ୱାର୍ଣ୍ଣରଙ୍କ ଶତକ, ବଡ଼ ସ୍କୋର ଅଭିମୁଖେ ଅଷ୍ଟ୍ରେଲିଆ

ଟଣ୍ଟନ: ଅଷ୍ଟ୍ରେଲିଆ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ନିଜର ଦମଦାର ଫର୍ମ ଜାରି ଏଠାରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ଶତକ ହାସଲ କରିଛନ୍ତି। ୱାର୍ଣ୍ଣର ୧୦୨ ବଲରେ କ୍ୟାରିୟରର ୧୫ତମ ଶତକ ମାରିଛନ୍ତି। ଚଳିତ ବିଶ୍ୱକପର ପ୍ରଥମ ତିନୋଟି ମ୍ୟାଚରେ ଧିମା ବ୍ୟାଟିଂ କରିଥିବା ୱାର୍ଣ୍ଣର ଏଠାରେ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ୫୧ ବଲରେ ଅର୍ଦ୍ଧଶତକ ମାରିବା ପରେ ସର୍ତକାତର ସହ ଖେଳିଥିଲେ। ତାଙ୍କୁ ଅନ୍ୟତମ ଓପ୍ନର ଆରୋନ୍ ଫିଞ୍ଚ୍ ଭଲ ସହଯୋଗ […]

WARNER

WARNER

Hemant Lenka
  • Published: Wednesday, 12 June 2019
  • Updated: 12 June 2019, 05:51 PM IST

Sports

Latest News

ଟଣ୍ଟନ: ଅଷ୍ଟ୍ରେଲିଆ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ନିଜର ଦମଦାର ଫର୍ମ ଜାରି ଏଠାରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ଶତକ ହାସଲ କରିଛନ୍ତି। ୱାର୍ଣ୍ଣର ୧୦୨ ବଲରେ କ୍ୟାରିୟରର ୧୫ତମ ଶତକ ମାରିଛନ୍ତି।

ଚଳିତ ବିଶ୍ୱକପର ପ୍ରଥମ ତିନୋଟି ମ୍ୟାଚରେ ଧିମା ବ୍ୟାଟିଂ କରିଥିବା ୱାର୍ଣ୍ଣର ଏଠାରେ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ୫୧ ବଲରେ ଅର୍ଦ୍ଧଶତକ ମାରିବା ପରେ ସର୍ତକାତର ସହ ଖେଳିଥିଲେ। ତାଙ୍କୁ ଅନ୍ୟତମ ଓପ୍ନର ଆରୋନ୍ ଫିଞ୍ଚ୍ ଭଲ ସହଯୋଗ କରିଥିଲେ।

ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୪୬ ରନ୍ ଯୋଡ଼ିଥିଲେ। ଫିଞ୍ଚ୍ ୮୨ (୮୪ ବଲ୍, ୬ ଚୌକା, ୪ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଷ୍ଟିଭ୍ ସ୍ମିଥ୍ (୧୦) ଓ ଗ୍ଲେନ୍ ମ୍ୟାକ୍ସୱେଲ୍ (୨୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ୱାର୍ଣ୍ଣର ମଧ୍ୟ ଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଶାହିନ୍ ଆଫ୍ରିଦି ଆଉଟ୍ କରିଥିଲେ।

ୱାର୍ଣ୍ଣର୍ ୧୧୧ ବଲରେ ୧୧ ଚୌକା ଓ ୧ ଛକା ସହ ୧୦୭ ରନ୍ କରିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଅଷ୍ଟ୍ରେଲିଆ ୩୮ ଓଭରରେ ୪ ୱିକେଟ୍ ହରାଇ ୨୪୩ ରନ୍ କରିଛି। ଶନ୍ ମାର୍ଶ ୭ ରନରେ ବ୍ୟାଟିଂ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos