ଗଲ୍: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଛି ଆୟୋଜକ ଶ୍ରୀଲଙ୍କା। ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୨୬୮ ରନ୍ ଟାର୍ଗେଟର ପିଛା କରୁଥିବା ଶ୍ରୀଲଙ୍କା ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ବିନା କୌଣସି ୱିକେଟ୍ରେ ୧୩୩ ରନ୍ କରି ନେଇଛି।
ଆସନ୍ତାକାଲି ଦଳକୁ ମ୍ୟାଚ୍ ଜିତିବା ପାଇଁ ଆଉ ୧୩୫ ରନ୍ର ଆବଶ୍ୟକତା ରହିଛି। ୪ର୍ଥ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଦିମୁଥ କରୁଣେରତ୍ନେ ୭୧ ଓ ଲାହିରୁ ଥିରିମାନେ ୫୭ ରନ୍ କରି ଅପରାଜିତ ରହିଛନ୍ତି।
ଆଜି ନ୍ୟୁଜିଲ୍ୟାଣ୍ଡ ଗତକାଲିର ୧୯୫/୭ରୁ ଖେଳ ଆରମ୍ଭ କରିଥିଲା। ତେବେ ଦଳ ମାତ୍ର ୨୮୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହାପରେ ଶ୍ରୀଲଙ୍କାର ଦୁଇ ଓପନର ଥିରିମାନେ ଓ କରୁଣେରତ୍ନେ ବେଶ ସକାରାତ୍ମକ ଢଙ୍ଗରେ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କ ମୁକାବିଲା କରି ଦଳର ସ୍କୋରକୁ ଆଗକୁ ନେଇଥିଲେ।
ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୨୪୯ ରନ୍ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୨୬୭ ରନ୍ କରିବା ସହ ୧୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା।
ନ୍ୟୁଜିଲ୍ୟାଣ୍ଡ୍ ଦ୍ୱିତୀୟ ଇନିଂସରେ ମଧ୍ୟ ଶ୍ରୀଲଙ୍କା ସ୍ପିନରଙ୍କୁ ସାମ୍ନା କରିନପାରି ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ଆଜି ଦଳ ୨୮୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।