ଅଷ୍ଟ୍ରେଲିଆ ଓପନ୍‌ ଟେନିସ୍‌ ସେମିଫାଇନାଲରେ ସାନିଆ-ଡୋଡିଗ୍‌ ଯୋଡ଼ି

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓପନ୍‌ ସେମିଫାଇନାଲରେ ପହଞ୍ଚି ଯାଇଛନ୍ତି ସାନିଆ ମିର୍ଜା- ଇଭାନ୍‌ ଡୋଡିଗ୍‌ ଯୋଡି। ବୁଧବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ସାନିଆ –ଡୋଡିଗ୍‌ ଯୋଡି ରୋହନ ବୋପାନ୍ନା-ଡାବ୍ରୋୱସିକ୍‌ଙ୍କୁ ପରାସ୍ତ କରିଛନ୍ତି।

ଏହି ମ୍ୟାଚ୍‌କୁ ସାନିଆ-ଡୋଡିଗ୍‌ଙ୍କ ଯୋଡ଼ିକୁ ଜିତିବାକୁ ଏକ ଘଣ୍ଟା ୭ ମିନିଟ ସମୟ ଲାଗିଥିଲା। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌କୁ ସେମାନେ ୬-୪, ୩-୬ ଓ ୧୨-୧୦ ସ୍‌ଟ୍‌ରେ ଜିତି ନେଇଥିଲେ