ଅଷ୍ଟ୍ରେଲିଆକୁ ଭଲ ଆରମ୍ଭ ଦେଲେ ୱାର୍ଣ୍ଣର ଓ ଫିଞ୍ଚ୍

ଟଣ୍ଟନ: ଆଇସିସି ବିଶ୍ୱକପରେ ଟଣ୍ଟନ କାଉଣ୍ଟି ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୪ ଓଭରରେ ବିନା ୱିକେଟ୍ ହରାଇ ୮୩ ରନ୍ କରିଛି। ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଆରୋନ୍ ଫିଞ୍ଚ୍ ୩୭ ଓ ଡେଭିଡ୍ ୱାର୍ଣ୍ଣର ୩୮ ରନ୍ କରି ଅପରାଜିତ ଅଛନ୍ତି। ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ […]

aus

aus

Hemant Lenka
  • Published: Wednesday, 12 June 2019
  • Updated: 12 June 2019, 04:00 PM IST

Sports

Latest News

ଟଣ୍ଟନ: ଆଇସିସି ବିଶ୍ୱକପରେ ଟଣ୍ଟନ କାଉଣ୍ଟି ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୪ ଓଭରରେ ବିନା ୱିକେଟ୍ ହରାଇ ୮୩ ରନ୍ କରିଛି। ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଆରୋନ୍ ଫିଞ୍ଚ୍ ୩୭ ଓ ଡେଭିଡ୍ ୱାର୍ଣ୍ଣର ୩୮ ରନ୍ କରି ଅପରାଜିତ ଅଛନ୍ତି।

ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ତା'ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଶଦାବ ଖାନଙ୍କ ସ୍ଥାନରେ ଶାହିନ୍ ଆଫ୍ରିଦିଙ୍କୁ ସୁଯୋଗ ମିଳିଛି। ବର୍ଷା ଯୋଗୁ ଶ୍ରୀଲଙ୍କା ବିପକ୍ଷ ପାକିସ୍ତାନର ପୂର୍ବ ମ୍ୟାଚ୍ ବାତିଲ ହୋଇଥିଲା। ଅଷ୍ଟ୍ରେଲିଆର ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍ ଆହତ ଯୋଗୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଶନ ମାର୍ଶ ଏବଂ ଆଡାମ ଜାମ୍ପାଙ୍କ ବଦଳରେ କେନ୍ ରିଚାର୍ଡସନ୍ ଖେଳୁଛନ୍ତି।

ବିଶ୍ୱକପରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୯ ମୁକାବିଲା ଖେଳାଯାଇଛି, ଯେଉଁଥିରେ ଅଷ୍ଟ୍ରେଲିଆ ୫ ଏବଂ ପାକିସ୍ତାନ ୪ ମ୍ୟାଚ୍ ଜିତିଛି। ଚଳିତ ବିଶ୍ୱକପରେ ପାକିସ୍ତାନ ତା'ର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜଠାରୁ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡକୁ ହରାଇଥିଲା। ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜକୁ ହରାଇଥିବା ବେଳେ ତୃତୀୟ ମ୍ୟାଚରେ ଭାରତଠାରୁ ପରାସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos