ଲଗାତର ହାରିବା ପରେ ଅଷ୍ଟ୍ରେଲିଆ ଦଳ ହତାଶ: ସ୍ମିଥ୍ କହିଲେ ଭାରତ ଭଳି ଟିମ୍ ବିପକ୍ଷରେ ଭୁଲ ସୁଧାରିବାକୁ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ବିପକ୍ଷରେ ଲଗାତର ୨ଟି ମ୍ୟାଚ୍‌ ହାରିବା ପରେ ଅଷ୍ଟ୍ରେଲିଆ ଦଳ ହତାଶ ହୋଇପଡିଛି। ୫ଟିକିଆ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ଲାଭ କରିବା ପରେ ଅଷ୍ଟ୍ରେଲିଆ ଦଳର ଖରାପ ପ୍ରଦର୍ଶନ ଏହାର କାରଣ ବୋଲି ଅଧିନାୟକ ସ୍ମିଥ୍‌ କହିଛନ୍ତି। ଭାରତ ଭଳି ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିଆ ଦଳ ଏମିତ ଭୁଲ କରିବା କଥା ନୁହେଁ। କିନ୍ତୁ ଗତ ଦୁଇଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ଯେଉଁଭଳି ପ୍ରଦର୍ଶନ କରିଛି ଏନେଇ ଅଧିନାୟକ  ସ୍ମିଥ୍‌ ନିଜ ଦଳର ଖେଳାଳିଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ ବ୍ୟାକ୍ତ କରିଛନ୍ତି। ସ୍ମିଥ କହିଛନ୍ତି ଭାରତ ବିପକ୍ଷରେ ଦଳ ନୂତନ ରଣକୌଶଳ ସହ ପଡିଆକୁ ଓହ୍ଲାଉଛି କିନ୍ତୁ ବରାମ୍ବାର ଦଳର ଖରାପ ପ୍ରଦର୍ଶନ ପରାଜୟର କାରଣ ପାଲଟିଛି। ଏହାକୁ ଏବେ ପରିବର୍ତ୍ତନ କରିବାକୁ ପଡିବ। ସେ କହିଛନ୍ତି ମ୍ୟାଚ୍‌ ଜିତିବାକୁ ହେଲେ ଚାପରେ ଭଲ ଖେଳିବାକୁ ହେବ। ଆଗାମୀ ମ୍ୟାଚ୍‌ରେ ଦଳ ଭଲ ପ୍ରଦର୍ଶନ କରି ଜିତିବ ବୋଲି ସ୍ମିଥ୍‌ ଆଶାବାଦୀ ଅଛନ୍ତି।

ଆହୁରି ପଢ଼ନ୍ତୁ

ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା