ଆସନ୍ତାକାଲି ରାଞ୍ଚି ରେଜକୁ ଭେଟିବ କଳିଙ୍ଗ ଲାନସର୍ସ

ରାଞ୍ଚି: ଆସନ୍ତାକାଲି ରାଞ୍ଚିରେ ହକି ଇଣ୍ଡିଆ ଲିଗର ୧୦ମ ମ୍ୟାଚ୍ କଳିଙ୍ଗ ଲାନସର୍ସ ଓ ରାଞ୍ଚି ରେଜ୍ ମଧ୍ୟରେ ଖେଳାଯିବ। ଚଳିତ ସିଜିନରେ ରାଞ୍ଚି ପ୍ରଥମ ଥର ପାଇଁ କଳିଙ୍ଗ ଲାନସର୍ସକୁ ଭେଟୁଛି। ଏହି ମ୍ୟାଚ୍  ରାଞ୍ଚିରେ ସନ୍ଧ୍ୟା ୬ଟାରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ଦୁଇ ଦିନ ହେଲା ପ୍ରାକ୍ଟିସ ଜାରି ରଖିଛନ୍ତି। ଏହି ମ୍ୟାଚ ଜିତିବାକୁ ଉଭୟ ଦଳ ବେଶ ଚେଷ୍ଟା କରିବେ।

କଳିଙ୍ଗ ଲାନସର୍ସ ୩ଟି ମ୍ୟାଚରୁ ୨ଟି ମ୍ୟାଚରେ ବିଜୟୀ ହୋଇ ୧୧ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି। ରାଞ୍ଚି ରେଜ୍ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୧ ପଏଣ୍ଟ  ସହ ତାଲିକାର ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।

କଳିଙ୍ଗ ଲାନସର୍ସ ପ୍ରଥମ ମ୍ୟାଚରେ ୟୁପି ୱିଜାର୍ଡସ ଠାରୁ ୮-୬ରେ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦବଙ୍ଗ ମୁମ୍ବାଇକୁ ୨-୪ରେ ଓ ତୃତୀୟ ମ୍ୟାଚରେ ୟୁପିକୁ ୨-୧୦ରେ ହରାଇଥିଲା।

ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ରାଞ୍ଚି ୦-୨ରେ ଜେପି ପଞ୍ଜାବ ୱାରିଅରଠାରୁ ହାରିଥିବା ବେଳେ ୟୁପି ୱିଜାର୍ଡସ ଠାରୁ ୪-୨ରେ ଓ ଦିଲ୍ଲୀଠାରୁ ୧-୨ରେ ଜିତିଛି ।

ପ୍ରଥମ ମ୍ୟାଚରେ ରାଞ୍ଚି ୦-୨ରେ ଜେପି ପଞ୍ଜାବ ୱାରିଅରଠାରୁ ହାରିଥିବା ବେଳେ ୟୁପି ୱିଜାର୍ଡସ ଠାରୁ ୪-୨ରେ ଓ ଦିଲ୍ଲୀଠାରୁ ୧-୨ରେ ଜିତିଛି ରାଞ୍ଚି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।