ଭୁବନେଶ୍ୱରରେ ହେବ ଏସିଆନ୍ ଆଥଲେଟିକ୍ ଚାମ୍ପିଅନ୍‌ସିପ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ଏସିଆନ୍ ଆଥଲେଟିକ୍ ଚାମ୍ପିଅନ୍‌ସିପ୍‌। ଆଥଲେଟିକ୍ ଚାମ୍ପିଅନ୍‌ସିପ୍‌ ପାଇଁ ଭୁବନେଶ୍ୱର ହେଉଛି ଶ୍ରେଷ୍ଠ ଭେନୁ। କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ ପରେ ଆଦିଲ ବାଲା ସୁମାରୀ ଏହି ସୂଚନା ଦେଇଛନ୍ତି। ଆଦିଲ ସୁମାରୀ ଏବେ ଆଥଲେଟିକ୍ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ଅଛନ୍ତି। ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଆରମ୍ଭ ହେବ ଏହି ଚାମ୍ପିଅନ୍‌ସିପ୍‌। ଏସିଆର ୪୫ଟି ଦେଶ ଏହି ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାପଡ଼ିଛି।