ଏସିଆନ୍‌ ଆଥଲେଟିକ୍ସ ପାଇଁ ମାସ୍କଟ ଓ ଲୋଗୋ ଉନ୍ମୋଚନ: ଉତ୍ସବରେ ପି.ଟି ଉଷା ଏବଂ ଅଞ୍ଜୁ ବବି ଜର୍ଜଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ୨୨ତମ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍। ଏହି ମେଗା ଇଭେଣ୍ଟ ସମ୍ପର୍କରେ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଆଜି ମାସ୍କଟ ଓ ଲୋଗୋ ଉନ୍ମୋଚନ କରିଛନ୍ତି। ସମାରୋହରେ କିମ୍ବଦନ୍ତୀ ଅଲିମ୍ପିଆନ୍ ପି.ଟି.ଉଷା ଏବଂ ଅଞ୍ଜୁ ବବି ଜର୍ଜଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ୪୫ଟି ରାଷ୍ଟ୍ରର ୬୦୦ରୁ ଅଧିକ ଆଥଲେଟ୍ ଭାଗ ନେବେ।