ଭାରତକୁ ହରାଇ ତ୍ରିପାକ୍ଷିକ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ ମହିଳା ଟିମ

ମେଲବର୍ଣ୍ଣ: ଭାରତୀୟ ମହିଳା ଟିମ୍‌ର ଓପନର ସ୍ମୃତି ମନ୍ଧାନାଙ୍କ ୩୭ ବଲରେ ୬୬ ରନ୍‌ର ଇନିଂସ୍‌ ବେକାର ହୋଇଛି। କାରଣ ତ୍ରିପାକ୍ଷିକ ମହିଳା ଟି-୨୦ ସିରିଜ୍‌ର ଫାଇନାଲ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ମହିଳା ଟିମ ଭାରତକୁ ୧୧ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି। ଅଷ୍ଟ୍ରେଲୀୟ ସ୍ପିନର ଜେସ ଜୋନାସେନ ୫ଟି ୱିକେଟ ନେଇ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ୪ ଓଭରରେ ୧୨ ରନ୍ ଦେଇ ଏଭଳି ୫ଟି ୱିକେଟ […]

d

d

Hemant Lenka
  • Published: Wednesday, 12 February 2020
  • Updated: 12 February 2020, 05:15 PM IST

ମେଲବର୍ଣ୍ଣ: ଭାରତୀୟ ମହିଳା ଟିମ୍‌ର ଓପନର ସ୍ମୃତି ମନ୍ଧାନାଙ୍କ ୩୭ ବଲରେ ୬୬ ରନ୍‌ର ଇନିଂସ୍‌ ବେକାର ହୋଇଛି। କାରଣ ତ୍ରିପାକ୍ଷିକ ମହିଳା ଟି-୨୦ ସିରିଜ୍‌ର ଫାଇନାଲ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ମହିଳା ଟିମ ଭାରତକୁ ୧୧ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି।

ଅଷ୍ଟ୍ରେଲୀୟ ସ୍ପିନର ଜେସ ଜୋନାସେନ ୫ଟି ୱିକେଟ ନେଇ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ୪ ଓଭରରେ ୧୨ ରନ୍ ଦେଇ ଏଭଳି ୫ଟି ୱିକେଟ ଦଖଲ କରିବା ସହ ଟି-୨୦ ମହିଳା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରେକର୍ଡ କରିଛନ୍ତି। ଏହି ଫର୍ମାଟରେ ଜୋନାସେନ ତୃତୀୟ ଅଷ୍ଟ୍ରେଲିଆ ବୋଲର ଭାବେ ୫ଟି ୱିକେଟ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଅଷ୍ଟ୍ରେଲିଆ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୫୬ ରନ୍‌ର ଟାର୍ଗେଟ ରଖିଥିଲା। ତେବେ ଟିମ୍‌ ଇଣ୍ଡିଆ ୧୪୪ ରନ୍‌ କରି ଅଲଆଉଟ ହୋଇଯାଇଛି। ଟିମ୍‌ ଇଣ୍ଡିଆ ୧୫ ଓଭର ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୧୫ ରନ୍‌ କରିଥିଲା। ହେଲେ ନିମ୍ନ ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଅଷ୍ଟ୍ରେଲିଆ ମହିଳା ଟିମ୍‌କୁ ଏକ ଅପ୍ରତ୍ୟାଶିତ ବିଜୟ ଦେଇଛି।

ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୫ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ବେଥ ମୋନି ସର୍ବାଧିକ ୭୧ ରନ୍‌ର ଇନିଂସ୍‌ ଖେଳିଥିଲେ। ୧୯ ଓଭର ଶେଷ ବେଳକୁ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୧୩୬ ରନ କରିଥିଲା। ତେବେ ଶେଷ ଓଭରରେ ରାଜେଶ୍ୱରୀ ଗାଏକ୍ୱାଡ ୧୯ ରନ ବ୍ୟୟ କରିବାରୁ ଅଷ୍ଟ୍ରେଲିଆ ୧୫୫ ରନ କରିବାକୁ ସକ୍ଷମ ହୋଇଥିଲା।

ଏହି ଚ୍ୟାଲେଞ୍ଜିଂ ୧୫୬ ରନ୍‌ର ଟାର୍ଗେଟକୁ ଭାରତ ଜବରଦସ୍ତ ଆରମ୍ଭ କରିଥିଲା। ବିଶେଷ କରି ଓପନର ମନ୍ଧାନା ଆକର୍ଷଣୀୟ ଶଟ ମାନ ଖେଳିଥିଲେ। ମନ୍ଧାନା ୧୨ଟି ଚୌକା ସହାୟତାରେ ୬୬ ରନ କରିବା ପରେ ମ୍ୟାଚ୍‌ର ୧୫ତମ ଓଭରରେ ଆଉଟ ହୋଇଥିଲେ। ସେ ଆଉଟ ହେବା କ୍ଷଣି ଜଣଙ୍କ ପରେ ଜଣେ ଭାରତୀୟ ଖେଳାଳି ଆଉଟ ହେବାକୁ ଲାଗିଥିଲେ।

ମନ୍ଧାନାଙ୍କ ପରେ କ୍ରିଜ୍‌କୁ ଆସିଥିବା ଅଧିନାୟକ ହରମନପ୍ରୀତ କୌର ୧୬ତମ ଓଭରରେ ଆଉଟ ହେବା ପରେ ଭାରତର ଜିତିବା ଆଶା ସଂପୂର୍ଣ୍ଣ ମଉଳି ଯାଇଥିଲା। ଶେଷରେ ପୂରା ଟିମ୍‌ ୧୪୪ ରନ୍‌ରେ ଅଲଆଉଟ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos