଟିପ୍ପଣୀ ’ଅରୁଚିକର’: ଅନୁଷ୍କା

ନୂଆଦିଲ୍ଲୀ: ଆଇପିଏଲ୍ ମ୍ୟାଚ୍ ବେଳେ କିମ୍ବଦନ୍ତ୍ରୀ କ୍ରିକେଟର ସୁନୀଲ ଗାଭାସ୍କର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲିଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ପାଇଁ ପତ୍ନୀ ଅନୁଷ୍କା ଶର୍ମା ଖପ୍ପା ହୋଇଯାଇଛନ୍ତି। ଅନୁଷ୍କା ଆଜି ଗାଭାସ୍କରଙ୍କ ଟିପ୍ପଣୀକୁ ‘ଅରୁଚିକର’ ବୋଲି କହିଛନ୍ତି। କିଙ୍ଗସ୍ ଇଲେଭେନ୍ ବିପକ୍ଷ ଗୁରୁବାର ମ୍ୟାଚ ବେଳେ କୋହଲି ପ୍ରତିପକ୍ଷ ଦଳର ଦୁଇଟି କ୍ୟାଚ୍ ହାତଛଡ଼ା କରିଥିଲେ। ଏପରି କି ବ୍ୟାଟିଂ ବେଳେ ବିରାଟ ୫ଟି ବଲ ଖେଳି ୧ ରନ୍‌ କରିବାକୁ ସକ୍ଷମ […]

cx

cx

Hemant Lenka
  • Published: Friday, 25 September 2020
  • Updated: 25 September 2020, 05:31 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍ ମ୍ୟାଚ୍ ବେଳେ କିମ୍ବଦନ୍ତ୍ରୀ କ୍ରିକେଟର ସୁନୀଲ ଗାଭାସ୍କର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲିଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ପାଇଁ ପତ୍ନୀ ଅନୁଷ୍କା ଶର୍ମା ଖପ୍ପା ହୋଇଯାଇଛନ୍ତି। ଅନୁଷ୍କା ଆଜି ଗାଭାସ୍କରଙ୍କ ଟିପ୍ପଣୀକୁ ‘ଅରୁଚିକର’ ବୋଲି କହିଛନ୍ତି।

କିଙ୍ଗସ୍ ଇଲେଭେନ୍ ବିପକ୍ଷ ଗୁରୁବାର ମ୍ୟାଚ ବେଳେ କୋହଲି ପ୍ରତିପକ୍ଷ ଦଳର ଦୁଇଟି କ୍ୟାଚ୍ ହାତଛଡ଼ା କରିଥିଲେ। ଏପରି କି ବ୍ୟାଟିଂ ବେଳେ ବିରାଟ ୫ଟି ବଲ ଖେଳି ୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତେବେ ବିରାଟ ବ୍ୟାଟିଂ କରିବା ବେଳେ ଗାଭାସ୍କର କମେଣ୍ଟ୍ରୀ କରୁଥିଲେ।
https://twitter.com/i/status/1309401135602569216
ଗାଭାସ୍କର ଏହି ସମୟରେ ସାଥୀ କମେଣ୍ଟେଟର୍ ଆକଶା ଚୋପ୍ରାଙ୍କୁ କହିଥିଲେ ଯେ କୋହଲି ଲକଡାଉନ ବେଳେ ଆବଶ୍ୟକ ପ୍ରାକ୍ଟିସ୍ କରିନାହାନ୍ତି। ସେ କେବଳ ପତ୍ନୀ ଅନୁଷ୍କାଙ୍କ ବୋଲିଂରେ ପ୍ରାକ୍ଟିସ୍ କରିଛନ୍ତି, ଯାହା ତାଙ୍କୁ ପଡ଼ିଆରେ ଆଦୌ ସହାୟକ ହେବ ନାହିଁ।

Anushka Sharma replies

ଗାଭାସ୍କରଙ୍କ ଏଭଳି ଟିପ୍ପଣୀକୁ ଅରୁଚିକର ବୋଲି କହି ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟିଂ କରିଛନ୍ତି। ତେବେ କେବଳ ଅନୁଷ୍କା ନୁହନ୍ତି ଏଭଳି ଟିପ୍ପଣୀଙ୍କୁ ବିରାଟଙ୍କ ଅନେକ ପ୍ରଶଂସକ ବି ହଜମ କରିପାରିନାହାନ୍ତି।
https://twitter.com/i/status/1261367708144132098
ସୂଚନାଯୋଗ୍ୟ, ଲକଡାଉନବେଳେ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା କ୍ରିକେଟ୍ ପ୍ରାକ୍ଟିସ କରୁଥିବାର ଫଟୋ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos