ଏସିଆନ ଚାମ୍ପିଅନ୍ସ ଟ୍ରଫି ପାଇଁ ବନ୍ଦନା ଅଧିନାୟକ, ସୁନୀତା ଉପ-ଅଧିନାୟକ

ନୂଆଦିଲ୍ଲୀ: ଅକ୍ଟୋବର ୨୯ ତାରିଖରୁ ସିଙ୍ଗାପୁରରେ ଆରମ୍ଭ ହେବାକୁ ଯାଉଥିବା ଏସିଆନ ଚାମ୍ପିଅନ୍ସ ଟ୍ରଫି ପାଇଁ ଆଜି ବନ୍ଦନା କଟାରିୟାଙ୍କୁ ଭାରତୀୟ ମହିଳା ହକି ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଓଡ଼ିଶାର ସୁନୀତା ଲାକ୍ରାଙ୍କୁ ଉପ-ଅଧିନାୟକ କରାଯାଇଛି। ରିଓ ଅଲିମ୍ପିକ୍‌ରେ ଦଳର ନେତୃତ୍ୱ ନେଇଥିବା ସୁଶୀଲା ଚାନୁଙ୍କୁ ବାଦ୍ ଦିଆଯାଇଛି। ଭାରତୀୟ ଦଳରେ ଦୁଇ ଜଣ ଗୋଲକିପର, ପାଞ୍ଚ ଜଣ ଫରୱାର୍ଡ, ଛଅ ଜଣ ମିଡ୍‌ଫିଲ୍ଡର ଓ ପାଞ୍ଚ ଜଣ ଡିଫେଣ୍ଡର ସାମିଲ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୍‌ରେ […]

sunita-lakra

sunita-lakra

Rakesh Mallick
  • Published: Tuesday, 04 October 2016
  • Updated: 04 October 2016, 03:52 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ଟୋବର ୨୯ ତାରିଖରୁ ସିଙ୍ଗାପୁରରେ ଆରମ୍ଭ ହେବାକୁ ଯାଉଥିବା ଏସିଆନ ଚାମ୍ପିଅନ୍ସ ଟ୍ରଫି ପାଇଁ ଆଜି ବନ୍ଦନା କଟାରିୟାଙ୍କୁ ଭାରତୀୟ ମହିଳା ହକି ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଓଡ଼ିଶାର ସୁନୀତା ଲାକ୍ରାଙ୍କୁ ଉପ-ଅଧିନାୟକ କରାଯାଇଛି। ରିଓ ଅଲିମ୍ପିକ୍‌ରେ ଦଳର ନେତୃତ୍ୱ ନେଇଥିବା ସୁଶୀଲା ଚାନୁଙ୍କୁ ବାଦ୍ ଦିଆଯାଇଛି।

ଭାରତୀୟ ଦଳରେ ଦୁଇ ଜଣ ଗୋଲକିପର, ପାଞ୍ଚ ଜଣ ଫରୱାର୍ଡ, ଛଅ ଜଣ ମିଡ୍‌ଫିଲ୍ଡର ଓ ପାଞ୍ଚ ଜଣ ଡିଫେଣ୍ଡର ସାମିଲ ହୋଇଛନ୍ତି।

ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ସହିତ ଜାପାନ, ଚୀନ, କୋରିଆ ଓ ମାଲେସିଆ ପ୍ରମୁଖ ଭାଗ ନେଉଛନ୍ତି।

ଭାରତୀୟ ଟିମ୍‌-

ଗୋଲକିପର: ସବିତା, ରଜନୀ ଇଟିମାର୍‌ପୁ

ଡିଫେଣ୍ଡର: ଦୀପ ଗ୍ରେସ୍ ଇକ୍କା, ରେଣୁକା ଯାଦବ, ସୁନୀତା ଲାକ୍ରା, ନିଆଲୁମ ଲାଲ ରୁଆତ ଫେଲି ଓ ନମିତା ଟୋପ୍ପୋ

ମିଡ୍‌ଫିଲ୍ଡର: ନିକ୍କି ପ୍ରଧାନ, ନବଜୋତ କୌର, ମୋନିକା, ରାନୀ, ଦୀପିକା ଓ ନଭଦୀପ କୌର

ଫରୱାର୍ଡ: ପୁନମ ରାନୀ, ଅନୁରାଧା ଦେବୀ ଥୋକଚୋମ, ବନ୍ଦନା କଟାରିୟା, ପ୍ରୀତି ଦୁବେ ଓ ପୁନମ ବାର୍ଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos