ଏସିଆନ୍ ରେସଲିଂ ଚାମ୍ପିଅନଶିପ୍: ଭିନେଶ ଓ ସାକ୍ଷୀ ଜିତିଲେ ବ୍ରୋଞ୍ଜ

ସିଆନ୍: ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ୍ ଓ ଏସିଆନ୍ ଗେମ୍ସ ଚାମ୍ପିଅନ୍ ଭିନେଶ ଫୋଗତ୍ ଚଳିତ ଏସିଆନ୍ ରେସଲିଂ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉଭୟେ ସାକ୍ଷୀ (୬୨ କେଜି) ଓ ଭିନେଶ (୫୩ କେଜି) ନିଜ ନିଜର କ୍ୱାର୍ଟରଫାଇନାଲ୍ ମୁକାବିଲା ହାରିଥିଲେ ଏବଂ ରିପିଚେଜ୍ ରାଉଣ୍ଡରେ ସ୍ଥାନ ହାସଲ କରିଥିଲେ। ବ୍ରୋଞ୍ଜ ପଦକ ପ୍ଲେ-ଅଫ୍ ମୁକାବିଲାରେ ଭିନେଶ ୱାର୍ଲ୍ଡ ଚାମ୍ପିଅନଶିପର ବ୍ରୋଞ୍ଜ ପଦକ ବିଜେତା ଚାଇନାର କିଆନୟୁ ପାଙ୍ଗଙ୍କୁ ୮-୧ରେ ପରାସ୍ତ […]

sakhi and vine

sakhi and vine

Hemant Lenka
  • Published: Friday, 26 April 2019
  • Updated: 26 April 2019, 10:13 PM IST

Sports

Latest News

ସିଆନ୍: ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ୍ ଓ ଏସିଆନ୍ ଗେମ୍ସ ଚାମ୍ପିଅନ୍ ଭିନେଶ ଫୋଗତ୍ ଚଳିତ ଏସିଆନ୍ ରେସଲିଂ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉଭୟେ ସାକ୍ଷୀ (୬୨ କେଜି) ଓ ଭିନେଶ (୫୩ କେଜି) ନିଜ ନିଜର କ୍ୱାର୍ଟରଫାଇନାଲ୍ ମୁକାବିଲା ହାରିଥିଲେ ଏବଂ ରିପିଚେଜ୍ ରାଉଣ୍ଡରେ ସ୍ଥାନ ହାସଲ କରିଥିଲେ।

ବ୍ରୋଞ୍ଜ ପଦକ ପ୍ଲେ-ଅଫ୍ ମୁକାବିଲାରେ ଭିନେଶ ୱାର୍ଲ୍ଡ ଚାମ୍ପିଅନଶିପର ବ୍ରୋଞ୍ଜ ପଦକ ବିଜେତା ଚାଇନାର କିଆନୟୁ ପାଙ୍ଗଙ୍କୁ ୮-୧ରେ ପରାସ୍ତ କରିଛନ୍ତି। ସେହିପରି ସାକ୍ଷୀ ନର୍ଥ କୋରିଆର ହ୍ୟୋନ୍ ଗ୍ୟୋଙ୍ଗ୍ ମୁନଙ୍କୁ ୯-୬ରେ ହରାଇଛନ୍ତି। ଏହା ପୂର୍ବରୁ ଗୁରୁବାର ଭାରତର ମଞ୍ଜୁ କୁମାରୀ (୫୯ କେଜି) ଓ ଦିବ୍ୟା କାକରନ୍ (୬୮ କେଜି) ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ । ଏଥିସହ ଭାରତ ମୋଟ ୪ ବ୍ରୋଞ୍ଜ ପଦକ ସହ ଅଭିଯାନ ଶେଷ କରିଛି।

ଗତବର୍ଷ ଜାକର୍ତ୍ତା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭିନେଶ ୫୦ କେଜି ବଦଳରେ ଏହାଠାରୁ ଅଧିକ ବର୍ଗରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ, କାରଣ ବିଶ୍ୱ ପରିଚାଳନା ସଂସ୍ଥା ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଓଜନ ବର୍ଗରେ ପରିବର୍ତ୍ତନ କରିଥିଲା।

ସେ ଗତମାସରେ ବୁଲଗେରିଆରେ ଆୟୋଜିତ ୟୁଡବ୍ଲୁଡବ୍ଲୁ ଡାନ୍ କୋଲୋଭ୍-ନିକୋଲା ପେଟ୍ରୋଭ୍ ଟୁର୍ଣ୍ଣାମେଣ୍ଟରେ ୫୩ ବର୍ଗରେ ଭାଗ ନେଇଥିଲେ ଏବଂ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ। କିନ୍ତୁ ଏଠାରେ ଭିନେଶଙ୍କ ଆରମ୍ଭ ନୈରାଶ୍ୟଜନକ ରହିଥିଲା। ସେ ଜାପାନର ମାୟୁ ମୁକୈଦାଙ୍କଠାରୁ ହାରିଯାଇଥିଲେ, ଯିଏ କ୍ୱାଲିଫିକେସନ୍ ରାଉଣ୍ଡ ଦ୍ୱାରା ପହଞ୍ଚିଥିଲେ। ଜାପାନର ରେସଲର ଏକତରଫା ଭାବେ ୧୦-୦ରେ ବିଜୟୀ ହୋଇଥିଲେ।

ମାୟୁ ଫାଇନାଲରେ ପହଞ୍ଚିବାରୁ ଭିନେଶ ରିପିଚେଜ୍ ରାଉଣ୍ଡରେ ସ୍ଥାନ ହାସଲ କରିଥିଲେ। ଏଥିରେ ଭିନେଶ ତାଇପେଇର ଜୋ କି ଚିଉଙ୍କୁ ୬-୦ରେ ହରାଇଥିଲେ। ସେହିପରି ୭୨ କେଜି ବର୍ଗରେ କିରନ୍ କ୍ୱାର୍ଟରଫାଇନାଲରେ କଜାଖସ୍ତାନର ଝାମିଲା ବାକବରଜେନୋଭାଙ୍କଠାରୁ ୪-୭ରେ ହାରି ଖାଲି ହାତରେ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story