ଶୁଟିଂ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିଲେ ଅପୂର୍ବୀ ଚାନ୍ଦେଲା

ମ୍ୟୁନିକ୍: ବିଶ୍ୱର ଏକ ନମ୍ବର ଶୁଟର ତଥା ଭାରତର ଅପୂର୍ବୀ ଚାନ୍ଦେଲା ମ୍ୟୁନିକରେ ଚାଲିଥିବା ଆଇଏସଏସଏଫ୍ ବିଶ୍ୱକପର ୧୦ ମିଟର୍ ଏୟାର ରାଇଫଲ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରବିବାର ମହିଳାଙ୍କ ୧୦ ମିଟର୍ ଏୟାର ରାଇଫଲ୍ ଇଭେଣ୍ଟ ଫାଇନାଲରେ ଅପୂର୍ବୀ ୨୫୧ ସ୍କୋର କରି ଏହି ସଫଳତା ଅର୍ଜନ କରିଛନ୍ତି। ଏହି ଇଭେଣ୍ଟରେ ଚୀନର ୱାଙ୍ଗ ଲୁୟାଓ ୨୫୦.୮ ସ୍କୋର ସହ ରୌପ୍ୟ ଏବଂ ସୁ ହଙ୍ଗ୍ ୨୨୯.୪ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। […]

CHANDELA

CHANDELA

Hemant Lenka
  • Published: Sunday, 26 May 2019
  • Updated: 26 May 2019, 08:55 PM IST

Sports

Latest News

ମ୍ୟୁନିକ୍: ବିଶ୍ୱର ଏକ ନମ୍ବର ଶୁଟର ତଥା ଭାରତର ଅପୂର୍ବୀ ଚାନ୍ଦେଲା ମ୍ୟୁନିକରେ ଚାଲିଥିବା ଆଇଏସଏସଏଫ୍ ବିଶ୍ୱକପର ୧୦ ମିଟର୍ ଏୟାର ରାଇଫଲ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରବିବାର ମହିଳାଙ୍କ ୧୦ ମିଟର୍ ଏୟାର ରାଇଫଲ୍ ଇଭେଣ୍ଟ ଫାଇନାଲରେ ଅପୂର୍ବୀ ୨୫୧ ସ୍କୋର କରି ଏହି ସଫଳତା ଅର୍ଜନ କରିଛନ୍ତି।

ଏହି ଇଭେଣ୍ଟରେ ଚୀନର ୱାଙ୍ଗ ଲୁୟାଓ ୨୫୦.୮ ସ୍କୋର ସହ ରୌପ୍ୟ ଏବଂ ସୁ ହଙ୍ଗ୍ ୨୨୯.୪ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ତେବେ ଏହି ଇଭେଣ୍ଟରେ ଭାରତର ଅନ୍ୟତମ ଶୁଟର୍ ଏଲାଭେନିଲ୍ ଭାଲରିଭାନ୍ ୨୦୮.୩ ସ୍କୋର ସହ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ।

ଏହା ପୂର୍ବରୁ ଚାନ୍ଦେଲା ଉକ୍ତ ଇଭେଣ୍ଟର କ୍ୱାଲିଫାଇଙ୍ଗରେ ୬୩୩ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲେ। ସେହିପରି ଭାଲାରିଭାନ୍ କ୍ୱାଲିଫାଇଙ୍ଗରେ ୬୩୨.୭ ସ୍କୋର କରିଥିଲେ। ଚଳିତ ବର୍ଷ ଚାନ୍ଦେଲା ବେଶ୍ ସଫଳତା ଆଣିଛନ୍ତି। ଫେବୃଆରୀରେ ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱକପରେ ସେ ୨୫୨.୯ ସ୍କୋର ସହ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ।

ବେଜିଂରେ ଆୟୋଜିତ ବିଶ୍ୱକପର ଦ୍ୱିତୀୟ ପର୍ଯ୍ୟାୟରେ ସେ ଚତୁର୍ଥ ସ୍ଥାନରେ ରହିଥିଲେ। ସେହିପରି ଗତବର୍ଷ ସେପ୍ଟେମ୍ବରରେ ଚାନ୍ଦେଲା ଓ ଅଞ୍ଜୁମ ମୁଦଗିଲ୍ ୱାର୍ଲ୍ଡ ଚାମ୍ପିଅନଶିପର ୧୦ ମିଟର୍ ଏୟାର ରାଇଫଲ୍ ଇଭେଣ୍ଟରେ ଯଥାକ୍ରମେ ଦ୍ୱିତୀୟ ଓ ଚତୁର୍ଥ ସ୍ଥାନ ହାସଲ କରି ପ୍ରଥମ ଭାରତୀୟ ଶୁଟର୍ ଭାବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos