ଟି-ଟ୍ୱେଣ୍ଟି ସିରିଜ୍ : ଅଷ୍ଟ୍ରେଲିଆକୁ ୩୭ ରନରେ ହରାଇଲା ଭାରତ

ଆଡିଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ୪-୧ରେ ଲଜ୍ୟାଜନକ ଭାବେ ପରାଜିତ ହୋଇଥିବା ଭାରତୀୟ ଦଳ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଜିତିବା ସମ୍ଭାବନା ସୃଷ୍ଟି ହୋଇଛି। କାରଣ ସିରିଜର ପ୍ରଥମ ମ୍ୟାଚରେ ଭାରତ ୩୭ ରନରେ ଅଷ୍ଟ୍ରେଲିଆକୁ ପରାଜିତ କରିଛି। ଏହା ସହିତ ଦଳ ସିରିଜରେ  ୧-୦ରେ ଆଗୁଆ ହୋଇଛି।

ଆଜି ଆଡିଲେଡରେ ଖେଳାଯାଇଥିବା  ଏହି ମ୍ୟାଚରେ ଭାରତ ୩ ୱିକେଟ ହରାଇ ୧୮୮ରନ କରିଥିଲା। ୧୮୯ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୫୧ ରନ୍ କରିଥିଲା।  ୫୫ଟି ବଲରୁ ଅପରାଜିତ ୯୦ ରନ ସଂଗ୍ରହ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ନିଭାଇ ଥିବା ବିରାଟ କୋହଲିଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍  ପ୍ରଦାନ କରାଯାଇଛି।

ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରରଣ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୮୮ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି ଅପରାଜିତ ରହି ସର୍ବାଧିକ ୯୦ ରନ୍ କରିଥିବା ବେଳେ ସୁରେଶ ରାଇନା ୪୧ରନ୍ (୩୪ ବଲ୍), ରୋହିତ ଶର୍ମା ୩୧(୨୦ ବଲ୍) ଓ ଶିଖର ଧାୱନ ୮ଟି ବଲରୁ ୫ ରନ୍ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୩ଟି ବଲରୁ ୧୧ ରନ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ସେନ୍ ୱାଟସନ୍ ୨ଟି ୱିକେଟ୍ ଓ ଜେମ୍ସ ଫକନର ଗୋଟିଏ ୱିକେଟ୍ ନେଇଥିଲେ।

୧୮୯ରନରେ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଘରୋଇ ଦଳ  ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଅଳ୍ପ ଅଳ୍ପ ରନ୍ ବ୍ୟବଧାନରେ ୱିକେଟ୍ ହରାଇଥିଲେ। ପୂରା ଟିମ୍ ୧୯.୩ ଓଭରରେ ୧୫୧ ରନ୍ କରି ଆଉଟ୍ ହୋଇଯାଇଥିଲା। ଦଳ  ପକ୍ଷରୁ ଆରନ୍ ଫିଞ୍ଚ ସର୍ବାଧିକ ୪୪ ରନ୍ କରିଥିବା ବେଳେ  ଷ୍ଟିଭ ସ୍ମିଥ୍ ୨୧,  ଡାଭିଡ୍ ୱାର୍ଣ୍ଣର ୧୭, କ୍ରିସ୍ ଲିନ୍ ୧୭, ସେନ୍ ୱାଟସନ୍ ୧୨, ଜେମ୍ସ ଫକନର ୧୦ ଓ  କେନ୍ ରିଚାଡସନ୍ ୯ ରନ୍ କରିଥିଲେ।

ଭାରତ ପକ୍ଷରୁ ଜସପ୍ରିତ୍ ବୁମରା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଅଶ୍ୱିନ, ଜାଡେଜା, ହାର୍ଦ୍ଦିକ ପାଣ୍ଡେ ୨ଟି ଲେଖାଏଁ ୱିକେଟ ନେଇଥିଲେ। ନେହେରା ଗୋଟିଏ ୱିକେଟ୍ ପାଇଥିଲେ।

ଆହୁରି ପଢ଼ନ୍ତୁ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶେୟାର କଲେ ପୁଅର ଫଟୋ

ବ୍ରଡଙ୍କୁ ୧୦ ୱିକେଟ: ଇଂଲଣ୍ଡ ଜିତିଲା ଐତିହାସିକ ଟେଷ୍ଟ ସିରିଜ୍‌

ସିରିଜ୍‌ କବଜା ଲକ୍ଷ୍ୟରେ ଇଂଲଣ୍ଡ: ଟାର୍ଗେଟ ୩୯୯, ୱେଷ୍ଟଇଣ୍ଡିଜ୍‌ ୧୦/୨

ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡ ପାଇଁ ଲଢ଼ିଲେ ପୋପ୍‌ ଓ ବଟଲର

କରୋନା ମଧ୍ୟରେ ଜମିବ ଆଇପିଏଲ

ସେପ୍ଟେମ୍ବର ୧୯ରୁ ଆଇପିଏଲ! ଜାଣନ୍ତୁ କେଉଁଠି ହେବ ଓ କେବେ ସରିବ

କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ ମହମ୍ମଦ କୈଫ୍

୨ ସପ୍ତାହ କ୍ୱାରେଣ୍ଟାଇନରେ ରହିବେ ଟିମ ଇଣ୍ଡିଆର ସଦସ୍ୟ

ଆଇପିଏଲ ପାଇଁ ସରକାରଙ୍କ ଅନୁମତି ମାଗିବ ବିସିସିଆଇ, ୭ରୁ ୧୦ ଦିନରେ ମ୍ୟାଚ୍‌ସୂଚୀ!