ହକି ବିଶ୍ୱକପ୍‌: ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ହରାଇଲା ଆର୍ଜେଣ୍ଟିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଓ ଅଲିମ୍ପିକର ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନା ହକି ବିଶ୍ୱକପ୍‌ରେ ପ୍ରଥମ ଦଳ ଭାବେ କ୍ରମାଗତ ଦୁଇଟି ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲ୍‌ରେ ଏକ ପ୍ରକାରର ନିଜର ସ୍ଥାନ ସୁରକ୍ଷିତ କରିନେଇଛି। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ହକି ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଅପେକ୍ଷାକୃତ ଦୁର୍ବଳ ନ୍ୟୁଜିଲ୍ୟାଣ୍ଡକୁ ୩-୦ ଗୋଲ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ ଆରମ୍ଭରୁ ଦୁଇ ଦେଶର ଖେଳାଳି ବେଶ ସତର୍କତାର ସହ ଖେଳିଥିଲେ। ଫଳରେ ପ୍ରଥମ କ୍ୱାର୍ଟରଟି ଗୋଲ ଶୂନ୍ୟ […]

n4

n4

Hemant Lenka
  • Published: Monday, 03 December 2018
  • Updated: 03 December 2018, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଓ ଅଲିମ୍ପିକର ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନା ହକି ବିଶ୍ୱକପ୍‌ରେ ପ୍ରଥମ ଦଳ ଭାବେ କ୍ରମାଗତ ଦୁଇଟି ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲ୍‌ରେ ଏକ ପ୍ରକାରର ନିଜର ସ୍ଥାନ ସୁରକ୍ଷିତ କରିନେଇଛି। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ହକି ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଅପେକ୍ଷାକୃତ ଦୁର୍ବଳ ନ୍ୟୁଜିଲ୍ୟାଣ୍ଡକୁ ୩-୦ ଗୋଲ୍‌ରେ ପରାସ୍ତ କରିଛି।

ମ୍ୟାଚ୍‌ ଆରମ୍ଭରୁ ଦୁଇ ଦେଶର ଖେଳାଳି ବେଶ ସତର୍କତାର ସହ ଖେଳିଥିଲେ। ଫଳରେ ପ୍ରଥମ କ୍ୱାର୍ଟରଟି ଗୋଲ ଶୂନ୍ୟ ରହିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ବେଶ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଦଳକୁ ୨୩ତମ ମିନିଟ୍‌ରେ ଗୋଲ କରିବାର ସୁଯୋଗ ମିଳିଥିଲା ଓ ଅଗଷ୍ଟିନ୍‌ ମାଜିଲ୍ଲି ରିଭର୍ସ ଷ୍ଟିକ୍‌ରେ ଗୋଲ୍‌ ସ୍କୋର କରି ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ କରିଦେଇଥିଲେ। ନ୍ୟୁଜିଲ୍ୟାଣ୍ଡ ସ୍ଥିତି ବରାବର କରିବାକୁ ଚେଷ୍ଟା କରିଥିଲେ ହେଁ ଆର୍ଜେଣ୍ଟିନାର ଡିଫେନ୍ସକୁ ଦଳ ଭେଦ କରିପାରି ନଥିଲା।

ମ୍ୟାଚ୍‌ର ହାଫଟାଇମ୍‌ ସୁଦ୍ଧା ଆର୍ଜେଣ୍ଟିନା ୧-୦ରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟର ତଥା ମ୍ୟାଚ୍‌ର ୪୧ତମ ମିନିଟ୍‌ରେ ଲୁକାସ୍‌ ଭିଲ୍ଲା ଆର୍ଜେଣ୍ଟିନା ପକ୍ଷରୁ ଦ୍ୱିତୀୟ ଗୋଲ୍‌ ସ୍କୋର କରିଥିଲେ। ୪୫ତମ ମିନିଟ୍‌ରେ ନ୍ୟୁଜିଲ୍ୟାଣ୍ଡ ଗୋଲ କରିବାର ସୁଯୋଗ ପାଇଥିଲେ ହେଁ ଜାରେଡ୍‌ ପାନସିଆ ଏହାକୁ ମିସ୍‌ କରିଥିଲେ।

୪ର୍ଥ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ବାରମ୍ବାର ଆକ୍ରମଣ କରିଥିଲେ ହେଁ ଦଳକୁ କୌଣସି ଫାଇଦା ମିଳି ନଥିଲା। ମ୍ୟାଚ୍‌ ଶେଷ ହେବାକୁ ଆଉ ମାତ୍ର ୫ ମିନିଟ୍‌ ଥିବା ବେଳେ ଆର୍ଜେଣ୍ଟିନାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା।

ଏହାକୁ ଲୁକାସ ମାର୍ଟିନେଜ ଗୋଲରେ ପରିଣତ କରି ଦଳକୁ ୩-୦ରେ ଆଗୁଆ କରିଦେଇଥିଲେ। ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରିବାର ସୁଯୋଗ ପାଇନଥିଲା।

ଏହି ବିଜୟ ସହ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲ୍‌ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story