ଆଇସିସି ଟେଷ୍ଟ ଅଲରାଉଣ୍ଡର ମାନ୍ୟତା: ନମ୍ବର ୧ ସ୍ଥାନ ବଜାୟ ରଖିଲେ ଅଶ୍ୱିନ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ଅଲରାଉଣ୍ଡର ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତର ରବିଚନ୍ଦ୍ରନ୍ ଅଶ୍ୱିନ (୪୦୬ ରେଟିଂ)। ତାଙ୍କ ପଛକୁ ରହିଛନ୍ତି ବାଂଲାଦେଶର ସକିବ୍ ଅଲ ହାସନ୍ (୩୮୪), ତୃତୀୟରେ ଇଂଲଣ୍ଡର ଏସସିଜେ ବ୍ରୋଡ (୩୧୦), ଚତୁର୍ଥରେ ଇଂଲଣ୍ଡର ବିଏ ଷ୍ଟୋକ୍ (୨୭୬), ପଞ୍ଚମରେ ଦକ୍ଷିଣ ଆଫ୍ରିକାର ଭିଡି ଫିଲାଣ୍ଡର (୨୭୫) ଓ ଷଷ୍ଠ ସ୍ଥାନରେ  ଭାରତର ରବୀନ୍ଦ୍ର ଜାଡେଜା (୨୫୯) ରହିଛନ୍ତି।

ସେହିପରି ସପ୍ତମ ସ୍ଥାନରେ ଅଷ୍ଟ୍ରେଲିଆର ଏମଏ ଷ୍ଟ୍ରାକ୍(୨୪୪), ଅଷ୍ଟମ ସ୍ଥାନରେ ଇଂଲଣ୍ଡରେ ମୋଇନ୍ ଅଲ୍ଲି (୨୪୪), ୯ମ ସ୍ଥାନରେ  ପାକିସ୍ତାନରେ ମହମ୍ମଦ ହପିଜ୍ (୨୪୧) ଓ ଶ୍ରୀଲଙ୍କାର ଏଡି ମାଥ୍ୟୁସ (୧୯୧) ୧୦ମ ସ୍ଥାନରେ ରହିଛନ୍ତି।

ଅଶ୍ୱିନ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡର ଏସସିଜେ ବ୍ରୋଡ୍ ପ୍ରଥମ ସ୍ଥାନରେ ରହିଛନ୍ତି।