ଆଇସିସି ବିଶ୍ୱକପ୍: ଅଷ୍ଟମ ଫାଇନାଲ୍ ଆଶାରେ ଅଷ୍ଟ୍ରେଲିଆ

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ୍ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ପାଞ୍ଚଥରର ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲ୍ ଜିତି ଅଷ୍ଟମଥର ଫାଇନାଲରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍ ତା’ର ଘରୋଇ ଦର୍ଶକଙ୍କ ସାମ୍ନାରେ ଚତୁର୍ଥରଥର ଫାଇନାଲ୍ ଖେଳିବା ଆଶାରେ ମଇଦାନକୁ ଓହ୍ଲାଇବ। ଅଷ୍ଟ୍ରେଲିଆ ଟିମ୍ ୧୯୭୫, ୧୯୯୭, ୧୯୯୬, ୧୯୯୯, ୨୦୦୩, ୨୦୦୭, ୨୦୧୫ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା, […]

aus

aus

Hemant Lenka
  • Published: Wednesday, 10 July 2019
  • Updated: 10 July 2019, 08:23 PM IST

Sports

Latest News

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ୍ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ପାଞ୍ଚଥରର ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲ୍ ଜିତି ଅଷ୍ଟମଥର ଫାଇନାଲରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍ ତା'ର ଘରୋଇ ଦର୍ଶକଙ୍କ ସାମ୍ନାରେ ଚତୁର୍ଥରଥର ଫାଇନାଲ୍ ଖେଳିବା ଆଶାରେ ମଇଦାନକୁ ଓହ୍ଲାଇବ।

ଅଷ୍ଟ୍ରେଲିଆ ଟିମ୍ ୧୯୭୫, ୧୯୯୭, ୧୯୯୬, ୧୯୯୯, ୨୦୦୩, ୨୦୦୭, ୨୦୧୫ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା, ଯେଉଁଥିରୁ ୧୯୭୫ ଏବଂ ୧୯୯୬ରେ ରନର୍ସଅପ୍ ରହିଥିଲା। ତେବେ ବାକି ସବୁଥର ଅଷ୍ଟ୍ରେଲିଆ ଟାଇଟଲ୍ କବଜା କରିଛି । ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍ ଏହା ପୂର୍ବରୁ ୧୯୭୯, ୧୯୮୭ ଓ ୧୯୯୨ ବିଶ୍ୱକପ୍ ଫାଇନାଲରେ ପହଞ୍ଚିସାରିଛି, କିନ୍ତୁ ତିନିଥର ଯାକ ଟିମକୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଟିମ୍ ଗ୍ରୁପ୍ ପର୍ଯ୍ୟାୟରେ ୯ଟି ମ୍ୟାଚରୁ ୭ ବିଜୟ ଏବଂ ଦୁଇ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍ ୯ ମ୍ୟାଚରୁ ୬ ବିଜୟ ଏବଂ ତିନି ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲା। ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସବପ୍ରଥମ ଟିମ୍ ଭାବେ ସେମିଫାଇନାଲରେ ପହଞ୍ଚିଥିଲା। ତେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଇଂଲଣ୍ଡ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲା। ଅଷ୍ଟ୍ରେଲିଆ ଟିମ୍ ଦକ୍ଷିଣ ଆଫ୍ରିକା ନିକଟରୁ ତା'ର ନିଜର ଅନ୍ତିମ ଲିଗ୍ ମ୍ୟାଚରେ ୧୦ ରନରେ ପରାସ୍ତ ହୋଇଥିଲା। ନହେଲେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଥାନ୍ତା।

ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ କୁହାଯାଉଥିଲା ଯେ, ଆୟୋଜକ ଇଂଲଣ୍ଡ ଓ ଭାରତ ଟାଇଟଲର ଦୃଢ଼ ଦାବିଦାର, କିନ୍ତୁ ଅଷ୍ଟ୍ରେଲିଆ ତା'ର ଦମଦାର ପ୍ରଦର୍ଶନ ଦ୍ୱାରା ନିଜ ପାଇଁ ସମ୍ଭାବନା ସୃଷ୍ଟି କରିପାରିଛି । ଇଂଲଣ୍ଡକୁ ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ୬୪ ରନରେ ହରାଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ପରାଜୟ ପରେ ଅଷ୍ଟ୍ରେଲିଆକୁ ଅନ୍ତିମ ଏକାଦଶରେ କିଛି ପରିବର୍ତ୍ତନ କରିବାକୁ ପଡ଼ିପାରେ। ଆହତ ମିଚେଲ୍ ମାର୍ଶଙ୍କ ସ୍ଥାନରେ ପିଟର ହ୍ୟାଣ୍ଡସ୍ମମ୍ବଙ୍କୁ ସୁଯୋଗ ମିଳିଛି। ହ୍ୟାଣ୍ଡସ୍କମ୍ବ୍ ନିଜର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଖେଳିପାରନ୍ତି। ଅପରପକ୍ଷରେ ମାଂସପେଶୀଜନିତ ସମସ୍ୟା କାରଣରୁ ଉସମାନ୍ ଖୱାଜା ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ୱିକେଟକିପର ମାଥ୍ୟୁ ୱେଡ୍ ସାମିଲ୍ ହୋଇଛନ୍ତି।

ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଯେଉଁ ଦୁଇଟି ମ୍ୟାଚରେ ହାରିଛି, ସେଥିରେ ଟିମକୁ ଲକ୍ଷ୍ୟର ପିଛା କରିବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦୦ରୁ ଅଧିକ ରନ୍ ପିଛା କରି ହାରିଥିଲା। ତେଣୁ ଟିମ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବେ। ଅଷ୍ଟ୍ରେଲିଆକୁ ପୁଣିଥରେ ତା'ର ଷ୍ଟାର୍ ଓପ୍ନର୍ ଡେଭିଡ୍ ୱାର୍ଣ୍ଣରଙ୍କଠାରୁ ଭଲ ପ୍ରଦର୍ଶନ ଆଶା ଥିବ, ଯିଏ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୬୩୮ ରନ୍ କରିଛନ୍ତି। ଅନ୍ୟପକ୍ଷରେ ବୋଲିଂରେ ମିଚେଲ୍ ଷ୍ଟାର୍କଙ୍କଠାରୁ ମଧ୍ୟ ଆଶା ଥିବ। ଷ୍ଟାର୍କ ଚଳିତ ଟୁର୍ଣ୍ଣାମେଣ୍ଟରେ ୨୬ ୱିକେଟ୍ ନେଇ ଶୀର୍ଷରେ ଅଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍ ତା'ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଓ ଜନ୍ନି ବେୟାରଷ୍ଟୋଙ୍କ ଉପରେ ନିର୍ଭର କରିବ। ରୁଟ୍ ୫୦୦ ଏବଂ ବେୟାରଷ୍ଟୋ ୪୬୨ ରନ୍ କରିଛନ୍ତି। ବୋଲିଂରେ ଜୋଫ୍ରା ଆର୍ଚର୍ ଏପର୍ଯ୍ୟନ୍ତ ୧୭ ୱିକେଟ୍ ନେଇଥିବା ବେଳେ ମାର୍କ ଉଡ୍ ୧୬ ୱିକେଟ୍ ହାସଲ କରିଛନ୍ତି। ଏହି ଦମରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ହରାଇ ୨୭ ବର୍ଷ ପରେ ଫାଇନାଲରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story