ଅଷ୍ଟ୍ରେଲିଆଠାରୁ ପୁଣି ହାରିଲା ଭାରତ

rohit-sharma
‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ରୋହିତ ଶର୍ମା

ବ୍ରିସବେନ୍: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳ ଦ୍ୱିତୀୟ ଦିନିକିଆ ବି ହାରି ଯାଇଛି। ପ୍ରଥମ ମ୍ୟାଚରେ ଘରୋଇ ଦଳଠାରୁ ହାରି ଥିବା ଧୋନୀ ବାହିନୀ ଆଜି ୮ ୱିକେଟ୍ ହରାଇ ୩୦୮ ରନ୍ କରିଥିଲା। ତେବେ ଅଷ୍ଟ୍ରେଲିଆ ୪୯ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହି ମ୍ୟାଚରେ ବି ଶତକୀୟ ପାଳି ଖେଳିଥିବା ରୋହିତ ଶର୍ମାଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପ୍ରଦାନ କରାଯାଇଛି। ସେ ୧୨୪ ରନ୍ କରିଥିଲେ।

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୧୨୪ ରନ୍ କରିଥିଲେ। ସେ ୧୨୭ଟି ବଲରୁ ୧୧ଟି ଚୌକା ଓ ୩ଟି ଛକା ସହିତ ୧୨୪ ରନ୍ କରିଥିଲେ। ସେ ଜେମ୍ସ ଫକନରଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ। ଶିଖର ଧାୱନ ଫେଲ୍ ମାରି ଥିଲେ। ସେ ମାତ୍ର ୬ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ବିରାଟ କୋହଲି ୫୯ ରନ୍, ଆଜିଙ୍କ୍ୟ ରାହାଣେ ୮୯, ଧୋନୀ ୧୧, ମନୀଷ ପାଣ୍ଡେ ୬, ରବୀନ୍ଦ୍ର ଜାଡେଜା ୫ ଓ ରବିଚନ୍ଦ୍ରନ ଅଶ୍ୱିନୀ ୧ ରନ୍ କରିଥିଲେ। ଦଳ ୭ ୱିକେଟ୍ ହରାଇ ୩୦୮ ରନ୍ ସଂଗ୍ରହ କରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଜେମ୍ସ ଫକନର୍ ୨ଟି ୱିକେଟ୍ ନେଇଥିବା ବେଳେ ସ୍କଟ ବୋଲାଣ୍ଡ, ଜନ୍ ହାଷ୍ଟିଂ ଓ ଜୋଏଲ ପାରିସ୍ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି।

ଅଷ୍ଟ୍ରେଲିଆକୁ ୩୦୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ। ଘରୋଇ ଦଳ ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଆରୋନ୍ ଫିଞ୍ଚ ଓ ଶନ୍ ମାର୍ଶ ୭୧ ରନ୍ ଲେଖାଏଁ କରି ଥିଲେ। ଷ୍ଟିଭ୍ ସ୍ମିଥ୍ ୪୬ ରନ୍ କରିଥିବା ବେଳେ ଜର୍ଜ ବେଲି ଓ ଗ୍ଲେନ୍ ମାକ୍ସୱେଲ୍ ଅପରାଜିତ ରହି ଯଥାକ୍ରମେ ୭୬ ଓ ୨୬ ରନ୍ କରି ଥିଲେ। ଭାରତୀୟ ବୋଲରମାନେ ୱିକେଟ୍ ନେବାରେ ବିଫଳ ହୋଇଥିଲେ। ଇଶାନ୍ତ ଶର୍ମା ୧୦ ଓଭରରେ ୬୦ ରନ୍ ଦେଇ ଗୋଟିଏ ୱିକେଟ୍ ନେଇ ଥିଲେ। ସେହିଭଳି ଉମେଶ ଯାଦବ ୧୦ ଓଭରରେ ୭୪ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୯ ଓଭରରେ ୫୦ ରନ୍ ବିନିମୟରେ ଗୋଟିଏ ୱିକେଟ୍ ଅକ୍ତିଆର କରିବାକୁ ସକ୍ଷମ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଓ ବରିନ୍ଦର ସ୍ରାନଙ୍କୁ ଆଜି ସଫଳତା ମିଳି ନ ଥିଲା। ଅଶ୍ୱିନ ୧୦ ଓଭରରେ ୬୦ ରନ୍ ଦେଇ ଥିବା ବେଳେ ସ୍ରାନ ୯ ଓଭରରେ ୫୧ ରନ୍ ଦେଇ ଥିଲେ।

ଜାନୁଆରୀ ୧୭ ତାରିଖରେ ଏହି ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ମେଲବୋର୍ଣ୍ଣରେ ଖେଳା ଯିବ। ଭାରତୀୟ ସମୟ ସକାଳ ୮ଟା ୫୦ରେ ଏହି ମ୍ୟାଚ୍ ଖେଳା ଯିବ।

ଆହୁରି ପଢ଼ନ୍ତୁ

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶେୟାର କଲେ ପୁଅର ଫଟୋ

ବ୍ରଡଙ୍କୁ ୧୦ ୱିକେଟ: ଇଂଲଣ୍ଡ ଜିତିଲା ଐତିହାସିକ ଟେଷ୍ଟ ସିରିଜ୍‌

ସିରିଜ୍‌ କବଜା ଲକ୍ଷ୍ୟରେ ଇଂଲଣ୍ଡ: ଟାର୍ଗେଟ ୩୯୯, ୱେଷ୍ଟଇଣ୍ଡିଜ୍‌ ୧୦/୨

ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡ ପାଇଁ ଲଢ଼ିଲେ ପୋପ୍‌ ଓ ବଟଲର

କରୋନା ମଧ୍ୟରେ ଜମିବ ଆଇପିଏଲ

ସେପ୍ଟେମ୍ବର ୧୯ରୁ ଆଇପିଏଲ! ଜାଣନ୍ତୁ କେଉଁଠି ହେବ ଓ କେବେ ସରିବ

କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ ମହମ୍ମଦ କୈଫ୍

୨ ସପ୍ତାହ କ୍ୱାରେଣ୍ଟାଇନରେ ରହିବେ ଟିମ ଇଣ୍ଡିଆର ସଦସ୍ୟ

ଆଇପିଏଲ ପାଇଁ ସରକାରଙ୍କ ଅନୁମତି ମାଗିବ ବିସିସିଆଇ, ୭ରୁ ୧୦ ଦିନରେ ମ୍ୟାଚ୍‌ସୂଚୀ!

ସ୍ଥଗିତ ରହିଲା ଟି-୨୦ ବିଶ୍ୱକପ୍