ଆସନ୍ତାକାଲି ଚତୁର୍ଥ ଦିନିକିଆ: ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ଭାରତ

କାନବେରା: ଆସନ୍ତାକାଲି କାନବେରାରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆ ଖେଳିବ ଭାରତ। ଏହି ମ୍ୟାଚ ଭାରତୀୟ ସମୟ ୮ଟା ୫୦ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ୩-୦ରେ ସିରିଜ ଆଗୁଆ ଥିବା ବେଳେ ଚତୁର୍ଥ ମ୍ୟାଚକୁ ମଧ୍ୟ ଜିତିବାକୁ ପଣ କରିଛି। ଭାରତ ବିପକ୍ଷରେ ଦଳ  କ୍ରମାଗତ ବଜୟୀ ହୋଇଥିବାରୁ ଖେଳାଳୀଙ୍କ ମନୋବଳ ଦୃଢ ରହିଛି।

ସେହିପରି ଭାରତ ପରାଜୟ ଭଙ୍ଗ କରିବା ଲକ୍ଷ୍ୟରେ ରହିଛି। ଦଳ ଆସନ୍ତାକାଲିର ମ୍ୟାଚକୁ ଜିତି ଏହି ଧାରାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯୋଜନା କରିଛି। ଦଳ ବ୍ୟାଟିଂ ଓ ଫିଲ୍ଡିଂରେ ଉନ୍ନତ ପ୍ରଦର୍ଶନ କରୁଥିଲେ ମଧ୍ୟ ବୋଲିଂ ଚିନ୍ତାର କାରଣ ପାଲଟିଛି। ଦୁଇ ଥର ୩୦୦ରୁ ଅଧିକ ରନ ଓ ଗୋଟିଏ ଥର ୨୯୫ ରନ କରି ମଧ୍ୟ ଦଳ ପରାଜିତ ହୋଇଛି। ବୋଲିଂରେ ଥିବା ତ୍ରୁଟିକୁ ଆସନ୍ତାକାଲି ମ୍ୟାଚରେ ସୁଧାରି ଦଳ ବିଜୟୀ ହେବ ବୋଲି ଆଶା ରଖିଛି।