ଅଷ୍ଟ୍ରେଲିଆନ୍ ଓପନ୍: ହିଙ୍ଗିସ୍-ପେସଙ୍କୁ ହରାଇ ସେମିରେ ସାନିଆ-ଡୋଡିଜ୍

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନର ମିକ୍ସଡ୍ ଡବଲ୍ସର କ୍ୱାର୍ଟର ଫାଇନାଲରେ ଶୁକ୍ରବାର ଟପ୍ ସିଡ୍ ସାନିଆ ମୀର୍ଜା- ଇଭାନ୍ ଡୋଡିଜ୍ ଯୋଡି ଲିଆଣ୍ଡର ପେସ୍-ମାର୍ଟିନା ହିଙ୍ଗିସଙ୍କୁ ୭-୬(୧),୬-୩ରେ ପରାସ୍ତ କରିଛନ୍ତି। କ୍ୱାର୍ଟରରେ ହାରିବା ପରେ ଅଷ୍ଟ୍ରେଲିଆନ୍ ଓପନରୁ ବାଦ ପଡିଛନ୍ତି ହିଙ୍ଗିସ୍-ପେସ ଯୋଡି। ଶେଷ ହୋଇଛି ତାଙ୍କର ଅଭିଯାନ।

ଡୋଡିଜ୍-ସାନିଆ ଯୋଡି ରବିବାର ଖେଳାଯିବାକୁ ଥିବା ସେମିଫାଇନାଲରେ ରୁଷିଆର ଇଲିନା ଭେସନୀନା-ବ୍ରାଜିଲର ବ୍ରୁନୋ ସୋଆର୍ସଙ୍କୁ ଭେଟିବେ।