ୱେଷ୍ଟଇଣ୍ଡିଜ୍ ପରାସ୍ତ, ଅଷ୍ଟ୍ରେଲିଆର ଦ୍ୱିତୀୟ ବିଜୟ

ନଟ୍ଟିଂହାମ୍: ଚଳିତ ବିଶ୍ୱକପର ଗୁରୁବାର ଖେଳାଯାଇଥିବା ଦଶମ ମ୍ୟାଚରେ ଅଷ୍ଟ୍ରେଲିଆ ୧୫ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନେଥନ କୁଲ୍ଟର-ନାଇଲ୍ ଓ ଷ୍ଟିଭ୍ ସ୍ମିଥଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ୪୯ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୮ ରନ୍ କରିଥିଲା। ଏକ ସମୟରେ ଅଷ୍ଟ୍ରେଲିଆ ଟିମ୍ ୭୯ ରନରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ସ୍ମିଥ୍, ଆଲେକ୍ସ କ୍ୟାରି ଓ କୁଲ୍ଟର-ନାଇଲ୍ ଦମଦାର ବ୍ୟାଟିଂ […]

aus

aus

Hemant Lenka
  • Published: Thursday, 06 June 2019
  • Updated: 06 June 2019, 11:06 PM IST

ନଟ୍ଟିଂହାମ୍: ଚଳିତ ବିଶ୍ୱକପର ଗୁରୁବାର ଖେଳାଯାଇଥିବା ଦଶମ ମ୍ୟାଚରେ ଅଷ୍ଟ୍ରେଲିଆ ୧୫ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନେଥନ କୁଲ୍ଟର-ନାଇଲ୍ ଓ ଷ୍ଟିଭ୍ ସ୍ମିଥଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ୪୯ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୮ ରନ୍ କରିଥିଲା।

ଏକ ସମୟରେ ଅଷ୍ଟ୍ରେଲିଆ ଟିମ୍ ୭୯ ରନରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ସ୍ମିଥ୍, ଆଲେକ୍ସ କ୍ୟାରି ଓ କୁଲ୍ଟର-ନାଇଲ୍ ଦମଦାର ବ୍ୟାଟିଂ କରି ନିଜ ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। କୁଲ୍ଟର-ନାଇଲ୍ ସର୍ବାଧିକ ୯୨ (୬୦ ବଲ୍, ୮ ଚୌକା, ୪ ଛକା) ଓ ସ୍ମିଥ୍ ୭୩ (୧୦୩ ବଲ୍, ୭ ଚୌକା) ରନ୍ କରିଛନ୍ତି। ଜବାବରେ ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ୱେଷ୍ଟଇଣ୍ଡିଜ୍ ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୩ ରନ୍ କରିବାକୁ ସକ୍ଷମ ହୋଇଛି।

ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର କ୍ରିସ୍ ଗେଲ୍ (୨୧) ଏକାଧିକ ଜୀବନଦାନ ପାଇଥିଲେ ହେଁ, ଏହାର ଫାଇଦା ଉଠାଇପାରି ନଥିଲେ। ତାଙ୍କ ପାର୍ଟନର ଏଭିନ୍ ଲୁଇସ୍ (୧) ମଧ୍ୟ ନିରାଶ କରିଥିଲେ। ତେବେ ଦଳର ମିଡଲ୍ ଅର୍ଡର ଲଢ଼ୁଆ ବ୍ୟାଟିଂ କରି ଟିମକୁ ବିଜୟୀ ନିକଟତର କରାଇଥିଲେ। ମଧ୍ୟକ୍ରମରେ ଶାଇ ହୋପ୍ ୬୮ (୧୦୫ ବଲ୍, ୭ ଚୌକା), ନିକୋଲାସ ପୂରାନ୍ ୪୦ (୩୬ ବଲ୍, ୫ ଚୌକା, ୧ ଛକା), ଶିମରନ୍ ହେଟମେୟର ୨୧ ରନର ଉପଯୋଗୀ ଯୋଗଦାନ କରିଥିଲେ।

ଶେଷ ଭାଗରେ ଅଧିନାୟକ ଜେସନ୍ ହୋଲ୍ଡର ଲଢ଼ୁଆ ବ୍ୟାଟିଂ କରି ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେଇଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ୧୧ ବଲରେ ୨ ଚୌକା ଓ ୧ ଛକା ସହ ୧୫ ରନ୍ କରି ଷ୍ଟାର୍କଙ୍କ ଶିକାର ହୋଇଥିଲେ। କାର୍ଲସ ବ୍ରାଥୱେଟ୍ (୧୬) ନିରାଶ କରିଥିବା ବେଳେ ଅଧିନାୟକ ହୋଲ୍ଡର ଅର୍ଦ୍ଧଶତକ ମାରି ପ୍ୟାଭିଲିୟନ୍ ଫେରିଥିଲେ।

ହୋଲ୍ଡର ୫୭ ବଲରେ ୭ ଚୌକା ଓ ୧ ଛକା ସହ ୫୧ ରନ୍ କରିଥିଲେ। ଶେଲଡନ୍ କଟ୍ଟରେଲ୍ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଆଶଲେ ନର୍ସ ୧୯ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ସର୍ବାଧିକ ୫ଟି ଓ ପ୍ୟାଟ୍ କମିନ୍ସ ୨ଟି ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ସର୍ବାଧିକ ୫ଟି ଓ ପ୍ୟାଟ୍ କମିନ୍ସ ୨ଟି ୱିକେଟ୍ ନେଇଥିଲେ।

ଟ୍ରେଣ୍ଟବ୍ରିଜରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମର ଦୁଇ ଓପ୍ନର ଆରୋନ୍ ଫିଞ୍ଚ୍ (୬) ଓ ଡେଭିଡ୍ ୱାର୍ଣ୍ଣର (୩) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ଫିଞ୍ଚଙ୍କୁ ଓଶାନି ଟମାସ ଆଉଟ୍ କରିଥିବା ବେଳେ ୱାର୍ଣ୍ଣରଙ୍କୁ କଟ୍ଟରେଲ୍ ପ୍ୟାଭିଲିୟନ୍ ପଠାଇଥିଲେ।

ସେହିପରି ଉସମାନ୍ ଖୱାଜା (୧୩)ଙ୍କୁ ଆନ୍ଦ୍ରେ ରସେଲ ଆଉଟ୍ କରି ୱେଷ୍ଟଇଣ୍ଡିଜକୁ ତୃତୀୟ ସଫଳତା ଦେଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। କଟ୍ଟରେଲଙ୍କ ବାଉନ୍ସରୁ ହୁକ୍ କରିବାକୁ ଯାଇ ମ୍ୟାକ୍ସୱେଲ୍ ୱିକେଟକିପର ଶାଇ ହୋପଙ୍କ ଦ୍ୱାରା ଧରା ପଡ଼ିଥିଲେ। ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍ (୧୯) କ୍ରିଜରେ ବେଶୀ ସମୟ ତିଷ୍ଠିପାରି ନଥିଲେ। ତାଙ୍କୁ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ହୋଲ୍ଡର ପ୍ୟାଭିଲିୟନ୍ ପଠାଇଥିଲେ।

ଏହା ପରେ ଅଭିଜ୍ଞ ସ୍ମିଥଙ୍କୁ ସାଥ୍ ଦେଇଥିଲେ ଆଲେକ୍ସ କ୍ୟାରୀ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୬୮ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। କ୍ୟାରୀ ୫୫ ବଲରେ ୭ ଚୌକା ସହ ୪୫ ରନ୍ କରି ରସେଲଙ୍କ ବଲରେ ଆଉଟ୍ ହୋଇଥିଲେ। କ୍ୟାରୀଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କୁଲ୍ଟର-ନାଇଲ୍ ନିର୍ଭୀକ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ। ସ୍ମିଥ୍ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ କୁଲ୍ଟର-ନାଇଲ୍ ୱିଣ୍ଡିଜ୍ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ।

ଦୁହେଁ ସପ୍ତମ ୱିକେଟ୍ ପାଇଁ ୧୦୨ ରନର ଶତକୀୟ ଭାଗୀଦାରୀ କରିଥିଲେ ଏବଂ ୱେଷ୍ଟଇଣ୍ଡିଜ୍ ଆଗରେ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲେ। ଟିମ୍ ସ୍କୋର ୨୪୯ ଥିବା ବେଳେ ବାଉଣ୍ଡ୍ରୀରେ ସ୍ମିଥଙ୍କ ଚମତ୍କାର କ୍ୟାଚ୍ ଧରିଥିଲେ ଟମାସ। ଏହାପରେ କୁଲ୍ଟର-ନାଇଲ୍ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ କାର୍ଲସ୍ ବ୍ରାଥୱେଟ୍ ପ୍ୟାଭିଲିୟନ୍ ପଠାଇଥିଲେ। ଶେଷଭାଗରେ ପ୍ୟାଟ୍ କମିନ୍ସ ୨ ଓ ମିଚେଲ୍ ଷ୍ଟାର୍କ ୮ ରନ୍ କରି ଆଉଟ୍ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ବ୍ରାଥୱେଟ୍ ୩ଟି, ଟମାସ, କଟ୍ଟରେଲ୍ ଓ ରସେଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story