ବଲ୍‌ ଟାମ୍ପରିଂ ଅଭିଯୋଗକୁ ସ୍ୱୀକାର କଲା ଅଷ୍ଟ୍ରେଲିଆ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚ୍‌ରେ ଆସିଥିବା ବଲ୍ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛି ଅଷ୍ଟ୍ରେଲିଆ। କେପଟାଉନ୍‌ରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍‌କ୍ରଫଟ୍‌ ଏକ ହଳଦିଆ ରଙ୍ଗର ବସ୍ତୁ ଧରି ବଲ୍ ଟ୍ୟାମ୍ପରିଂ କରୁଥବା କ୍ୟାମେରାରେ କଏଦ୍ ହୋଇଥିଲା। ଅମ୍ପାୟାର୍ ନିଗେଲ୍ ଲଙ୍ଗ୍ ଓ ରିଚାର୍ଡ ଇଲିଙ୍ଗ ଓ୍ୱର୍ଥ ଏନେଇ ତାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବାନ୍‌କ୍ରଫଟ୍‌ ପକେଟ୍‌ରୁ ଏକ ଚଷମା ଖୋଳ ବାହାର କରି ଦେଖାଇଥିଲେ। ଫଳରେ ସେହି ସମୟରେ […]

Cameron_Bancroft

Cameron_Bancroft

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 09:12 AM IST

Sports

Latest News

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚ୍‌ରେ ଆସିଥିବା ବଲ୍ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛି ଅଷ୍ଟ୍ରେଲିଆ। କେପଟାଉନ୍‌ରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍‌କ୍ରଫଟ୍‌ ଏକ ହଳଦିଆ ରଙ୍ଗର ବସ୍ତୁ ଧରି ବଲ୍ ଟ୍ୟାମ୍ପରିଂ କରୁଥବା କ୍ୟାମେରାରେ କଏଦ୍ ହୋଇଥିଲା। ଅମ୍ପାୟାର୍ ନିଗେଲ୍ ଲଙ୍ଗ୍ ଓ ରିଚାର୍ଡ ଇଲିଙ୍ଗ ଓ୍ୱର୍ଥ ଏନେଇ ତାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବାନ୍‌କ୍ରଫଟ୍‌ ପକେଟ୍‌ରୁ ଏକ ଚଷମା ଖୋଳ ବାହାର କରି ଦେଖାଇଥିଲେ। ଫଳରେ ସେହି ସମୟରେ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇ ନଥିଲା।

cameron-bancroftପରେ ଅଷ୍ଟ୍ରେଲିଆ ଓପ୍ନର୍ କାମେରନ୍ ବାନ୍‌କ୍ରଫଟ୍‌ ଏବଂ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏହି ବଲ୍ ଟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛନ୍ତି। ସୁଯୋଗ ପାଇ ସେ ଏହି କାମରେ ସଂଶ୍ଲିଷ୍ଟ ହୋଇଥିଲେ ବୋଲି ବାନ୍‌କ୍ରଫଟ୍‌ କହିଛନ୍ତି। ଏବେ ସେ ଆଇସିସି ଦ୍ୱାରା ବାସନ୍ଦର ସମ୍ମୁଖୀନ ହୋଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos