ସଙ୍କଟରେ ପାକିସ୍ତାନ, ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ବ୍ରିସବେନ୍‌: ଉଭୟ ବ୍ୟାଟିଂ ଓ ବୋଲିଂରେ ଆଧିପତ୍ୟ ବିସ୍ଥାର କରିଥିବା ଅଷ୍ଟ୍ରେଲିଆ ଏବେ ପାକିସ୍ତାନକୁ ପରାଜୟର ସଙ୍କଟ ମଧ୍ୟକୁ ଠେଲି ଦେଇଛି। ପାକିସ୍ତାନ ପ୍ରଥମ ଇନିଂସ୍‌ରେ ୨୪୦ ରନ୍‌ କରି ଅଲଆଉଟ୍‌ ହେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂରେ ନିଜର ଯାଦୁ ଦେଖାଇଥିଲା। ଓପନର ଡାଭିଡ୍‌ ୱାର୍ଣ୍ଣର ଓ ମାର୍ନସ ଲାବୁସେନଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ୫୮୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ଦଳ ପ୍ରଥମ ଇନିଂସ୍‌ରେ ବିଶାଳ ୩୪୦ର ଅଗ୍ରଣୀ ହାସଲ […]

xcx

xcx

Hemant Lenka
  • Published: Saturday, 23 November 2019
  • Updated: 23 November 2019, 05:01 PM IST

Sports

Latest News

ବ୍ରିସବେନ୍‌: ଉଭୟ ବ୍ୟାଟିଂ ଓ ବୋଲିଂରେ ଆଧିପତ୍ୟ ବିସ୍ଥାର କରିଥିବା ଅଷ୍ଟ୍ରେଲିଆ ଏବେ ପାକିସ୍ତାନକୁ ପରାଜୟର ସଙ୍କଟ ମଧ୍ୟକୁ ଠେଲି ଦେଇଛି। ପାକିସ୍ତାନ ପ୍ରଥମ ଇନିଂସ୍‌ରେ ୨୪୦ ରନ୍‌ କରି ଅଲଆଉଟ୍‌ ହେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂରେ ନିଜର ଯାଦୁ ଦେଖାଇଥିଲା। ଓପନର ଡାଭିଡ୍‌ ୱାର୍ଣ୍ଣର ଓ ମାର୍ନସ ଲାବୁସେନଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ୫୮୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି।

ଫଳରେ ଦଳ ପ୍ରଥମ ଇନିଂସ୍‌ରେ ବିଶାଳ ୩୪୦ର ଅଗ୍ରଣୀ ହାସଲ କରିବାକୁ ସକ୍ଷମ ହୋଇଛି। ଏହାର ଜବାବରେ ପାକିସ୍ତାନ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ପାକିସ୍ତାନ ୩ ୱିକେଟ୍‌ ହରାଇ ମାତ୍ର ୬୪ ରନ୍‌ କରିଛି। ହାତରେ ଆଉ ମାତ୍ର ୭ଟି ୱିକେଟ ଥିବା ବେଳେ ଏବେ ବି ପାକିସ୍ତାନ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୨୭୬ ରନ୍‌ ପଛରେ ରହିଛି। ତେଣୁ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ଏବେ ପ୍ରଥମ ଟେଷ୍ଟ ରହିଛି।

ଗତକାଲିର ସ୍କୋର ୩୧୨/୧ରୁ ଆଜି ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରିଥିଲା। ଶୁକ୍ରବାର ୧୫୧ ରନ୍‌ କରି ଅପରାଜିତ ଥିବା ୱାର୍ଣ୍ଣର ଆଜି ଆଉ ମାତ୍ର ୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଷ୍ଟିଭ ସ୍ମିଥ(୪) ମଧ୍ୟ ନିରାଶ କରିଥିଲେ। ହେଲେ ମାଥ୍ୟୁ ୱାଡେ(୬୦)ଙ୍କ ସହ ମିଶି ଲାବୁସେନ ପ୍ରଥମେ ନିଜର ଶତକ ହାସଲ କରିଥିଲେ। ଏହାପରେ ସେ ଦ୍ରୁତ ଗତିରେ ଅଷ୍ଟ୍ରେଲିଆର ସ୍କୋରକୁ ଆଗକୁ ନେଇଥିଲେ।

ୱାଡେଙ୍କ ପରେ ଟ୍ରାଭିସ ହେଡ୍‌(୨୪) ଓ ଟିମ ପେନ୍‌(୧୭)ଙ୍କ ସହ ମିଶି ଲାବୁସେନ ଅଷ୍ଟ୍ରେଲିଆର ସ୍କୋରକୁ ୫୪୬ରେ ପହଞ୍ଚାଇଥିଲେ। ତେବେ ବ୍ୟକ୍ତିଗତ ୧୮୫ ରନ୍‌ କରିଥିବା ଲାଗୁସେନଙ୍କୁ ଶାହୀନ ଆଫ୍ରିଦ ଆଉଟ କରି ବଡ଼ ଝଟକା ଦେଇଥିଲେ। ଲାବୁସେନ ଆଉଟ୍‌ ହେବା ପରେ ଅଷ୍ଟ୍ରେଲିଆ ୫୮୦ ରନ୍‌ରେ ଅଟକି ଯାଇଥିଲା।

ପାକିସ୍ତାନ ପକ୍ଷରୁ ସ୍ପିନର ୟାସିର ଶାହ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ହ୍ୟାରିସ ସୋହାଲି ଓ ଶାହୀନ ଆଫ୍ରିଦ ୨ଟି ଲେଖାଲ ୱିକେଟ ନେଇଛନ୍ତି। ସେହିପରି ଇମ୍ରାନ ଖାନ୍‌ ଜୁନିୟର ଓ ନସୀମ ଶାହ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

ପ୍ରଥମ ଇନିଂସ୍‌ରେ ୩୪୦ ପଛରେ ଥିବା ପାକିସ୍ତାନ ଦ୍ୱିତୀୟ ଇନିଂସ୍‌ ଆରମ୍ଭରୁ ଅଧିନାୟକ ଆଝାର ଅଲୀ(୫)ଙ୍କୁ ହରାଇଥିଲା। ଏହାପରେ ହ୍ୟାରସ ସୋହାଲି(୮) ପୁଣିଥରେ ମିଚେଲ ଷ୍ଟାର୍କଙ୍କ ବଲରେ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା। ଅସଦ ଶାଫିକ ଖାତା ଖୋଲିବା ପୂର୍ବରୁ ପ୍ୟାଟ କମିନ୍ସଙ୍କ ବଲରେ ଆଉଟ୍‌ ହୋଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ତେବେ ଅନ୍ୟତମ ଓପନର ଶାନ ମସୁଦ(୨୭) ଓ ବାବର ଆଜମ(୨୦) ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ପର୍ଯ୍ୟନ୍ତ ପାକିସ୍ତାନକୁ ଆଉ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୨ଟି ଓ କମିନ୍ସ ଗୋଟିଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos