ମାତ୍ର ୧୧୪ ସେକେଣ୍ଡରେ ୯ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଲଗାତର ତିନୋଟି ଅଲିମ୍ପିକରେ ତିନିଟି ଲେଖାଏ ସ୍ୱର୍ଣ୍ଣ ପଦକ। ଅର୍ଥାତ୍ ମାତ୍ର ୧୧୪ ସେକେଣ୍ଡରେ ଜିତିଛନ୍ତି ୯ ସ୍ୱର୍ଣ୍ଣ ପଦକ। ଏଥିସହ ସେ ନିଜକୁ ଦୁନିଆର ସର୍ବୋତ୍ତମ ସାବ୍ୟସ୍ତ କରିଛନ୍ତି। ୨୦୧୬ରେ ଏହି ମହାନାୟକଙ୍କ ଅଲିମ୍ପିକ୍ସ ଅଭିଯାନ ଶେଷ ହୋଇଥିଲା। ସେ ହେଉଛନ୍ତି ବିଶ୍ୱର ଦ୍ରୁତତମ ଧାବକ ଉସେନ୍ ବୋଲ୍ଟ। ଅଲିମ୍ପିକ୍ସର ସବୁଠାରୁ ସଫଳ ଆଥ୍‌ଲେଟ୍ ବୋଲ୍ଟ ୨୧ ବର୍ଷ ବୟସରେ ନିଜ ଅଭିଯାନ ଆରମ୍ଭ କରିଥିଲେ। ଆଉ ୯ ବର୍ଷ ପରେ ୯ଟି ସ୍ୱର୍ଣ୍ଣ ପଦକ ସହ ରିଓ ଅଲିମ୍ପିକରେ ବିରାମ ଲଗାଇଥିଲେ ବୋଲ୍ଟ। କିନ୍ତୁ ଏହି ମହାନ ଆଥ୍‌ଲେଟ୍‌ଙ୍କ ବିଶ୍ୱ ରେକର୍ଡ ଓ ସ୍ୱର୍ଣ୍ଣ ପଦକର ଚମକରେ ଯେଉଁ ଇତିହାସ ରଚାଯାଇଛି, ଏହାକୁ ଦଶନ୍ଧି ଧରି ସ୍ମରଣ କରାଯିବ।

ରିଓ ଅଲିମ୍ପିକ୍ସରେ ବୋଲ୍ଟ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତି ଟ୍ରାକୁକୁ ବାଏ ବାଏ କହିଥିଲେ। ୨୦୦୮ ବେଜିଙ୍ଗ୍ ଅଲିମ୍ପିକ୍ସରେ ପରେ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ୧୦୦ ମିଟର୍‌, ୨୦୦ ମିଟର୍ ଓ ୪ଗୁଣା ୧୦୦ ମିଟର୍ ରିଲେରେ ଲଗାତାର ହ୍ୟାଟ୍ରିକ୍ ମାରିବା ପରେ ରିଓରେ ମଧ୍ୟ ଏହି ସଫଳତା ଦୋହରାଇ ‘ସ୍ପ୍ରିଣ୍ଟ ସୁଇପ୍‌’ କରିଥିଲେ। ବେଜିଙ୍ଗରେ ମାତ୍ର ୨୧ ବର୍ଷ ବୟସରେ ୧୦୦ ମିଟର୍ ରେସ୍‌ରେ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତି ଦୁନିଆକୁ ଚକିତ କରିଥିବା ବୋଲ୍ଟ ବ୍ରାଜିଲରେ ସର୍ବଶ୍ରେଷ୍ଠ ଅଲିମ୍ପିଆନ୍ ଓ ମହାନ୍ ଖେଳାଳି ଭାବେ କ୍ୟାରିୟର ସମାପ୍ତ କରିଥିଲେ।

In last 3 Olympics, UsainBolt spent 6 min & 50 sec on the track. He  won 9 Gold Medals and set 3 Olympic records. | Good Morning America |  Scoopnest

ଜାମାଇକାର ଏହି ଧାବକ ରିଓ ଅଲିମ୍ପିକ୍ସରେ ୧୦୦ ମିଟର୍ ଓ ୨୦୦ ମିଟର୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହିପରି ଭାବେ ଅଲିମ୍ପିକ୍ସରେ ବୋଲ୍ଟଙ୍କ ସ୍ୱର୍ଣ୍ଣ ପଦକ ସଂଖ୍ୟା ୯ରେ ପହଞ୍ଚିଛି। ଏହା ପୂର୍ବରୁ ବୋଲ୍ଟ ଅଲିମ୍ପିକ୍ସ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ୨୦୦ ମିଟର୍‌ରେ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୧୦୦ ମିଟର୍‌ରେ ଲଗାତାର ତିନୋଟି ସ୍ୱର୍ଣ୍ଣ ଜିତିବାରେ ସେ ପ୍ରଥମ ଆଥ୍‌ଲେଟ୍ ହେବାର କିଛି ଦିନ ପରେ ୨୦୦ ମିଟର୍‌ରେ ୧୯.୭୮ ସେକେଣ୍ଡ ସମୟରେ ବାଜି ମାରିଥିଲେ । ୧୦୦ ମିଟର୍‌କୁ ସେ ୯.୮୧ ସେକେଣ୍ଡରେ ପୂରା କରିଥିଲେ । ସେହିପରି ରିଓରେ ବୋଲ୍ଟ ୪ଗୁଣା ୧୦୦ ମିଟର୍ ରିଲେ୍ ଲଗାତାର ତୃତୀୟ ସ୍ୱର୍ଣ୍ଣ ଜିତିଥିଲେ।

Usain Bolt's final race was heartbreaking, so watch his 2008 dominance  instead | For The Win

ରେକର୍ଡ ସଂଖ୍ୟକ ପଦକ ଜିତିବା ପରେ ବୋଲ୍ଟ ନିଜକୁ ମହାନ ଆଥଲେଟର ଆଖ୍ୟା ଦେଇଛନ୍ତି। ରିଓରେ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ଜିତିବା ପରେ ବୋଲ୍ଟ କହିଥିଲେ ଯେ ମୁଁ ଦୁନିଆକୁ ଦେଖାଇ ଦେଇଛି ଯେ, ଏହି କ୍ରୀଡ଼ାର ମୁଁ ମହାନ ଖେଳାଳି। ଏବେ ମୋ ମିଶନ୍ ପୂରା ହୋଇଛି । ମୁଁ ମୋ ଦେଶର ଆବଶ୍ୟକତା ପୂରଣ କରିଛି ଏବଂ ସର୍ବଦା ହିଁ ଦେଶର ବ୍ରାଣ୍ଡ୍ ଆମ୍ବାସଡର୍ ହେବା ପାଇଁ ପ୍ରୟାସ କରିଛି । ଅବସର ପରେ ଦେଶ ଓ କ୍ରୀଡ଼ା ପାଇଁ ଏହି କାର୍ଯ୍ୟ ସମ୍ପାଦନ ଜାରି ରଖିବି ବୋଲି ବୋଲ୍ଟ କହିଥିଲେ।

Usain Bolt Loses A Gold Medal After 2008 Teammate's Failed Test : The  Two-Way : NPR

ଗତ ଜୁନ୍ ମାସରେ ବୋଲ୍ଟଙ୍କ ପତ୍ନୀ ଯମଜ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ଅବସରରେ ବୋଲ୍ଟ ଇନଷ୍ଟାଗ୍ରାମରେ ନିଜର ଦୁଇ ପୁତ୍ରଙ୍କ ଫଟୋ ଶେଆର୍ କରିଥିଲେ। ଗତ ବର୍ଷ ଦୁନିଆର ଏହି ଷ୍ଟାର୍ ସ୍ପ୍ରିଣ୍ଟର୍ କରୋନାରେ ଆକ୍ରାନ୍ତ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।