ଅଧା ରହିଗଲା ବିଶ୍ୱକପ ଜିତିବା ସ୍ୱପ୍ନ, ଅଷ୍ଟ୍ରେଲିଆ ପୁଣି ଚାମ୍ପିୟନ

ମେଲବର୍ଣ୍ଣ: ଦିନିକିଆ ବିଶ୍ୱକପ ଭଳି ଟି-୨୦ ବିଶ୍ୱକପ ଫାଇନାଲରେ ବି ହାରିଛି ଭାରତୀୟ ମହିଳା ଦଳ। ଦିନିକିଆରେ ଇଂଲଣ୍ଡ ଠାରୁ ହାରିଥିବା ଭାରତ ଆଜି ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି। ପ୍ରଥମଥର ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଥିବା ହରମନପ୍ରୀତ କୌରଙ୍କ ଟିମ୍‌ ଇଣ୍ଡିଆ ଆଜି ଅଷ୍ଟ୍ରେଲିଆ ନିକଟରେ ପୂରା ଆତ୍ମସମର୍ପଣ କରିଦେଇଥିଲା। ଏପରି କି ଦଳ ୧୦୦ ରନ୍‌ ମଧ୍ୟ କରି ନ ପାରି ଲଜ୍ଜାଜନକ ପରାଜୟ ବରଣ କରିଛି। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ହୋଇଥିବା […]

dx

dx

Hemant Lenka
  • Published: Sunday, 08 March 2020
  • Updated: 08 March 2020, 03:49 PM IST

Sports

Latest News

ମେଲବର୍ଣ୍ଣ: ଦିନିକିଆ ବିଶ୍ୱକପ ଭଳି ଟି-୨୦ ବିଶ୍ୱକପ ଫାଇନାଲରେ ବି ହାରିଛି ଭାରତୀୟ ମହିଳା ଦଳ। ଦିନିକିଆରେ ଇଂଲଣ୍ଡ ଠାରୁ ହାରିଥିବା ଭାରତ ଆଜି ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି। ପ୍ରଥମଥର ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଥିବା ହରମନପ୍ରୀତ କୌରଙ୍କ ଟିମ୍‌ ଇଣ୍ଡିଆ ଆଜି ଅଷ୍ଟ୍ରେଲିଆ ନିକଟରେ ପୂରା ଆତ୍ମସମର୍ପଣ କରିଦେଇଥିଲା। ଏପରି କି ଦଳ ୧୦୦ ରନ୍‌ ମଧ୍ୟ କରି ନ ପାରି ଲଜ୍ଜାଜନକ ପରାଜୟ ବରଣ କରିଛି।

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ହୋଇଥିବା ବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ହରମନପ୍ରୀତଙ୍କ ୩୧ତମ ଜନ୍ମ ଦିନ ଥିଲା। ଏଥିପାଇଁ ଭାରତୀୟ କ୍ରିକେଟ ଫ୍ୟାନମାନେ ଟିମ୍‌ ଠାରୁ ବହୁତ କିଛି ଆଶା କରିଥିଲେ। ହେଲେ ଦଳ ମହିଳା ଦିବସରେ ମହିଳା ଟିମ୍‌ ସମସ୍ତଙ୍କୁ ନିରାଶ କରିଛନ୍ତି। ଅଷ୍ଟ୍ରେଲିଆ ଦେଇଥିବା ବିଶାଳ ୧୮୫ ରନ୍‌ ଟାର୍ଗେଟର ପିଛା କରୁଥିବା ଭାରତ ୧୯.୧ ଓଭରରେ ୯୯ ରନ୍‌ କରି ଅଲଆଉଟ ହୋଇଯାଇଛି।

ଅନ୍ୟପକ୍ଷରେ ମହିଳା ଟି-୨୦ ବିଶ୍ୱକପର ୭ଟି ସଂସ୍କରଣରୁ ମଧ୍ୟରୁ ୬ଥର ଫାଇନାଲ ଖେଳୁଥିବା ଅଷ୍ଟ୍ରେଲିଆ ୫ମଥର ପାଇଁ ଚାମ୍ପିୟନ ହେବାର ରେକର୍ଡ କରିଛି।

ଅଷ୍ଟ୍ରେଲିଆର ଦୁଇ ଓପନର ବେଥ ମୁନୀ ଓ ଅଲିସା ହିଲୀ ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କୁ ଆକ୍ରମଣ କରିଥିଲେ। ବିଶେଷ କରି ହିଲୀ ବଡ଼ ବଡ଼ ଶଟ ଖେଳି ଭାରତୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ମୁନୀ ଆରମ୍ଭରୁ ଶେଷ ଯାଏ ଅପରାଜିତ ରହି ୭୮ ରନ୍‌ କରିଥିବା ବେଳେ ହିଲୀ ୫ଟି ବିଶାଳ ଛକା ସହାୟତାରେ ୭୫ ରନ୍‌ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୧୮୪ ରନ୍‌ କରିଥିଲା।

ଏହାର ଜବାବରରେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ଦଳକୁ ଦ୍ରୁତ ଆରମ୍ଭ ଦେଉଥିବା ଶେଫାଳି ବର୍ମା ପ୍ରଥମ ଓଭରରେ ୨ ରନ୍‌ କରି ମେଗନା ସ୍କୁଟଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଖାତା ଖୋଲିବା ପୂର୍ବରୁ ଜେମିମା ରୋଡ୍ରିଗ୍ସ ସ୍ପିନର ଜେସ ଜୋନାସେନଙ୍କ ବଲରେ ଆଉଟ ହୋଇଥିଲେ।

ସ୍ମୃତି ମନ୍ଧାନା ୮ ବଲରେ ୧୧ ରନ୍‌ କରିଥିବା ବେଳେ ସୋଫିଆ ମୋଲିନେକ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ପୂରା ଟୁର୍ଣ୍ଣାମେଣ୍ଟ ଭଳି ଅଧିନାୟକ ହରମନପ୍ରୀତ କୌର ଆଜି ବି ବେଶୀ କିଛି କରି ପାରି ନଥିଲେ। ସେ ୪ ରନ୍‌ କରି ଜୋନାସେନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

କୌର ଆଉଟ ହେବା ବେଳେ ଦଳୀୟ ସ୍କୋର ୩୦ ଥିଲା। ଦଳ ୩୦ ରନ୍‌ରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ଭେଦା କ୍ରିଷ୍ଣମୂର୍ତ୍ତି ଓ ଦୀପ୍ତି ଶର୍ମାଙ୍କ ଉପରେ ପୂରା ଟିମ ନିର୍ଭର କରିଥିଲା। ଉଭୟ ଦଳୀୟ ସ୍କୋରକୁ ୫୮ରେ ପହଞ୍ଚାଥିଲେ।

ରନ୍‌ ରେଟ୍‌ର ଚାପ ବଢ଼ିବାରୁ ଭେଦା ବଡ଼ ଶଟ ଖେଳିବା ଲୋଭରେ ଡେଲିସାଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେ ମାତ୍ର ୧୯ ରନ୍‌ କରିଥିଲେ। ତାନିୟ ଭାଟ୍ଟିଆ ଆହତ ହେବାରୁ ତାଙ୍କ ସ୍ଥାନରେ ନୂଆ ନିୟମ ଅନୁଯାୟୀ ରିଚା ଘୋଷ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ସେ ବି ନିରାଶ କରି ୧୮ ରନ୍‌ କରିଥିଲେ।

ଦୀପ୍ତି ଶର୍ମା ୩୩ ରନ୍‌ କରିଥିବା ବେଳେ ନିକୋଲା କ୍ୟାରୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏଥିସହ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ବି ଚୂରମାର ହୋଇଯାଇଥିଲା।

ଶିକ୍ଷା ପାଣ୍ଡେ(୨) ଓ ରାଧା ଯାଦବ(୧)ଙ୍କୁ ଯଥାକ୍ରମେ ମେଗନା ସ୍କୁଟ ଏବଂ ଜୋନାସେନ ଆଉଟ କରିଥିଲେ। ଶେଷରେ ପୁନମ ଯାଦବଙ୍କୁ ଗ୍ରାଡେନରଙ୍କ ହାତରେ ସ୍କୁଟ ଆଉଟ କରି ଭାରତୀୟ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ପୂରା ଟିମ୍‌ ୯୯ ରନ୍‌ରେ ଅଲଆଉଟ ହୋଇଯାଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ମେଗନା ସ୍କୁଟ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଜୋନାସେନ ୩ଟି ଓ ମୋଲିନେକ୍ସ, ଡେଲିସା ଏବଂ କ୍ୟାରୀ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story