ଆଇସ୍‌ଲାଣ୍ଡ ସାମ୍ନାରେ ଆଣ୍ଠେଇଲା ଶକ୍ତିଶାଳୀ ଆର୍ଜେଣ୍ଟିନା: ୧-୧ରେ ମ୍ୟାଚ୍‌ ଡ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚମତ୍କାର ମ୍ୟାଚ୍‌। ପ୍ରଥମ ଥର ପାଇଁ ବିଶ୍ୱକପରେ ସ୍ଥାନ ପାଇଥିବା ଆଇସ୍‌ଲାଣ୍ଡର ଆକର୍ଷଣୀୟ ଖେଳ ଆଜି ଦର୍ଶକ ଦେଖିବାକୁ ପାଇଛନ୍ତି। ଚଳିତ ବିଶ୍ୱକପରେ ଗ୍ରୁପ୍‌ ଡି’ର ଏକ ମ୍ୟାଚ୍‌ରେ ଶକ୍ତିଶାଳୀ ଆର୍ଜେଣ୍ଟିନା ବିପକ୍ଷରେ ଆଇସ୍‌ଲାଣ୍ଡ ଚିତାକର୍ଷକ ଖେଳ ଜାରି ରଖି ମ୍ୟାଚ୍‌କୁ ଡ୍ର ରଖିପାରିଛି। ଏହି ମ୍ୟାଚ୍‌ରେ ଆଇସଲାଣ୍ଡର ଗୋଲ୍‌କିପର “ହାଲଡୋରସନ୍‌” ଆକର୍ଷଣୀୟ ଖେଳ ଖେଳିଥିଲେ। ଆର୍ଜେଣ୍ଟିନାର ବାରମ୍ବାର ଆକ୍ରମଣକୁ ସେ ଏକାକି ସେଭ୍‌ କରିଚାଲିଥିଲେ।

ଆଜିର ମ୍ୟାଚ୍‌ରେ ସମସ୍ତଙ୍କ ନଜର ଥିଲା ମହାନ ଖେଳାଳି ମେସିଙ୍କ ଉପରେ। ହେଲେ ମେସି ସେଭଳି କିଛି କରିସ୍ମା ଦେଖାଇପାରିନଥିଲେ। ମ୍ୟାଚ୍‌ର ୬୩ ମିନିଟରେ  ଆର୍ଜେଣ୍ଟିନାକୁ ଏକ ପେନାଲ୍ଟି କିକ୍‌ ମିଳିଥିଲେ ମଧ୍ୟ ମେସି ଏହାର ଫାଇଦା ଉଠାଇ ପାରିନଥିଲେ। ସେହିପରି ମ୍ୟାଚ୍‌ର ଶେଷ ମିନିଟରେ ଏକ ଫ୍ରି କିକ୍‌କୁ ମେସି ହାତଛଡ଼ା କରିଥିଲେ।

ଅନ୍ୟପଟେ ବର୍ତ୍ତମାନ ଗ୍ରୁପ ସିର ଅନ୍ୟ ଦୁଇ ଟିମ୍, ପେରୁ ଓ ଡେନମାର୍କ ମଧ୍ୟରେ ମୁକାବିଲା ଚାଲିଛି। ଏହାପରେ ରାତି ୧୨ଟା ୩୦ରେ ଗ୍ରୁପ ଡିର ଦୁଇ ଦଳ କ୍ରୋଏସିଆ ଓ ନାଇଜେରିଆ ମଧ୍ୟରେ ଖେଳାଯିବ ମ୍ୟାଚ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।