ପ୍ରଥମ ଟିମ୍‌ ଭାବେ ବିଶ୍ୱକପ୍ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଆଉ ଏକ ହାଇଭୋଲଟେଜ୍ ମୁକାବିଲାରେ ଅଷ୍ଟ୍ରେଲିଆ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୧୨ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡକୁ ହଟାଇ ପ୍ରଥମ ସ୍ଥାନକୁ ଉଠିବା ସହ ପ୍ରଥମ ଟିମ୍ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ପରାଜୟ ସହ ଇଂଲଣ୍ଡର ସେମିଫାଇନାଲ୍ ଆଶା କ୍ଷୀଣ ହେବାରେ ଲାଗିଛି। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ (୧୦୦)ଙ୍କ […]

AUS

AUS

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 10:41 PM IST

Sports

Latest News

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଆଉ ଏକ ହାଇଭୋଲଟେଜ୍ ମୁକାବିଲାରେ ଅଷ୍ଟ୍ରେଲିଆ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୧୨ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡକୁ ହଟାଇ ପ୍ରଥମ ସ୍ଥାନକୁ ଉଠିବା ସହ ପ୍ରଥମ ଟିମ୍ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ପରାଜୟ ସହ ଇଂଲଣ୍ଡର ସେମିଫାଇନାଲ୍ ଆଶା କ୍ଷୀଣ ହେବାରେ ଲାଗିଛି।

ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ (୧୦୦)ଙ୍କ ଶତକ ଓ ଡେଭିଡ୍ ୱାର୍ଣ୍ଣର (୫୩)ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଇଂଲଣ୍ଡ ୪୪.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୧ ରନ୍ କରି ପରାଜୟ ସ୍ୱୀକାର କରିଛି।

ଏହି ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ଧୈର୍ଯ୍ୟ ଦେଖାଇ ନଥିଲେ। ଷ୍ଟୋକ୍ସ ୧୧୫ ବଲରେ ୮ ଚୌକା ଓ ୨ ଛକା ସହ ୮୯ ରନ୍ କରିଥିଲେ। ଇଂଲଣ୍ଡ ଆରମ୍ଭରୁ ହିଁ ଅଷ୍ଟ୍ରେଲୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ୫୩ ରନରେ ୪ ୱିକେଟ୍ ହରାଇ ବସିଥିଲା।

ଜେମ୍ସ ଭିନ୍ସ ପୁଣି ନିରାଶ କରି ଖାତା ଖୋଲିବାକୁ ସକ୍ଷମ ହୋଇନଥିବା ବେଳେ ଜନ୍ନି ବେୟାରଷ୍ଟୋ (୨୭), ଜୋ ରୁଟ୍ (୮) ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ (୪) ନିରାଶ କରିଥିଲେ। ଭଲ ଫର୍ମରେ ଥିବା ଜୋସ୍ ବଟଲର୍ (୨୫), କ୍ରିସ୍ ଓକ୍ସ (୨୬) ଓ ମୋଇନ୍ ଅଲୀ (୬) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଆଦିଲ୍ ରଶିଦ୍ ଶେଷ ୱିକେଟ୍ ଭାବେ ୨୫ ରନ୍ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ ଜେସନ୍ ବେହରେନଡର୍ଫ ୪୪ ରନ୍ ଦେଇ ୫ଟି ଓ ମିଚେଲ୍ ଷ୍ଟାର୍କ ୪୩ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଭଲ ଆରମ୍ଭ ଦେଇଥିଲେ ୱାର୍ଣ୍ଣର ଓ ଫିଞ୍ଚ୍। ଦୁହେଁ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମକୁ ୧୭.୫ ଓଭରରେ ୧୦୦ ରନରେ ପହଞ୍ଚାଇଥିଲେ। ଫିଞ୍ଚ୍ ୬୧ ବଲରେ ଏବଂ ୱାର୍ଣ୍ଣର୍ ୫୨ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ଯେଉଁଭଳି ଭାବେ ବ୍ୟାଟିଂ କରୁଥିଲେ, ଲାଗୁଥିଲା ଅଷ୍ଟ୍ରେଲିଆର ସ୍କୋର ସହଜରେ ୩୫୦ ଅତିକ୍ରମ କରିଯିବ। କିନ୍ତୁ ଏହି ଯୋଡ଼ିକୁ ମୋଇନ୍ ଅଲୀ ଭାଙ୍ଗିଥିଲେ।

ୱାର୍ଣ୍ଣର ୫୩ (୬୧ ବଲ୍, ୬ ଚୌକା) କରିଥିବା ବେଳେ ଜୋ ରୁଟଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଉସମାନ୍ ଖୱାଜା (୨୩) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ ବେନ୍ ଷ୍ଟୋକ୍ସ କ୍ଲିନ୍ ବୋଲ୍ଡ କରିଥିଲେ । ଫିଞ୍ଚ୍ ନିଜ ଦମଦାର ଫର୍ମ ଜାରି ରଖି କ୍ୟାରିୟରର ୧୫ତମ ଶତକ ପୂରଣ କରିଥିଲେ। କିନ୍ତୁ ଶତକ ମାରିବାର ପରବର୍ତ୍ତୀ ବଲରେ ହିଁ ତାଙ୍କୁ ଜୋଫ୍ରା ଆର୍ଚର୍ ଆଉଟ୍ କରି ଇଂଲଣ୍ଡକୁ ବଡ଼ ସଫଳତା ଦେଇଥିଲେ। ସେ ୧୧୬ ବଲରେ ୧୧ ଚୌକା ଓ ୨ ଛକା ସହ ୧୦୦ ରନ୍ କରିଥିଲେ।

ଏହା ପରେ ଅଷ୍ଟ୍ରେଲିଆର ରନ୍ ଗତି ନିୟମିତ ଭାବେ ହ୍ରାସ ପାଇଥିଲା। ମଧ୍ୟକ୍ରମରେ ଗ୍ଲେନ୍ ମ୍ୟାକ୍ସୱେଲ୍ (୧୨) ଓ ମାର୍କସ୍ ଷ୍ଟୋଇନିସ୍ (୮) ନିରାଶ କରିଥିଲେ। ଷ୍ଟିଭ୍ ସ୍ମିଥ୍ ଭଲ ବ୍ୟାଟିଂ କରିଥିଲେ ହେଁ, ଠିକଣା ସମୟରେ ଭୁଲ୍ ଶଟ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ। ସେ ୩୮ (୩୪ ବଲ୍, ୫ ଚୌକା) ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ ଆର୍ଚରଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଶେଷଭାଗରେ ଆଲେକ୍ସ କ୍ୟାରି ଦ୍ରୁତ ରନ୍ କରି ଅଷ୍ଟ୍ରେଲିଆକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ସେ ୨୭ ବଲରେ ୫ ଚୌକା ସହ ଦ୍ରୁତ ୩୮ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଓକ୍ସ ୨ଟି, ଆର୍ଚର୍, ମାର୍କ ଉଡ୍, ଷ୍ଟୋକ୍ସ ଓ ଅଲୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story