ଅଶୋକ ଦିଣ୍ଡାଙ୍କ ମୁଣ୍ଡରେ ବାଜିଲା ବଲ୍‌, ହସ୍ପିଟାଲ୍‌ରେ ଭର୍ତ୍ତି

କୋଲକାତା: ଦ୍ରୁତ ବୋଲର ଅଶୋକ ଦିଣ୍ଡା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ବଲ୍‌ ମାଡ଼ ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୟଦ ମୁସ୍ତାକ ଅଲୀ ଟ୍ରଫି ପୂର୍ବରୁ କୋଲକାତାର ଇଡେନ୍‌ ଗାର୍ଡେନରେ ଅଭ୍ୟାସ୍‌ ଶିବିର ଚାଲିଥିବା ବେଳେ ଦିଣ୍ଡା ଏକ କ୍ୟାଚ୍‌ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବଲ୍‌ଟି ତାଙ୍କ ମୁଣ୍ଡରେ ମାଡ଼ ହୋଇଥିଲା। ତେବେ ଆହତ ସତ୍ତ୍ୱେ ମଧ୍ୟ ସେ କିଛି ସମୟ ପଡ଼ିଆରେ ରହିବା ସହ ବୋଲିଂ […]

as

as

Hemant Lenka
  • Published: Monday, 11 February 2019
  • Updated: 11 February 2019, 04:48 PM IST

Sports

Latest News

କୋଲକାତା: ଦ୍ରୁତ ବୋଲର ଅଶୋକ ଦିଣ୍ଡା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ବଲ୍‌ ମାଡ଼ ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୟଦ ମୁସ୍ତାକ ଅଲୀ ଟ୍ରଫି ପୂର୍ବରୁ କୋଲକାତାର ଇଡେନ୍‌ ଗାର୍ଡେନରେ ଅଭ୍ୟାସ୍‌ ଶିବିର ଚାଲିଥିବା ବେଳେ ଦିଣ୍ଡା ଏକ କ୍ୟାଚ୍‌ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବଲ୍‌ଟି ତାଙ୍କ ମୁଣ୍ଡରେ ମାଡ଼ ହୋଇଥିଲା। ତେବେ ଆହତ ସତ୍ତ୍ୱେ ମଧ୍ୟ ସେ କିଛି ସମୟ ପଡ଼ିଆରେ ରହିବା ସହ ବୋଲିଂ କରିଥିଲେ।

ପରେ ତାଙ୍କର ସିଟି ସ୍କାନ୍‌ ହୋଇଥିଲା। ଏହି ସମୟରେ ତାଙ୍କର ଆହତ ଗୁରୁତର ନଥିବା ଜଣାପଡ଼ିଛି। କିନ୍ତୁ ହସ୍ପିଟାଲ୍ ପକ୍ଷରୁ ତାଙ୍କୁ ୨ ଦିନ ବିଶ୍ରାମ କରିବାକୁ କୁହାଯାଇଛି। ୩୪ ବର୍ଷୀୟ ଦିଣ୍ଡା ବେଙ୍ଗଲ ପକ୍ଷରୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ଭାରତ ପାଇଁ ସେ ୧୩ଟି ଦିନିକିଆ ଓ ୯ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos