ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-ଟ୍ୱେଣ୍ଟି

ମେଲବୋର୍ଣ୍ଣ: ଆସନ୍ତାକାଲି ମେଲବୋର୍ଣ୍ଣରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ଣ୨ଟା ୧୦ ମିନିଟରେ ଖେଳାଯିବ। ଭାରତ ୧-୦ରେ ସରିଜ୍ ଆଗୁଆ ଥିବା ବେଳେ ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିବାକୁ ପ୍ରାଣପ୍ରଣେ ଚେଷ୍ଟା କରିବ। ତେବେ ଭାରତ ମ୍ୟାଚ୍ ଜିତି ୩ଟିକିଆ ସିରିଜ୍ ଜିତି ନେବେକୁ ଚେଷ୍ଟା କରିବ। ଏଥିପାଇଁ ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ନେଇ ପଡିଆକୁ ଓହ୍ଲେଇବେ। ଅଷ୍ଟ୍ରେଲିଆ ଗତ ମ୍ୟାଚରେ କରିଥିବା ତ୍ରୁଟିକୁ ସୁଧାରି ଭାରତକୁ ମାତ ଦେବାକୁ ବୋଲିଂ ଓ ବ୍ୟାଟିଂକୁ ପ୍ରାଧାନ୍ୟ ଦେବେ। ଅନ୍ୟପକ୍ଷରେ ଭାରତ ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା ଜାରି ରଖିବ।

ଭାରତ ପ୍ରଥମ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୭ ରନରେ ବିଜୟୀ ହୋଇଛି।

ଭାରତର ସମ୍ଭାବ୍ୟ ଦଳ: ରୋହିତ ଶର୍ମା, ଶିଖର ଧୱାନ୍, ବିରାଟ କୋହଲି, ସୁରେଶ ରାଇନା, ଯୁବରାଜ ସିଂହ,ଏମଏସ ଧୋନି(ଅଧିନାୟକ),ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା,ଆର.ଅଶ୍ୱିନ, ଜସପ୍ରିତ ବୁମ୍ରାହ ଓ ଆଶିଷ ନେହରା।

ଅଷ୍ଟ୍ରେଲିଆର ସମ୍ଭାବ୍ୟ ଦଳ: ଆରୋନ୍ ଫିଞ୍ଚ(ଅଧିନାୟକ), ଡେଭିଡ୍ ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥ୍, କ୍ରିସ୍ ଲିନ୍,ଟ୍ରେଭିସ୍ ହେଡ୍, ସେନ୍ ୱାଟସନ୍, ମାଥ୍ୟୁ ୱାଡେ, ଜେମ୍ସ ଫକନର, କେନ୍ ରିଚାର୍ଡସନ୍, କ୍ୟାମରହନ୍ ବୋଇସ୍, ଏସ୍.ଟେଟ୍।

ଆହୁରି ପଢ଼ନ୍ତୁ

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ