ହନିମୁନ୍ ଛାଡ଼ି ବିଶ୍ୱକପ ଖେଳିବାକୁ ଋଷିଆ ପହଞ୍ଚିଲେ ଏହି ଖେଳାଳି: ପତ୍ନୀ କହିଲେ ସତ ହେବ ସ୍ୱାମୀଙ୍କ ସ୍ୱପ୍ନ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆର ଡିଫେଣ୍ଡର ଜୋସ ରିସଡନ୍ଙ୍କ ଫିଫା ବିଶ୍ୱକପ ଖେଳିବାର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ବିଶ୍ୱକପ ପାଇଁ ତାଙ୍କୁ ବଡ଼ ତ୍ୟାଗ କରିବାକୁ ପଡ଼ିଛି। ନିକଟରେ ଜୋସ ବିବାହ କରିଥିଲେ ମଧ୍ୟ ବିଶ୍ୱକପ ପାଇଁ ସେ ହନୁମୁନ କ୍ୟାନ୍ସଲ କରିଛନ୍ତି।
ଜୋସ ରିସଡନ୍ ନିଜ ଗାର୍ଲଫ୍ରେଣ୍ଡ ଇବୋନୀଙ୍କୁ ମେ ୨୦ ତାରିଖରେ ବିବାହ କରିଛନ୍ତି। ଏବଂ ବିବାହ ପରେ ପରେ ସେ ଅଷ୍ଟ୍ରେଲିଆ ଟିମ୍ ସହିତ ସାମିଲ ହୋଇଥିଲେ। ରିସଡନ୍ ଏବେ ଟିମ୍ ସିହିତ ଋଷିଆରେ ରହିଥିବା ବେଳେ ତାଙ୍କ ପତ୍ନୀ ଇବୋନୀ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ସେ ତାଙ୍କ ସ୍ୱାମୀ ପାଇଁ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି। ଇବୋନୀ କହିଛନ୍ତି, ଜୋସ ରିସଡନ୍ଙ୍କ ପିଲା ଦିନର ସ୍ୱପ୍ନ ଥିଲା କିପରି ସେ ବିଶ୍ୱକପ ଖେଳିବେ।
ଜୋସ ରିସଡନ୍ କହିଛନ୍ତି ହନିମୁନ୍ ଏକ ଖାସ୍ ଅନୁଭବ ହୋଇଥାଏ, କିନ୍ତୁ ବର୍ତ୍ତମାନ ହନିମୁନ୍ ଠାରୁ ବିଶ୍ୱକପ ଫୁଟ୍ବଲ ଅଧିକ ମହତପୂର୍ଣ୍ଣ ବୋଲି କହିଛନ୍ତି। ସେ କହିଛନ୍ତି ବିବାହ ପରେ ପତ୍ନୀଙ୍କୁ ଛାଡି ସଙ୍ଗେସଙ୍ଗେ ସେ ଅଭ୍ୟାସ ପାଇଁ ଜାତୀୟ ଦଳରେ ସାମିଲ ହୋଇଥିଲେ। ବିଶ୍ୱକପ ପରେ ସେ ନିଜ ପତ୍ନୀଙ୍କ ସହ ସମୟ ବିତାଇବେ ବୋଲି କହିଛନ୍ତି। ଅଷ୍ଟ୍ରେଲିଆ ବିଶ୍ୱକପର ନିଜର ଅଭିଯାନ ୧୬ ଜୁନରେ ଫ୍ରାନ୍ସ ବିପକ୍ଷରେ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।